ETV Bharat / international

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

author img

By ETV Bharat Odisha Team

Published : Nov 24, 2023, 7:55 AM IST

ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ କାର୍ ଭିତରେ ଗୁଳିକରି ହତ୍ୟା । ଅଧିକ ପଢନ୍ତୁ

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା
ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ୱାଶିଂଟନ: ଆମେରିକାରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୃତକ ହେଲେ ୨୬ ବର୍ଷୀୟ ଆଦିତ୍ୟ ଅଦଲାଖା ଏବଂ ଘର ଉତ୍ତର ଭାରତରେ । ସେ ସିନସିନାଟି ମେଡିକାଲ ସ୍କୁଲ ବିଶ୍ବବିଦ୍ୟାଳୟର ମଲେକୁଲାର ଆଣ୍ଡ ଡେଭଲପମେଣ୍ଟ ବାୟୋଲୋଜି ପ୍ରୋଗାମର ପିଏଚଡି ଛାତ୍ର ଥିଲେ । ଗତ ୯ ତାରିଖରେ ଓହିଓର ୱେଷ୍ଟର୍ଣ୍ଣ ହିଲ୍ ଭାୟାଡକ୍ଟ ଅଞ୍ଚଳରେ କାର୍ ଭିତରେ ତାଙ୍କୁ ଗୁଳି କରାଯାଇଥିଲା । ଗୁରୁତର ଅବସ୍ଥାରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଗତ ୧୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏନେଇ ସିନସିନାଟି ପୋଲିସ କହିଛି ଯେ, ୱେଷ୍ଟର୍ଣ୍ଣ ହିଲ୍ ଭାୟାଡକ୍ଟରେ କାର୍ ଭିତରେ ଜଣଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଥିଲା । ସକାଳ ସମୟ ପାଖାପାଖି ୬ଟା ୨୦ ମିନିଟରେ ଏହି ଗୁଳିକାଣ୍ଡ ଘଟିଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସେଠାରେ ପହଞ୍ଚିଥିଲୁ । ଉକ୍ତ କାର୍ ଉପରକୁ ଏକାଧିକ ରାଉଣ୍ଡ ଗୁଳି କରାଯାଇଥିବା ଦେଖିବାକୁ ମିଳିଥିଲା । ଡ୍ରାଇଭର ସିଟର ପାଖ ଝରକାରେ ଅତିକମରେ ୩ ରାଉଣ୍ଡ ବୁଲେଟ୍‌ ମାଡର ଗର୍ତ୍ତ ସୃଷ୍ଟି ହୋଇଥିଲା । କାର୍ ଭିତରୁ ଆହତ ଯୁବକଙ୍କୁ ଉଦ୍ଧାର କରି ୟୁସି ମେଡିକାଲ ସେଣ୍ଟରରେ ଭର୍ତ୍ତି କରିଥିଲୁ । ତେବେ ଏହି ଗୁଳିମାଡ଼ ଘଟଣାରେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନାହିଁ । ସେପଟେ ଆଦିତ୍ୟଙ୍କୁ ଗୁଳିମାଡ ଘଟଣା ତାଙ୍କ ସାଙ୍ଗ ଓ ପରିଜନଙ୍କୁ ସ୍ତବ୍ଧ କରିଦେଇଛି ।

ଏହା ମଧ୍ୟ ପଢନ୍ତୁ: ଲଣ୍ଡନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ସୂଚନା ମୁତାବକ, ଆଦିତ୍ୟ ଅଦଲାଖା ୨୦୧୮ରେ ଦିଲ୍ଲୀ ୟୁନିଭର୍ସିଟିର ରମଜାସ କଲେଜରୁ ଜୁଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ପରେ ୨୦୨୦ରେ ଦିଲ୍ଲୀ ଏମ୍ସରେ ସାଇକୋଲୋଜିରେ ମାଷ୍ଟର କରିଥିଲେ । ଏହାପରେ ଉଚ୍ଚଶିକ୍ଷା ପାଇଁ ଆମେରିକାର ସିନସିନାଟି ବିଶ୍ବବିଦ୍ୟାଳୟରେ ଆଡମିଶନ କରିଥିଲେ । ସେଠାରେ ୨୦୨୫ ସୁଦ୍ଧା ତାଙ୍କର ଡକ୍ଟରେଟ୍‌ ଶେଷ ହୋଇଥାନ୍ତା । ତେବେ କାହିଁକି ଆଦିତ୍ୟଙ୍କୁ ହତ୍ୟା କରାଗଲା ସେନେଇ କିଛି ସ୍ପଷ୍ଟ ହୋଇଛି । ଘଟଣାରେ ପୋଲିସ ଏଯାଏଁ କାହାକୁ ଗିରଫ କରିନଥିବା ମଧ୍ୟ ଜଣାପଡ଼ିଛି । ସେହିପରି ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଆଉ ଜଣେ ଭାରତୀୟ ଛାତ୍ରଙ୍କ ସେଠାରେ ସନ୍ଦେହଜନକ ମୃତ୍ୟୁ ଖବର ମଧ୍ୟ ଆସିଛି । ମୃତକ ହେଲେ ୨୩ ବର୍ଷୀୟ ମିତ ପଟେଲ । ତାଙ୍କୁ ଲଣ୍ଡନରେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କାନାଡାରେ ଭାରତୀୟଙ୍କ ଛାତ୍ରଙ୍କୁ ଗୁଳି କରି ହତ୍ୟା, ଦୁଃଖ ପ୍ରକାଶ କଲେ ଜୟଶଙ୍କର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.