ETV Bharat / bharat

ଲଣ୍ଡନରେ ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

author img

By ETV Bharat Odisha Team

Published : Nov 23, 2023, 8:18 PM IST

ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଗୁଜୁରାଟୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଗତ ସପ୍ତାହରେ ପ୍ରତାଡିତ ହେଉଥିବା ନେଇ ପରିବାର ଲୋକଙ୍କୁ ପଠାଇଥିଲେ ଅଡିଓ । ହତ୍ୟା ଅଭିଯୋଗ ସହ ମୃତଦେହ ଫେରାଇ ଆଣିବାକୁ ନିବେଦନ କଲା ପରିବାର । ଅଧିକ ପଢନ୍ତୁ

ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର
ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଭାରତୀୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଅହମ୍ମଦାବାଦ: ଉଚ୍ଚଶିକ୍ଷା ପାଇଁ ଲଣ୍ଡନ ଯାଇଥିବା ଜଣେ ଗୁଜୁରାଟୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପରିବାର ସଦସ୍ୟ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ଏହି ଛାତ୍ରଜଣକର ଗୁଜୁରାଟ ପଟନ ଅଞ୍ଚଳର 23 ବର୍ଷୀୟ ମିତ ପଟେଲ । ସେ ଗତ ଦୁଇ ମାସ ପୂର୍ବରୁ ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଭିସାରେ ଲଣ୍ଡନ ଯାଇଥିଲେ । ପ୍ରାୟ ଏକ ସପ୍ତାହ ହେବ ତାଙ୍କ ସହ ପରିବାର ସଦସ୍ୟଙ୍କ ଯୋଗାଯୋଗ ହେଇପାରି ନଥିଲା । 19 ତାରିଖରେ ତାଙ୍କର ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସେ ସେଠାରେ ପ୍ରତାଡିତ ହେଉଥିବା ପରିବାର ସଦସ୍ୟଙ୍କୁ ଅଡିଓ କ୍ଲିପ ପଠାଇଥିଲେ ଏହି ଛାତ୍ର ।

ମୃତ ଛାତ୍ର ମିତଙ୍କ ପିତା ପ୍ରବୀଣ ଭାଇ ପେଶାରେ ଜଣେ କୃଷକ । 23 ବର୍ଷୀୟ ମିତ ଷ୍ଟଡି ଭିସାରେ ସପ୍ଟେମ୍ବର 11 ତାରିଖରେ ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ବାହାରିଥିଲେ । ତେବେ 17 ତାରିଖରୁ ତାଙ୍କ ଫୋନ ବନ୍ଦ ଥିଲା । ପରିବାର ସଦସ୍ୟ ତାଙ୍କ ସହ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା । ତେବେ ଫୋନ ବନ୍ଦ ହେବା ପୂର୍ବରୁ ସେ ଘରକୁ ଏକ ଅଡିଓ ମେସେଜ ମଧ୍ୟ ପଠାଇଥିଲେ । ତାଙ୍କୁ ସେଠାରେ ପ୍ରତାଡିତ କରାଯାଉଥିବା ଏହି ଅଡିଓ କଲରେ ସେ କହୁଥିବା ମଧ୍ୟ ଚର୍ଚ୍ଚା ହେଉଛି । କେହି ଜଣେ ତାଙ୍କୁ ନିର୍ଯାତନା ଦେଉଥିବା ସେ ଅଡିଓ କ୍ଲିପରେ କହିଥିଲେ । ଏହା ପରେ ଗତ ଶୁକ୍ରବାରଠାରୁ ତାଙ୍କ ଫୋନ ବନ୍ଦ ରହିଥିଲା । ଏବେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସେଠାରେ ରାଗିଂର ଶିକାର ହୋଇ ସେ ଜୀବନ ହାରିଥିବା ମଧ୍ୟ ସନ୍ଦେହ କରାଯାଉଥିଲେ ସୁଦ୍ଧା ତାହା ସ୍ପଷ୍ଟ ହୋଇନି । ପରିବାର ଲୋକେ କିନ୍ତୁ ଜୀବନ ହାରିଥିବା କଥାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାହୁଲଙ୍କଠୁ ବଳିଗଲେ ଦିଦି: କହିଲେ ‘ପାପୀ’ଙ୍କ ପାଇଁ ଫାଇନାଲରେ ହାରିଲା ଭାରତ

ମିତଙ୍କ ମୃତ୍ୟୁ 19 ତାରିଖରେ ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ମୃତଦେହ ଭାରତ ଆସିବା ନେଇ କୌଣସି ବ୍ୟବସ୍ଥା ହୋଇପାରିନି । ମୃତଦେହ ଫେରାଇ ଆଣିବା ପାଇଁ ପରିବାର ସଦସ୍ୟ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ ସରକାରଙ୍କୁ ନିବେଦନ କରିଛନ୍ତି । ଗ୍ରାମର ସରପଞ୍ଚ ମଧ୍ୟ ସ୍ଥାନୀୟ ସାଂସଦ ଭରତ ଡାବିଙ୍କ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୃତଦେହ ଫେରାଇ ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.