ETV Bharat / international

ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ‘ଭାରତ ମଧ୍ୟପ୍ରାଚ୍ୟ ଇକୋନୋମିକ କରିଡର’: ବାଇଡେନ

author img

By ETV Bharat Odisha Team

Published : Oct 26, 2023, 6:51 PM IST

ଇସ୍ରାଏଲ ଉପରେ ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ଭାରତ ମଧ୍ୟପ୍ରାଚ୍ଯ ଇକୋନୋମିକ କରିଡର: ବାଇଡେନ
ଇସ୍ରାଏଲ ଉପରେ ହମାସ ଆକ୍ରମଣର ସମ୍ଭାବ୍ୟ କାରଣ ଭାରତ ମଧ୍ୟପ୍ରାଚ୍ଯ ଇକୋନୋମିକ କରିଡର: ବାଇଡେନ

ଭାରତ ମଧ୍ୟପ୍ରାଚ୍ଯ ଇକୋନୋମିକ କରିଡର ହୋଇ ଥାଇପାରେ ହମାସ ଗୋଷ୍ଠୀର ଇସ୍ରାଏଲ ଉପରେ ଆକ୍ରମଣ କାରଣ । ଏପରି କହିଲେ ଆମେରିକା ରାଷ୍ଟ୍ରପତି । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଜି 20 ସମ୍ମିଳନୀରେ ପାରିତ ହୋଇଥିବା ଭାରତ-ମଧ୍ୟପ୍ରାଚ୍ୟ ପୂର୍ବ-ଉରୋପୀୟ ଅର୍ଥନୈତିକ କରିଡର ଯୋଜନା ଇସ୍ରାଏଲ ଉପରେ ହୋଇଥିବା ‘ହମାସ’ର ଆକ୍ରମଣର ସମ୍ଭାବ୍ୟ କାରଣ ହୋଇଥାଇପାରେ । ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ହମାସ ଆକ୍ରମଣ ନେଇ ଏପରି ଏକ ଆଶଙ୍କା ମଧ୍ୟ ଜାହିର କରିଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଇସ୍ରାଏଲ ସମେତ ଉକ୍ତ କ୍ଷେତ୍ରରେ ବିକାଶ ହେବାକୁ ଯାଉଛି । ଯାହାକୁ ନେଇ ହମାସ ବିରୋଧ କରୁଥାଇପାରେ । ତେଣୁ ଏହି ଆକ୍ରମଣ କରି ଥାଇପାରେ ବୋଲି ବାଇଡେନ କହିଛନ୍ତି ।

ଆଜି ଆମେରିକା ଗସ୍ତରେ ଥିବା ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବିନେଜଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଇଛନ୍ତି ବାଇଡେନ । କହିଛନ୍ତି, ଏହି କାରଣକୁ ସେ ଆକ୍ରମଣର ଅନ୍ୟତମ କାରଣ ଭାବେ ଆଶଙ୍କା କରୁଛନ୍ତି । ମାତ୍ର ସେ ଏହାକୁ ନେଇ ନିଶ୍ଚିତ ନୁହନ୍ତି । ଏହି ପ୍ରକଳ୍ପ ଫଳରେ ଇସ୍ରାଏଲର ଏକତ୍ରୀକରଣ ସାଙ୍ଗକୁ ସମଗ୍ର ଅଞ୍ଚଳରେ ଅର୍ଥନୈତିକ ବିକାଶ ହେବ । ଯାହାକୁ ନେଇ ହମାସ ଉତକ୍ଷିପ୍ତ ଥାଇପାରେ । ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆମେରିକା ସର୍ବାଧିକ ସକ୍ରିୟ ନଜର ଆସିଛି । ଏକାଧିକ ସଚିବଙ୍କ ସମେତ ରାଷ୍ଟ୍ରପତି ବାଇଡେନ ନିଜେ ମଧ୍ୟ ଇସ୍ରାଏଲ ଗସ୍ତ କରିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- India Middle East corridor: ହ୍ରାସ ପାଇବ ଚୀନର ଆଧିପତ୍ୟ, ଉଭୟ ଭାରତ ଓ ଆମେରିକାକୁ ମିଳିବ ନିର୍ବାଚନୀ ଲାଭ !

ଚଳିତ ଥର ଭାରତ ଆୟୋଜନରେ ହୋଇଥିବା ଜି 20 ସମ୍ମିଳନୀରେ ଏହି ପ୍ରକଳ୍ପ ପାଇଁ ଏକାଧିକ ରାଷ୍ଟ୍ର ସହମତି ପ୍ରଦାନ କରିଥିଲେ । ଏହି ପ୍ରକଳ୍ପ ଭାରତକୁ ମଧ୍ୟପ୍ରାଚ୍ଯ ଓ ପୂର୍ବ ୟୁରୋପୀୟ ଦେଶମାନଙ୍କ ସହ ଉଭୟ ଜଳପଥ ଓ ରେଳପଥ ଦ୍ବାରା ସଂଯୋଗ କରିବ । ଏହା ଏକ ଅନ୍ତର୍ଜାତୀୟ ବାଣିଜ୍ୟପଥ ଭାବେ କାର୍ଯ୍ୟ କରିବ । ପ୍ରକଳ୍ପ ମାଧ୍ୟମରେ ଭାରତ, ସାଉଦି ଆରବିଆ ଭାୟା ଦେଇ ୟୁରୋପ ମଧ୍ୟରେ ବାଧାମୁକ୍ତ ବାଣିଜ୍ୟ କରାଯାଇ ପାରିବ । ଜି20 ସମ୍ମିଳନୀର ଦ୍ବିତୀୟ ଦିନରେ ଆମେରିକା, ପଶ୍ଚିିମ ଏସିଆ ଓ ୟୁରୋପୀୟ ୟୁନିୟନର ଦେଶମାନେ ଏହି ରାଜିନାମାରେ ଏକମତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.