ETV Bharat / international

ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ଆମେରିକା ରାଷ୍ଟ୍ରପତି ବାଇଡେନ

author img

By

Published : May 21, 2023, 12:00 PM IST

ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ଆମେରିକା ରାଷ୍ଟ୍ରପତି ବାଇଡେନ
ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ଆମେରିକା ରାଷ୍ଟ୍ରପତି ବାଇଡେନ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଟୋଗ୍ରାଫ୍ ମାଗିଲେ ଆମେରିକା ରାଷ୍ଟ୍ରପତି ବାଇଡେନ । ନିଜର ସମସ୍ୟା ବି ଜଣାଇଲେ । ଅଧିକ ପଢନ୍ତୁ

ଟୋକିଓ: ବିଶ୍ବର ସବୁଠୁ ଲୋକପ୍ରିୟ ନେତା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ବ୍ୟତୀତ ବିଦେଶରେ ମଧ୍ୟ ତାଙ୍କର ବହୁସଂଖ୍ୟକ ଅନୁଗାମୀ ରହିଛନ୍ତି । ମୋଦିଙ୍କ ଲୋକପ୍ରିୟତା ଏତେ ଯେ ଏବେ ଆମେରିକା ରାଷ୍ଟ୍ରପତି ବାଇଡେନ ମଧ୍ୟ ତାଙ୍କର ଅଟୋଗ୍ରାଫ୍ ଚାହିଁଛନ୍ତି । ହିରୋସୀମାରେ ଆୟୋଜିତ ଜି-୭ ସମ୍ମିଳନୀ ସମୟରେ ବାଇଡେନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଅଟୋଗ୍ରାଫ୍ ମାଗିଛନ୍ତି । ଏହାସହିତ ନିଜର ସମସ୍ୟା ମଧ୍ୟ ଜଣାଇଛନ୍ତି ।

ଜି-୭ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବେ ଜାପାନ ହିରୋସିମା ଠାରେ ଅଛନ୍ତି । ଏଠାରେ ସେ ବଡ ବଡ ବିଶ୍ବନେତାମାନଙ୍କୁ ଭେଟୁଛନ୍ତି । ଗତକାଲି କ୍ବାଡ ବୈଠକ ଚାଲୁଥିବା ବେଳେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କ ପାଖକୁ ଆସିଥିଲେ ଏବଂ ସେ ତାଙ୍କର ଅଟୋଗ୍ରାଫ୍ ଚାହାଁନ୍ତି ବୋଲି କହିଥିଲେ । ବାଇଡେନ ମୋଦିଙ୍କୁ କହିଥିଲେ, ''ଆସନ୍ତା ମାସରେ ୱାଶିଂଟନରେ ଆପଣଙ୍କ ପାଇଁ ଏକ ନୈଶ୍ୟଭୋଜିର ଆୟୋଜନ କରିଛୁ । ଆପଣଙ୍କର ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ବହୁ ବିଶିଷ୍ଟ ନାଗରିକମାନେ ମୋତେ ଅନୁରୋଧ କରୁଛନ୍ତି । ସମସ୍ତେ ଏଥିରେ ସାମିଲ ହେବା ପାଇଁ ଚାହୁଁଛନ୍ତି । ଫିଲ୍ମ ଅଭିନେତା ଠାରୁ ଆରମ୍ଭ କରି ସମ୍ପର୍କୀୟ ଯାଏଁ ସମସ୍ତେ ମୋତେ ନିବେଦନ କରୁଛନ୍ତି । ଯାହା ଏବେ ମୋ ପାଇଁ ଚ୍ୟାଲେଞ୍ଜ ହୋଇଛି ।''

ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ କହିଥିଲେ, ସିଡନିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ ପାଇଁ କମ୍ୟୁନିଟି ରିସେପସନ(ସ୍ବାଗତ ସ୍ଥଳ)ରେ ୨୦ ହଜାର ଲୋକଙ୍କ ରହିବାର କ୍ଷମତା ଅଛି । କିନ୍ତୁ ଏତେସଂଖ୍ୟକ ଲୋକଙ୍କ ନିବେଦନ ଆସୁଛି ଯେ ତାହା ସମ୍ଭାଳିବା ମୋ ପାଇଁ ସମସ୍ୟା ହୋଇଛି । ଏହାଶୁଣି ବାଇଡେନ ଥଟ୍ଟାରେ ମୋଦିଙ୍କୁ କହିଥିଲେ ଯେ, ତାହାହେଲେ ମୁଁ ନିଶ୍ଚିତ ଆପଣଙ୍କର (ପ୍ରଧାନମନ୍ତ୍ରୀ ମୋଦି) ଅଟୋଗ୍ରାଫ୍ ନେବି । କ୍ବାଡ ବୈଠକ ସମୟରେ ଉଭୟ ବାଇଡେନ ଓ ଆଲବାନିଜ ନିଜର ଏଭଳି ଅଜବ ସମସ୍ୟା ସମ୍ପର୍କରେ ମୋଦିଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: G7 Summit: ହିରୋସିମା ପିସ ମେମୋରିଆଲ ପାର୍କ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଏଠାରେ ଉଲ୍ଲେଖଯୋଗ୍ୟ, ଜାପାନାର ହିରୋସୀମା ଠାରେ ଜି-୭ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ସାମିଲ ହେବାକୁ ବହୁ ବଡ ବଡ ବିଶ୍ବନେତା ପହଞ୍ଚିଛନ୍ତି । ଏହି ଅବସରରେ ଗତକାଲି ମୋଦି ଘୋଷଣା କରିଥିଲେ ଯେ, ଆସନ୍ତା ବର୍ଷ ଭାରତ କ୍ବାଡ ସମ୍ମିଳନୀ ଆୟୋଜନ କରିବ । ବିଶ୍ବର ସମୃଦ୍ଧି ଓ ଶାନ୍ତ ଦିଗରେ କ୍ବାଡ ନିରନ୍ତର ପ୍ରୟାସ ଜାରି ରଖିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.