ETV Bharat / international

Fuel Tanker Blast: ଆଫଗାନିସ୍ତାନରେ ଫାଟିଲା ଇନ୍ଧନ ଟ୍ୟାଙ୍କର, ୧୯ ମୃତ

author img

By

Published : Dec 18, 2022, 6:07 PM IST

Blast in Salang Tunnel
ଆଫଗାନିସ୍ତାନରେ ଫାଟିଲା ଇନ୍ଧନ ଟ୍ୟାଙ୍କର

ଆଫଗାନିସ୍ତାନ ସଲାଙ୍ଗ ଟନେଲ ମଧ୍ୟରେ ଇନ୍ଧନ ଟ୍ୟାଙ୍କର ବିସ୍ଫୋରଣ ଘଟିଛି (Fuel Tanker Blast in Afghanistan) । ଏହି ଅଘଟଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଫାଟିଲା ଇନ୍ଧନ ନେଇ ଯାଉଥିବା ଟ୍ୟାଙ୍କର (Fuel Tanker Blast in Afghanistan) । ଏହି ଟ୍ୟାଙ୍କରଟି ସଲାଙ୍ଗ ଟନେଲ (Blast in Salang Tunnel) ମଧ୍ୟରେ ଫାଟିବା ପରେ ଏକ ବଡ଼ ଧରଣର ବିସ୍ଫରୋଣ ଘଟିଛି । ଏହି ଅଘଟଣରେ ପ୍ରାୟ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଲେ ୩୨ ଜଣରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏ ନେଇ ସ୍ଥାନୀୟ ଅଫିସିଆଲ ପକ୍ଷରୁ ସୂଚନା ଦିଆଯାଇଛି ।

ସଲାଙ୍ଗ ଟନେଲଟି ପ୍ରାୟ ୮୦ ମାଇଲ ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଏହା ଦେଶର ଉତ୍ତରାଞ୍ଚଳରୁ ଦକ୍ଷିଣାଞ୍ଚଳକୁ ସଂଯୋଗ କରୁଥିଲା । ଟନେଲଟି ୧୯୬୦ ମସିହାରେ ନିର୍ମିତ ହୋଇଥିବା ବେଳେ ଉତ୍ତର-ଦକ୍ଷିଣାଞ୍ଚଳ ଯୋଗାଯାଗର ପ୍ରମୁଖ ପଥ ରହିଥିଲା । ଗତ ଶନିବାର ରାତିରେ ଟନେଲ ମଧ୍ୟ ବିସ୍ଫୋରଣ ଘଟିଥିବା ବେଳେ ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ସାମିଲ ରହିଥିବା ପାରୱାନ ପ୍ରଦେଶର ମୁଖପାତ୍ର ହିମତଉଲ୍ଲହା ଶାମିମ କହିଛନ୍ତି । ବିସ୍ଫୋରଣ ପରେ ଟନେଲ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ତଳେ କିଛି ଫସି ରହିଥିବା ଆଶଙ୍କା କରାଯାଇଛି । ଯାହାଦ୍ବାରା ମୃତ୍ୟୁସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- ମହଙ୍ଗା ପଡିଲା ହିଜାବକୁ ବିରୋଧ, ଓସ୍କାର ବିଜୟିନୀ ଅଭିନେତ୍ରୀ ଗିରଫ

ରାତି ପ୍ରାୟ ୮.୩୦ରେ ଏହି ଅଘଟଣ ଘଟିଛି । ଏନେଇ ସ୍ବାସ୍ଥ୍ୟ ବଭାଗର ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ୫ଜଣ ମହିଳା ଓ ୨ ଜଣ ଶିଶୁ ରହିଥିଲେ । ଅବଶିଷ୍ଟ ମୃତକ ପୁରୁଷ ରହିଥିବା ବେଳେ ସେମାନଙ୍କ ଶରୀର ବିସ୍ଫୋରଣରେ ପୋଡ଼ି ଯାଇଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ବୋଲି ସ୍ଥାନୀୟ ଡାକ୍ତର ଅବଦୁଲ୍ଲା ଆଫଗାନ କହିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପବ୍ଲିକ ୱାର୍କ୍ସ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.