ETV Bharat / international

Israel Hamas war: ‘ହମାସକୁ ଶେଷ କରିବା ପାଇଁ ବିଶ୍ବ ବିରୋଧରେ ଯାଇପାରେ ଇସ୍ରାଏଲ’

author img

By ETV Bharat Odisha Team

Published : Nov 12, 2023, 6:54 PM IST

ସାଧାରଣ ପାଲେଷ୍ଟାନୀୟଙ୍କ ମୃତ୍ୟୁ ନେଇ ବିଶ୍ବବ୍ୟାପୀ ସମାଲୋଚନା ଓ ଚାପ ପରେ ଚରମ ଚେତାବନୀ ଦେଲେ ନେତାନ୍ୟାହୁ । ହମାସର ଅନ୍ତ ପାଇଁ ବିଶ୍ବ ସମୁଦାୟ ବିରୋଧରେ ମଧ୍ୟ ଯାଇପାରେ ଇସ୍ରାଏଲ । ଅଧିକ ପଢନ୍ତୁ

Israel Hamas war: ‘ହମାସକୁ ଶେଷ କରିବା ପାଇଁ ବିଶ୍ବ ବିରୋଧରେ ଯାଇପାରେ ଇସ୍ରାଏଲ’
Israel Hamas war: ‘ହମାସକୁ ଶେଷ କରିବା ପାଇଁ ବିଶ୍ବ ବିରୋଧରେ ଯାଇପାରେ ଇସ୍ରାଏଲ’

ହାଇଦ୍ରାବାଦ: ‘ହମାସ’ର ଆକ୍ରମଣ ପରେ ପ୍ରାୟ ଗତ ଏକ ମାସରୁ ଅଧିକ ସମୟ ଧରି ଗାଜାରେ ସାମରିକ ଅପରେସନ ଜାରି ରଖିଛି ଇସ୍ରାଏଲ । ଗାଜାରେ ହଜାର ହଜାର ସାଧାରଣ ପାଲେଷ୍ଟାଇନବାସୀଙ୍କ ମୃତ୍ୟୁକୁ ନେଇ ବିଶ୍ବ ସମୁଦାୟ ଇସ୍ରାଏଲକୁ ନିନ୍ଦା କରିବା ମଧ୍ୟ ଆରମ୍ଭ କଲେଣି । ଜାତିସଂଘ ମଧ୍ୟ ଏକ ଅସ୍ତ୍ରବିରତି ପ୍ରସ୍ତାବ ପାରିତ କରି ସାରିଲଣି । ତଥାପି ଏହା ଇସ୍ରାଏଲ ଉପରେ କୌଣସି ପ୍ରଭାବ ପକାଇପାରନି । ଏହାରି ମଧ୍ୟରେ ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବଡ ବୟାନ ସମ୍ନାକୁ ଆସିଛି । କୌଣସି ପ୍ରକାର ହମାସ ଗୋଷ୍ଠୀ ବିରୋଧରେ ଜାରି ରହିଥିବା ଅପରେସନ ବନ୍ଦ ହେବନାହିଁ । ହମାସକୁ ଶେଷ କରିବା ପାଇଁ ଆବଶ୍ୟକ ପଡିଲେ ଇସ୍ରାଏଲ ବିଶ୍ବ ସମୁଦାୟ ବିରୋଧରେ ମଧ୍ୟ ଯାଇପାରେ ବୋଲି ନେତାନ୍ୟାହୁ କହିଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଓ ପ୍ରତିରକ୍ଷା ମନ୍ତ୍ରୀ ୟୋଭା ଗାଲାଣ୍ଟ ଏକ ମିଳିତ ପ୍ରେସମିଟ କରିଛନ୍ତି । ଇସ୍ରାଏଲ ଜାରି ରଖିଥିବା ସାମରିକ ଅପରେସନକୁ ସମର୍ଥନ କରିବା ପାଇଁ ସେ ପଶ୍ଚିମ ରାଷ୍ଟ୍ରମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ଆତଙ୍କବାଦ ବିରୋଧରେ ଇସ୍ରାଏଲର ବିଜୟ ସମଗ୍ର ମୁକ୍ତ ବିଶ୍ବ ପାଇଁ ବିଜୟ ହେବ ବୋଲି ସେମାନେ କହିଛନ୍ତି । ଅନ୍ୟ ଏକ ବଡ ସୂଚନା ମଧ୍ୟ ଏହି ପ୍ରେସମିଟରେ ସାମ୍ନାକୁ ଆସିଛି । ଯୁଦ୍ଧ ଶେଷ ହେବା ପରେ ଗାଜାର ନିୟନ୍ତ୍ରଣ ପୁନର୍ବାର ପାଲେଷ୍ଟାଇନ ଅଧୀନକୁ ଫେରିନପାରେ । ଗାଜାରେ ପାଲେଷ୍ଟାଇନର ନିୟନ୍ତ୍ରଣକୁ ଇସ୍ରାଏଲ ବିରୋଧ କରିପାରେ ବୋଲି ସେମାନେ ମତ ଦେଇଛନ୍ତି । ଏହା ପୁଣି ଥରେ ଗାଜାକୁ ଇସ୍ରାଏଲ ଦଖଲ ନେଇପାରେ ବୋଲି ସଙ୍କେତ ଦେଇଛି ।

ଗତମାସ 7 ତାରିଖରେ ଗାଜାରୁ ଅପରେଟ ହେଉଥିବା ‘ହମାସ’ ଆତଙ୍କୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ମାତ୍ର ପ୍ରାୟ ଅଧଘଣ୍ଟା ମଧ୍ୟରେ ପ୍ରାୟ 5 ହଜାରରୁ ଅଧିକ ରକେଟ ମାଡରେ ଇସ୍ରାଏଲର ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ‘ଆଇରନ ଡୋମ’ ମଧ୍ୟ ଅଚଳ ହୋଇପଡିଥିଲା । ଏଥିରେ ପ୍ରାୟ 14ଶହ ସାଧାରଣ ଇସ୍ରାଏଲୀଙ୍କ ମୃତ୍ୟୁ ଘଟିଥିଲା । ଶତାଧିକ ଇସ୍ରାଏଲ ନାଗରିକଙ୍କୁ ହମାସ ଅପରହରଣ ମଧ୍ୟ କରିନେଇଥିଲା । ଏହା ପରେ ଏକ ଜରୁରୀ ବୈଠକ ଡାକି ଯୁଦ୍ଧ ଗୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ଇସ୍ରାଏଲ କଡା ଯବାବ ଦେବା ନେଇ ନେତାନ୍ୟାହୁ କହିଥିବା ବେଳେ ଗାଜାରେ ପ୍ରଚଣ୍ଡ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ଇସ୍ରାଏଲୀ ଡିଫେନ୍ସ ଫୋର୍ସ ।


ଏହା ମଧ୍ୟ ପଢନ୍ତୁ :-Israeli Settlements In Palestine: ଇସ୍ରାଏଲ ବିରୋଧରେ ଜାତିସଂଘର ସଙ୍କଳ୍ପକୁ ଭାରତର ସମର୍ଥନ

ତେବେ ଗତ ଏକ ମାସ ମଧ୍ୟରେ ଗାଜାରେ ପ୍ରାୟ 11 ହଜାର ଲୋକଙ୍କ ପ୍ରାଣହାନୀ ଘଟିଛି । ଏଥିରେ 10 ହଜାରରୁ ଅଧିକ ସାଧାରଣ ପାଲେଷ୍ଟାନୀୟ ନାଗରିକ ଥିବା କଥା ପାଲେଷ୍ଟାଇନ ବାରମ୍ବାର ଅଭିଯୋଗ କରିଆସୁଛି । ଜାତିସଂଘ, ଆରବ ରାଷ୍ଟ୍ର ସମୂହ ଓ ଅନ୍ୟ ଦେଶମାନେ ଇସ୍ରାଏଲର ଅପରେସନକୁ ବିରୋଧ କରୁଥିଲେ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତାରେଏହି ଅପରେସନ ଜାରି ରଖିଛି ଇସ୍ରାଏଲ । ବିଶ୍ବବ୍ୟାପୀ ସମାଲୋଚନା ସତ୍ତ୍ବେ ମଧ୍ୟ ହମାସର ଅନ୍ତ ପର୍ଯ୍ୟନ୍ତ ଆବଶ୍ୟକ ପଡିଲେ ବିଶ୍ବ ବିରୋଧରେ ମଧ୍ୟ ଇସ୍ରାଏଲ ଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.