ETV Bharat / international

2+2 Ministerial Dialogue: ପ୍ରତିରକ୍ଷା ପ୍ରସଙ୍ଗରେ ଅଷ୍ଟିନଙ୍କୁ ଭେଟିବେ ରାଜନାଥ

author img

By

Published : Apr 11, 2022, 10:05 AM IST

ପ୍ରତିରକ୍ଷା ପ୍ରସଙ୍ଗରେ ଅଷ୍ଟିନଙ୍କୁ ଭେଟିବେ ରାଜନାଥ ସିଂ
ପ୍ରତିରକ୍ଷା ପ୍ରସଙ୍ଗରେ ଅଷ୍ଟିନଙ୍କୁ ଭେଟିବେ ରାଜନାଥ ସିଂ

ଆଜିଠୁ(ସୋମବାର) ୱାଶିଂଟନ ଡିସିରେ ଭାରତ ଓ ଆମେରିକା 2+2 ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଆଜି ପ୍ରତିରକ୍ଷା ପ୍ରସଙ୍ଗରେ ରାଜନାଥ ଅଷ୍ଟିନଙ୍କ ମଧ୍ୟରେ ବୈଠକ ହେବ । ଅଧିକ ପଢନ୍ତୁ

ୱାଶିଂଟନ: ଆଜିଠୁ(ସୋମବାର) ୱାଶିଂଟନ ଡିସିରେ ଭାରତ ଓ ଆମେରିକା 2+2 ମନ୍ତ୍ରୀସ୍ତରୀୟ (2+2 Ministerial Dialogue) ବୈଠକ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହେବାକୁ ଯାଉଛି 2+2 ମନ୍ତ୍ରୀସ୍ତରୀୟ ବୈଠକ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତ ପକ୍ଷରୁ ଭାଗ ନେବେ ରାଜନାଥ ସିଂ ଓ ଏସ୍. ଜୟଶଙ୍କର । ଏନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ରବିବାର) ଆମେରିକାରେ ପହଞ୍ଚି ସାରିଛନ୍ତି । ଆଜି ପ୍ରତିରକ୍ଷା ପ୍ରସଙ୍ଗରେ ରାଜନାଥ ଅଷ୍ଟିନଙ୍କ ମଧ୍ୟରେ ବୈଠକ ହେବ ।

ୱାଶିଂଟନ୍ ଡିସିରେ ଚତୁର୍ଥ ଭାରତ-ଆମେରିକା 2 + 2 ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାକୁ ଯାଉଥିବାରୁ ଉତ୍ସାହିତ ଥିବା ଟ୍ବିଟ କରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ଗସ୍ତ ସମୟରେ ରାଜନାଥ ହାୱାଇରେ ଥିବା INDOPACOM ମୁଖ୍ୟାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଆମେରିକୀୟ ପ୍ରତିପକ୍ଷ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନଙ୍କୁ ଆଜି ପେଣ୍ଟାଗନରେ ଏକ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସ୍ବାଗତ କାର୍ଯ୍ୟକ୍ରମ ରହିଛି ।

ଆଉ କିଛି ସମୟ ପରେ ଭାରତ ଓ ଆମେରିକା 2+2 ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ବୈଦେଶିକ ନୀତି, ପ୍ରତିରକ୍ଷା ଏବଂ ନିରାପତ୍ତା ସହ ଜଡିତ ଭାରତ-ଆମେରିକା ଦ୍ବିପାକ୍ଷିକ ଏଜେଣ୍ଡା ପ୍ରସଙ୍ଗଗୁଡ଼ିକର ବିସ୍ତୃତ ସମୀକ୍ଷା ହେବ । ଉଭୟ ଦେଶ ସମ୍ପର୍କକୁ ଆହୁରି ସୃଦୁଢ କରିବ ଏହି ବୈଠକ । ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନାରେ ଅଂଶଗ୍ରହଣ କରିବେ । ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସମ୍ପର୍କ ଓ ସହଭାଗୀତାକୁ ବୃଦ୍ଧି କରିବା ଦିଗରେ ଆଲୋଚନ ଓ ମତ ବିନିମୟ ହେବ । ପରେ ସମସ୍ତ 4 ନେତା ହ୍ବାଇଟ ହାଉସରେ ପହଞ୍ଚିବା ସହ ମୋଦି-ବାଇଡେନ ଭର୍ଚ୍ଚୁଆଲ ମିଟିଂରେ ମଧ୍ୟ ସାମିଲ ହେବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.