ETV Bharat / international

QUAD Summit: ଆସନ୍ତା ମାସରେ ମୋଦିଙ୍କୁ ଭେଟିବେ ବାଇଡେନ

author img

By

Published : Apr 28, 2022, 1:32 PM IST

ଆସନ୍ତା ମାସରେ ମୋଦିଙ୍କୁ ଭେଟିବେ ବାଇଡେନ
ଆସନ୍ତା ମାସରେ ମୋଦିଙ୍କୁ ଭେଟିବେ ବାଇଡେନ

ଆସନ୍ତା ମାସରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଛି କ୍ବାଡ ସମ୍ମିଳନୀ । ଏ ନେଇ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରସ୍ତୁତି ଶେଷ ହୋଇଛି । ଏହି ଗସ୍ତରେ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

ୱାଶିଂଟନ: ଆସନ୍ତା ମାସରେ ଟୋକିଓରେ ଅନୁଷ୍ଠିତ ହେବାକୁ ଯାଉଛି କ୍ବାଡ ସମ୍ମିଳନୀ । ଏ ନେଇ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରସ୍ତୁତି ଶେଷ ହୋଇଛି । ଏହି ଗସ୍ତରେ ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ନେଇ ହ୍ବାଇଟ ହାଉସ ପକ୍ଷରୁ ସୂଚନା ମିଳିଛି । ମଇ 20ରୁ24 ମଧ୍ୟ ଦକ୍ଷିଣ କୋରିଆ ଓ ଜାପାନ ଗସ୍ତ କରିବେ ବାଇଡେନ ।

ହ୍ବାଇଟ ହାଉସ ସଚିବ ଜେନ ପାସାକି ସୂଚନା ଦେଇ କହିଛନ୍ତି, ଏହି ଗସ୍ତ ବାଇଡେନ-ହାରିସ ପ୍ରଶାସନର ଏକ ମୁକ୍ତ ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଥିବା ଦୃଢତା ପ୍ରତିବଦ୍ଧତାକୁ ଆଗକୁ ନେବ । ଏହା ସହିତ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ୍ ସୁକ୍ ୟୋଲ୍ ଏବଂ ଜାପାନ ପ୍ରଧାନମନ୍ତ୍ରୀ କିଶିଡା ଫୁମିଓଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ବାଇଡେନ ।

ନେତାମାନେ ଆମର ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମ୍ପର୍କକୁ ସୃଦୁଢ କରିବା, ଅର୍ଥନୈତିକ ସମ୍ପର୍କକୁ ମଜବୁତ କରିବା ଏବଂ ଆମର ଘନିଷ୍ଠ ସହଯୋଗକୁ ବଢାଇବା ବିଷୟରେ ଆଲୋଚନା କରିବେ । ଟୋକିଓରେ ରାଷ୍ଟ୍ରପତି ବାଇଡେନ ଅଷ୍ଟ୍ରେଲିଆ, ଜାପାନ, ଭାରତ ଏବଂ ଯୁକ୍ତରାଷ୍ଟ୍ରର କ୍ବାଡ ଦଳର ନେତାମାନଙ୍କୁ ମଧ୍ୟ ଭେଟିବେ। ଖୁବ୍ ଶୀଘ୍ର ଏହି ଗସ୍ତ ନେଇ ଅଧିକ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି ପସାକି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.