ETV Bharat / international

ବେଜିଂରେ କଡାକଡି କୋରୋନା କଟକଣା ଆରମ୍ଭ

author img

By

Published : May 2, 2022, 3:21 PM IST

ଶ୍ରମିକ ସପ୍ତାହକୁ ଆଖିଆଗରେ ରଖି ବେଜିଂରେ କଡାକାଡି କୋରୋନା କଟକଣା
ଶ୍ରମିକ ସପ୍ତାହକୁ ଆଖିଆଗରେ ରଖି ବେଜିଂରେ କଡାକାଡି କୋରୋନା କଟକଣା

ଚୀନକୁ ପୁଣି ଡରାଉଛି କୋରୋନା ସଂକ୍ରମଣ । ରବିବାର ଅନ୍ତର୍ଜାତିକ ଶ୍ରମିକ ଦିବସ ରହିଥିବାବେଳେ ଶନିବାରଠାରୁ ୫ ଦିନ କୋରୋନା କଟକଣା ଲାଗୁ କରାଯାଇଛି । ଅଧିକ ପଢନ୍ତୁ

ବେଜିଂ: ଚୀନକୁ ପୁଣି ଡରାଉଛି କୋରୋନା ସଂକ୍ରମଣ । ଦେଶରେ କୋରୋନା ସ୍ଥିତି ଧିରେ ଧିରେ ପୁଣି ଗମ୍ଭୀର ରୂପ ଧାରଣ କରିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗତ ଶନିବାର ଠାରୁ ବେଜିଂରେ କୋରୋନା କଟକଣା ଲାଗୁ କରାଯାଇଛି । ଗତକାଲି(ରବିବାର)ଅନ୍ତର୍ଜାତିକ ଶ୍ରମିକ ଦିବସ ରହିଥିବାବେଳେ ଶନିବାରଠାରୁ ୫ ଦିନ କୋରୋନା କଟକଣା ଲାଗୁ କରାଯାଇଛି । ବେଜିଂର ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟରେ କୋରୋନା କଟକଣା ଲାଗୁ କରାଯିବା ସହ କୋଭିଡ ନେଗେଟିଭ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି । ଅନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଏହି ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଏହି ୫ ଦିନ ବିଭିନ୍ନ ସ୍କୁଲକୁ ଛୁଟି ଘୋଷଣା କରିବା ସହ ସହରରେ ମାସ୍କ ଚେକିଂ ସହ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଇଛି। ସହରରେ ଦ୍ରୁତଗତିରେ କେରାେନା ମାମଲା ବୃଦ୍ଧି ପାଉଥିବାବେଳେ ରବିବାର ୫୧ଟି ଗୋଷ୍ଠୀ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏହାସହ ୪ଟି ଏସିମଟୋମେଟିକ(asymptomatic) ଚିହ୍ନଟ ହୋଇଛନ୍ତି । ଏ ନେଇ ବେଜିଂର ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି ।

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସଂଘାଇରେ ସ୍ଥିତି ସାଂଘାତିକ ହୋଇ ହାହାକାର ପରିସ୍ଥିତି ସୃଷ୍ଟି ହେବା ପରେ ବେଜିଂରେ ମଧ୍ୟ ଜନସାଧାରଣ ଖାଦ୍ୟ ସାମଗ୍ରୀକୁ ସାଇତି ରଖିଛନ୍ତି । ଚୀନରେ ସଂକ୍ରମଣକୁ ଚେକ ଦେବାପାଇଁ ସରକାରଙ୍କ ପକ୍ଷରୁ ଜିରୋ ସଂକ୍ରମଣ ପଲିସିକୁ କଡାକଡି ଭାବେ ପାଳନ କରାଯାଉଛି । ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ବାହାରୁ ଆସୁଥିବା ଜନସାଧାରଣଙ୍କ ପାଇଁ କ୍ବାରେଣ୍ଟାଇନ ବାଧ୍ୟତାମୂୂଳକ କରିଥିବାବେଳେ ସହରବାସୀଙ୍କୁ ସହର ନଛାଡିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଅନୁସାରେ, ଚୀନର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର ସାଂଘାଇରେ ରେକର୍ଡ କୋରୋନା ମାମଲା ଚିହ୍ନଟ ହୋଇଛି। ସଂକ୍ରମଣରେ ରୋକ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ରବିବାର ସାଂଘାଇରୁ 7,872 ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସହରରେ ମୃତ୍ୟୁ ସଂଖ୍ୟା ୪୨୨ରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.