ETV Bharat / international

3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ, ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଉପରେ କରିଥିଲେ ଅଧ୍ୟୟନ

author img

By

Published : Oct 10, 2022, 5:09 PM IST

Updated : Oct 10, 2022, 6:00 PM IST

3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ
3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ

3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ (3 US economists given Nobel Prize) । ଆର୍ଥିକ ସଙ୍କଟ ସ୍ଥିତିରେ ବ୍ୟାଙ୍କଗୁଡିକର ଭୂମିକା ଓ ସେମାନଙ୍କୁ ଦେବାଳିଆ ହେବାରୁ ରକ୍ଷା କରିବା ସମ୍ପର୍କିତ ଅଧୟନ କରିଥିଲେ ଏହି ତିନି ଅର୍ଥଶାସ୍ତ୍ରୀ । ଅଧିକ ପଢନ୍ତୁ

ଓ୍ବାଶିଂଟନ: ଚଳିତ ବର୍ଷ (2022) ପାଇଁ ସମ୍ମାନଜନକ ନୋବେଲ ପୁରସ୍କାର ଘୋଷଣା ହୋଇଛି (Nobel Prize 2022)। 3 ଆମେରିକୀୟ ଅର୍ଥଶାସ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାରରେ ସମ୍ମାନୀତ କରିବା ନେଇ ଘୋଷଣା କରିଛି ରୟାଲ ସ୍ବଡେନ ଏକାଡେମୀ । ଏହି 3 ଅର୍ଥଶାସ୍ତ୍ରୀ ହେଲେ ଆମେରିକାର ବେନ ଏସ.ବର୍ଣ୍ଣାନେକ, ଡଗଲସ ଡାଇମଣ୍ଡ ଓ ଫିଲିପ୍ସ ଏଚ. ଡିବିବିଗ (3 US economists given Nobel Prize)। ଏହି 3 ଅର୍ଥଶାସ୍ତ୍ରୀ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କଗୁଡିକର ଭୂମିକା ତଥା ସେମାନଙ୍କୁ ଦେବାଳିଆ ହେବାରୁ ବଞ୍ଚାଇବା ସମ୍ପର୍କିତ ଦିଗରେ ଅଧ୍ୟୟନ କିରଥିଲେ। ସେମାନଙ୍କ ଅଧୟନରୁ ସାମ୍ନାକୁ ଆସିଥିବା ସିଦ୍ଧାନ୍ତ ବିଶ୍ବ ବ୍ୟାକିଂ ବ୍ୟବସ୍ଥାରେ ସୁଧାର ଆଣିଛି ବୋଲି ନୋବେଲ କମିଟି ନିଜ ବିବୃତ୍ତିରେ କହିଛି ।

  • BREAKING NEWS:
    The Royal Swedish Academy of Sciences has decided to award the 2022 Sveriges Riksbank Prize in Economic Sciences in Memory of Alfred Nobel to Ben S. Bernanke, Douglas W. Diamond and Philip H. Dybvig “for research on banks and financial crises.”#NobelPrize pic.twitter.com/cW0sLFh2sj

    — The Nobel Prize (@NobelPrize) October 10, 2022 " class="align-text-top noRightClick twitterSection" data=" ">

ନୋବେଲ କମିଟି ଅନୁସାରେ, ଏହି ନୋବେଲ ବିଜେତାମାନେ ଆର୍ଥିକ ସଙ୍କଟ ସମୟରେ ବ୍ୟାଙ୍କଗୁଡିକର ଭୂମିକା ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଗବେଷଣା କରିଥିଲେ । ବ୍ୟାଙ୍କର ସଠିକ ପରିଚାଳନା କରିପାରିବା ମଧ୍ୟ ସଙ୍କଟ ମଧ୍ୟରେ କିପରି ଆର୍ଥିକ ସ୍ଥିରତା ରଖି ପାରିବ ସେ ସମ୍ପର୍କରେ ସେମାନେ ଗବେଷଣା କରିଥିଲେ । ବ୍ୟାଙ୍କଗୁଡିକ କିପରି ସଙ୍କଟ ସମୟରେ ଦେବାଳିଆ ନହୋଇ କାର୍ଯ୍ୟ କରିବାରେ ସକ୍ଷମ ହେବେ ସେନେଇ ସେମାନେ ବାହାର କରିଥିବା ସିଦ୍ଧାନ୍ତ ବିଶ୍ବ ଅର୍ଥନୀତିରେ ମଧ୍ୟ ବେଶ ସହାୟକ ହୋଇପାରିଥିବା କମିଟି କହିଛି ।

ଆଧୁନିକ ବ୍ୟାଙ୍କ ବ୍ୟବସ୍ଥା, ବ୍ୟାଙ୍କର ଆଧୁନିକ ଅର୍ଥ ବ୍ୟବସ୍ଥାରେ ଭୂମିକା ଓ ସେମାନଙ୍କ ପତନ ବା ଦେବାଳିଆ ହେବାକୁ ରୋକା ଯାଇପାରିଲେ ଆର୍ଥିକ ସଙ୍କଟ ମଧ୍ୟ ଟାଳି ହେବ । ଏହି ପ୍ରସଙ୍ଗରେ 80 ଦଶକରେ ଏହି ତିନି ଅର୍ଥଶାସ୍ତ୍ରୀ ଅଧୟନ ଆରମ୍ଭ କରିଥିଲେ । ସେମାନଙ୍କ ଗବେଷଣାରୁ ମିଳିଥିବା ଫାଳାଫଳ ବିଶ୍ବ ବ୍ୟାକିଂ ବ୍ୟବସ୍ଥାରେ ମଧ୍ୟ ସୁଧାର ଆଣିଛି ବୋଲି ନୋବେଲ କମିଟି କହିଛି । 1969ରୁ ଏହି ଅର୍ଥବ୍ୟବସ୍ଥା ପାଇଁ ନୋବେଲ ପୁରସ୍କାର (Nobel Prize for economics ) ପ୍ରଦାନ କାରଯାଇ ଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 10, 2022, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.