ETV Bharat / international

US Shooting: ନ୍ୟୁୟର୍କରେ ଗୁଳିମାଡ, ୧୦ ମୃତ

author img

By

Published : May 15, 2022, 10:52 AM IST

ନ୍ୟୁୟର୍କରେ ଅତର୍କିତ ଗୁଳିମାଡ, ୧୦ ମୃତ
ନ୍ୟୁୟର୍କରେ ଅତର୍କିତ ଗୁଳିମାଡ, ୧୦ ମୃତ

ଆମେରିକାର ନ୍ୟୁୟର୍କର ବଫାଲୋ ସୁପରମାର୍କେଟରେ ଗୁଳିକାଣ୍ଡ । ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ନ୍ୟୁୟର୍କ: ଆମେରିକାରେ ଗୁଳିକାଣ୍ଡ, ୧୦ ଜଣଙ୍କର ମୃତ୍ୟୁ ୩ ଆହତ । ଆମେରିକାର ନ୍ୟୁୟର୍କର ବଫଲୋ ସୁପରମାର୍କେଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଗୁଳିମାଡ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବାଫାଲୋ ପୋଲିସ ଟ୍ବିଟ କରି ସୂଚନା ଦେଇଛି । ଗୁଳିକାଣ୍ଡ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସୂଚନା ଦିଆଯାଇଥିବା ହ୍ବାଇଟହାଉସ ପକ୍ଷରୁ କୁହାଯାଇଛି । ପୋଲିସର ସୂଚନା ଅନୁଯାୟୀ, ଜଣେ ଅଜଣା ବ୍ୟକ୍ତି ହଠାତ କଳା ପୋଷାକ ପିନ୍ଧି ମାର୍କେଟ ମଧ୍ୟକୁ ପ୍ରବେଶ କରିଥିଲେ ଓ ଅନ୍ଧାଧୂନ ଗୁଳି ଚାଳନା କରିଥିଲେ ।

ଫଳରେ ଘଟଣା ସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରୁ ଜଣେ ପୋଲିସ ଅଧିକାରୀ ରହିଛନ୍ତି । ତେବେ କେଉଁ କାରଣରୁ ଅଭିଯୁକ୍ତ ଜଣଙ୍କ ଏପରି କାଣ୍ଡ ଘଟାଇଲା ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.