ETV Bharat / international

ସହଜ ହେବ ଶ୍ବାସକ୍ରିୟାଜନିତ ସଂକ୍ରମଣ ଅଧ୍ୟୟନ, ଲ୍ୟାବ୍‌ରେ ପ୍ରସ୍ତୁତ ହେଲା ଫୁସଫୁସ ସେଲ

author img

By

Published : Jul 4, 2020, 7:07 AM IST

Human airway cells, respiratory viruses study, LAB-GROWN LUNGS, ଶ୍ବାସକ୍ରିୟାଜନିତ ସଂକ୍ରମଣ ଅଧ୍ୟୟନ, ଏୟାରୱେ ସେଲ, ବିଜ୍ଞାନ ଲାଟେଷ୍ଟ ଖବର, ମାନବ ଶରୀରରେ କୋରୋନା ପ୍ରଭାବ ଅଧ୍ୟୟନ, latest science news
ସହଜ ହେବ ଶ୍ବାସକ୍ରିୟାଜନିତ ସଂକ୍ରମଣ ଅଧ୍ୟୟନ, ଲ୍ୟାବ୍‌ରେ ପ୍ରସ୍ତୁତ ହେଲା ଫୁସଫୁସ ସେଲ

ଅଷ୍ଟ୍ରେଲିଆର ଏହି ଜାତୀୟ ସଂସ୍ଥାରେ ପ୍ରସ୍ତୁତ ସେଲ ମଣିଷ ଶରୀରର ବାସ୍ତବ ଗଠନ ପରି ତିଆରି କରାଯାଇଛି । ଯାହା ମାନବ ଶରୀରର ଅବିକଳ ନକଲ ବୋଲି କହିଲେ କିଛି ଭୁଲ ହେବ ନାହିଁ । ମଣିଷର ସହଯୋଗ ବିନା ଏହି ସେଲରେ ବିଭିନ୍ନ ପରୀକ୍ଷଣ କରାଯାଇ ଏହାର କାର୍ଯ୍ୟକାରିତା ଦେଖାଯାଇପାରେ ।

କାନବେରା: ମାନବ ଶରୀରରେ ଶ୍ବାସକ୍ରିୟାଜନିତ ସଂକ୍ରମଣ ଯେ କେତେ ମାରାତ୍ମକ ହୋଇପାରେ ଏବଂ ଏହାର କିପରି ନିରାକରଣ ହୋଇପାରିବ, ସେନେଇ ଅଷ୍ଟ୍ରେଲିଆର ଏକ ଲ୍ୟାବ୍‌ରେ ପ୍ରସ୍ତୁତ ହୋଇଛି ନୂଆ ଫୁସଫୁସ ସେଲ । ସିଏସଆଇଆରଓ (କମନୱେଲଥ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଅର୍ଗାନାଇଜେସନ)ର ଲ୍ୟାବ୍‌ରେ ଏହି ମାନବ ଶରୀରର ଫୁସଫୁସ ପରି ଏକ ଏୟାରୱେ ସେଲ ପ୍ରସ୍ତୁତ କରାଯାଇଛି । ଫଳରେ ମଣିଷର ସହଯୋଗ ବିନା ଏହି ସେଲରେ ବିଭିନ୍ନ ପରୀକ୍ଷଣ କରାଯାଇ ଏହାର କାର୍ଯ୍ୟକାରିତା ଦେଖାଯାଇପାରେ । ଏଥିରେ କୋରୋନା ଭୂତାଣୁକୁ ମଧ୍ୟ ଅଧ୍ୟୟନ କରାଯାଇପାରିବ । ଯାହା କୋରୋନାରେ ନିରାକରଣରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଇବ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଅଷ୍ଟ୍ରେଲିଆର ଏହି ଜାତୀୟ ସଂସ୍ଥାରେ ପ୍ରସ୍ତୁତ ସେଲ ମଣିଷ ଶରୀରର ବାସ୍ତବ ଗଠନ ପରି ତିଆରି କରାଯାଇଛି । ଯାହା ମାନବ ଶରୀରର ଅବିକଳ ନକଲ ବୋଲି କହିଲେ କିଛି ଭୁଲ ହେବ ନାହିଁ । ଏନେଇ ଅଧ୍ୟୟନର ମୁଖ୍ୟ ଡ଼ଃ ଏଲିଜାବେଥ ଫାରୋଙ୍କ କହିବା ଅନୁଯାୟୀ କୌଣସି ପ୍ରତିଷେଧକର ମାନବ ଶରୀର କିମ୍ବା ପଶୁଙ୍କ ଦେହରେ ପରୀକ୍ଷା ଏକ ସମୟ ସାପେକ୍ଷ ଓ ଖର୍ଚ୍ଚାନ୍ତ ପ୍ରକ୍ରିୟା । ଏହା ଦ୍ବାରା ଚିକିତ୍ସା ପାଇଁ ନୂଆ ପଦକ୍ଷେପ ବିକାଶରେ ମଧ୍ୟ ସମୟ ଅପଚୟ ହୋଇଥାଏ । ଏହାକୁ ରୋକିବା ସହ ସମୟ ବଞ୍ଚାଇବା ପାଇଁ ଲ୍ୟାବ୍‌ରେ ପ୍ରସ୍ତୁତ ଏୟାରୱେ ସେଲ ଅତି ଜରୁରୀ ଆବିଷ୍କାର ।

ଏହି ସେଲ ବ୍ୟବହାରରେ କମ ସମୟ ମଧ୍ୟ ଅଧିକ ପରକ୍ଷୀ ନିରୀକ୍ଷା କରିହେବ । କେବଳ ସେତିକି ନୁହେଁ ଲ୍ୟାବ୍‌ରେ ମଧ୍ୟ ପରୀକ୍ଷଣ ପାଇଁ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରାଯାଇଛି । ବର୍ତ୍ତମାନ କୋରୋନା ମହାମାରୀର କୌଣସି ସ୍ଥାୟୀ ପ୍ରତିକାର ବାହାରି ପାରିନଥିବା ବେଳେ ଦିନକୁ ଦିନ କୋଭିଡ-19 ଭୂତାଣୁର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏମିତିରେ ଲ୍ୟାବର ସୁରକ୍ଷିତ ପରିବେଶରେ ସେଲ୍‌ର ବ୍ୟବହାର କରି ଭୂତାଣୁର ଅଧିକ ଅଧ୍ୟୟନ କରାଯାଇପାରେ ।

ଡ଼ଃ ଫାରୋ ଏହା ମଧ୍ୟ କହିଛନ୍ତି କି ତିନି ମାସ ମଧ୍ୟରେ ଏହି ଏୟାରୱେ ସେଲରେ 100ଟି ଆଣ୍ଟିଭାଇରାଲର କାର୍ଯ୍ୟକାରିତା ପରୀକ୍ଷା କରାଯାଇପାରେ । ଏଥିସହ ଏହି ସେଲରେ ରୋବୋଟିକ ଟେକ୍ନୋଲୋଜି ବ୍ୟବହାର କରି ଅଧିକ ଅଧ୍ୟୟନ ମଧ୍ୟ କରାଯାଇପାରେ । ହେଲେ କୌଣସି ଜଟିଳ ପରୀକ୍ଷଣ ଓ ଅଧ୍ୟୟନ ପାଇଁ ସେଲ ବର୍ତ୍ତମାନ ସେତେ ବିକଶିତ ହୋଇନାହିଁ ବୋଲି ମଧ୍ୟ ଡ଼ଃ ଫାରୋ ସ୍ପଷ୍ଟ କରିଛନ୍ତି ।

ତେଣୁ ଏହା ମଧ୍ୟ କୁହାଯାଇପାରେ କି କୋରୋନା ମୁକାବିଲା ପାଇଁ ଏହି ସେଲ ଏକ ବରଦାନ ସଦୃଶ । ଏହାର ବ୍ୟବହାର କରାଯାଇ କୋରୋନା ଭୂତାଣୁର ଗୁଣ ଅଧ୍ୟୟନ କରାଯାଇପାରେ । ଯାହା ଆଗକୁ ଏହାର ପ୍ରତିଷେଧକ ପ୍ରସ୍ତୁତିରେ ସହାୟକ ହେବ ନିଶ୍ଚୟ । ମାନବ ଶରୀରରେ ଫୁସଫୁସରେ ବିଷାକ୍ତ ପଦାର୍ଥକୁ ଶୋଷିବା ପାଇଁ ଯେପରି ଗବଲେଟ ରହିଥାଏ ସେହିପରି ଏହି ସେଲରେ ମଧ୍ୟ ଗବଲେଟର ନିର୍ମାଣ କରାଯାଇଛି । ସେହିପରି ଶରୀର ମଧ୍ୟ ରକ୍ତ କଣିକାର ପ୍ରବାହ ପାଇଁ ମ୍ୟୁକସ ମଧ୍ୟ କ୍ଷରଣ କରିଥାଏ । ତେଣୁ ଏହା ମାନବ ଶରୀର ସଂରଚନାର ଅବିକଳ ନକଲ ଆକାରରେ ପ୍ରସ୍ତୁତ କରାଯାଇଛି ବୋଲି କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.