ETV Bharat / international

ମାସେ ପରେ ଆସିପାରେ ସାମସଙ୍ଗର ମହଙ୍ଗା ଫୋନ୍

author img

By

Published : Jul 6, 2020, 8:35 PM IST

ମାସେ ପରେ ଆସିପାରେ ସାମସଙ୍ଗର ମହଙ୍ଗା ଫୋନ୍
ମାସେ ପରେ ଆସିପାରେ ସାମସଙ୍ଗର ମହଙ୍ଗା ଫୋନ୍

ସାମସଙ୍ଗର ବହୁଚର୍ଚ୍ଚିତ ଏବଂ ବହୁପ୍ରତୀକ୍ଷିତ ମହଙ୍ଗା ଫୋନ୍ ଠିକ୍ ମାସେ ପରେ ଆସିପାରେ ବୋଲି ସୂଚନା ମିଳିଛି । ଅଗଷ୍ଟ 5ରେ ନିଜର ଗାଲାକ୍ସି ନୋଟ୍ 20 ସିରିଜ ଲଞ୍ଚ କରିବାକୁ କମ୍ପାନୀ ଯୋଜନା କରିଛି । ଅଧିକ ପଢନ୍ତୁ..

ସିଓଲ: ସାମସଙ୍ଗର ବହୁଚର୍ଚ୍ଚିତ ଏବଂ ବହୁପ୍ରତିକ୍ଷିତ ମହଙ୍ଗା ଫୋନ୍ ଠିକ୍ ମାସେ ପରେ ଆସିପାରେ ବୋଲି ସୂଚନା ମିଳିଛି । ଅଗଷ୍ଟ 5ରେ ନିଜର ଗାଲାକ୍ସି ନୋଟ୍ 20 ସିରିଜ ଲଞ୍ଚ କରିବାକୁ କମ୍ପାନୀ ଯୋଜନା କରିଛି । ପୂର୍ବରୁ ସାମସଙ୍ଗର ସମସ୍ତ ଡିଭାଇସ ସମ୍ପର୍କରେ ସଠିକ୍ ତଥ୍ୟ ଦେଇଥିବା ଏକ ୱେବସାଇଟ୍ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ ଏହି ସ୍ମାର୍ଟଫୋନ୍ ସାମସଙ୍ଗର ଅନ୍ୟତମ ମହଙ୍ଗା ଫୋନ୍ । ଏହାର ଦାମ୍ 99 ହଜାର 999 ରହିଛି । ସବୁଠାରୁ ମହଙ୍ଗା ଭାବେ ସାମସଙ୍ଗ ଡବ୍ଲୁ20 5ଜିର ଦାମ୍ 1.20 ଲକ୍ଷ ରହିଛି ଯାହା ଏବେ ଯାଏଁ ଲଞ୍ଚ ହୋଇନାହିଁ । ସେହିପରି ଗତବର୍ଷ ଫେବୃୟାରୀରେ ଲଞ୍ଚ ହୋଇଥିବା ସାମସଙ୍ଗ ଗାଲାକ୍ସି ଏସ10 ପ୍ଲସର ଦାମ୍ ଅଛି 1.18 ଲକ୍ଷ । ଏହାପରେ ଗତ ମେ ମାସରେ ରିଲିଜ ହୋଇଛି ସାମସଙ୍ଗ ଗାଲାକ୍ସି ଜେଡ୍ ଫ୍ଲିପ୍ । ଏବେ ଗାଲାକ୍ସି ନୋଟ୍ 20 ଆସିବାକୁ ଯାଉଛି ଯାହାର ଦାମ୍ ଲକ୍ଷେ ତଳେ ରହିଛି ।

ଗାଲାକ୍ସି ନୋଟ୍ 20 ସିରିଜ ସହ ସାମସଙ୍ଗ ଗାଲାକ୍ସି ଜେଡ୍ ଫ୍ଲିପ୍ 5ଜି ମଧ୍ୟ ରିଲିଜ କରିବାର ଯୋଜନା ରଖିଛି । ଏହାର ଏକ ମଡେଲ ଚଳିତ ବର୍ଷ ମେ ମାସରେ ଆସିସାରିଛି । ତେବେ ଗାଲାକ୍ସି ଫୋଲ୍ଡ ଲାଇଟର ଲଞ୍ଚ ଆଗାମୀ ବର୍ଷକୁ ଘୁଞ୍ଚାଯାଇଥିବା ଜଣାପଡିଛି । ସ୍ମାର୍ଟଫୋନ୍ ସହ କମ୍ପାନୀ ଗାଲାକ୍ସି ୱାଚ୍ 3 ଏବଂ ୱାୟାରଲେସ୍ ଇୟରବୋଡ୍ସ ଲଞ୍ଚ କରିବା ନେଇ ଖୁବଶିଘ୍ର ଘୋଷଣା କରିବ ବୋଲି ରିପୋର୍ଟରୁ ଖବର ମିଳିଛି ।

ଗାଲାକ୍ସି ନୋଟ୍ 20 ସିରିଜର 2ଟି ମଡେଲ ଘୋଷଣା କରିପାରେ କମ୍ପାନୀ । ନୋଟ୍ 20 ଅଲଟ୍ରାରେ ଏସ20 ଅଲଟ୍ରା ଭଳି କ୍ୟାମେରା କ୍ବାଲିଟି ରହିବ । ଏଥିରେ ଅଧିକ ପାୱାର ପାଇଁ 120ଏଚଜେଡ୍ ଏଲଟିପିଓ ଡିସପ୍ଲେ ଅପଗ୍ରେଡ କରାଯାଇଛି । ସାମସଙ୍ଗ ଗାଲାକ୍ସି ନୋଟ୍ 20 ଅଲଟ୍ରାର ଦାମ୍ 1299 ଆମେରିକୀୟ ଡଲାର ରହିପାରେ ଯାହାକୁ ଅନ୍ୟତମ ମହଙ୍ଗା ସ୍ମାର୍ଟଫୋନ୍ ବୋଲି କୁହାଯାଉଛି । ଗାଲାକ୍ସି ନୋଟ୍ 20ର ଦାମ୍ 999 ଆମେରିକୀୟ ଡଲାର ରହିବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.