ETV Bharat / international

କୋରୋନା ସଂକ୍ରମଣ ନସରୁଣୁ, କଙ୍ଗୋରେ ଆରମ୍ଭ ହେଲାଣି ଇବୋଲା ବିସ୍ତାର

author img

By

Published : Jun 2, 2020, 9:08 AM IST

କୋରୋନା ସଂକ୍ରମଣ ନସରୁଣୁ, କଙ୍ଗୋରେ ଆରମ୍ଭ ହେଲାଣି ଇବୋଲା ବିସ୍ତାର
କୋରୋନା ସଂକ୍ରମଣ ନସରୁଣୁ, କଙ୍ଗୋରେ ଆରମ୍ଭ ହେଲାଣି ଇବୋଲା ବିସ୍ତାର

କୋରୋନା କାଳରେ ଇବୋଲା ସଂକ୍ରମଣ। କଙ୍ଗୋର ଏହି ଭାଇରସ ବିସ୍ତାରର ପ୍ରଥମ ପର୍ଯ୍ୟାୟ ଚିହ୍ନଟ କରାଯାଇଛି। ଏନେଇ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ।

କଙ୍ଗୋ: କୋରୋନା କାଳରେ ଇବୋଲା ସଂକ୍ରମଣ। କଙ୍ଗୋର ଏହି ଭାଇରସ ବିସ୍ତାରର ପ୍ରଥମ ପର୍ଯ୍ୟାୟ ଚିହ୍ନଟ କରାଯାଇଛି। ଏନେଇ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ସରକାର ମଙ୍ଗଳବାର ଘୋଷଣା କରିଛନ୍ତି । ତେବେ ୱାଙ୍ଗଟା ସ୍ବାସ୍ଥ୍ୟ ଜୋନ୍, ମାଣ୍ଡବାକାଠାରେ ଇବୋଲା ଜୀବାଣୁଙ୍କର ନୂତନ ବିସ୍ତାର ଆରମ୍ଭ ହେଉଛି। ଏହି ଦେଶ କୋଭିଡ୍ ମହାମାରୀ ଓ ମିଳିମିଳା ସହ ମୁକାବିଲା କରୁଥିବା ବେଳେ ଇବୋଲାର ବିସ୍ତାର ଏଠାକାର ଜନସାଧାରଣ ଓ ସରକାରଙ୍କ ଉପରେ ଚାପ ବଢାଇ ଦେଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପ୍ରାରମ୍ଭିକ ସୂଚନା ଅନୁସାରେ ୱାଙ୍ଗଟାଠାରେ ଏପର୍ଯ୍ୟନ୍ତ 6 ଟି ଇବୋଲା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି। ଏହି 6 ଟି ମାମଲା ମଧ୍ୟରୁ ତିନୋଟି ଲାବୋରେଟୋରୀ ପରୀକ୍ଷା କରାଯାଇଛି। ଅଧିକ ସଂଖ୍ୟାରେ ପରୀକ୍ଷା କରାଯାଉଥିବାରୁ ଆଗାମୀ ଦିନରେ ବେଶୀ ରୋଗୀ ଚିହ୍ନଟ ହୋଇପାରନ୍ତି।

1976 ମସିହାରେ ଦେଶରେ ପ୍ରଥମେ ଏହି ଭାଇରସ୍ ଚିହ୍ନଟ ହେବା ପରଠାରୁ ଏହା ହେଉଛି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର 11 ଥର ପାଇଁ ଇବୋଲା ଭାଇରସ । ମାବନଡାକା ଓ ଏହାର ଆଖପାଖ ଅଞ୍ଚଳରେ ଏହା ନବମ ଥର ଇବୋଲା ସଂକ୍ରମଣ ଦେଖାଦେଇଛି। ଯାହା 2018 ମେ ରୁ ଜୁଲାଇ ମଧ୍ୟରେ ଦେଖାଦେଇଥିଲା।

ଏହାସହ ଉତ୍ତର କିଭୁ, ଦକ୍ଷିଣ କିଭୁ ଏବଂ ଇଟୁରି ପ୍ରଦେଶରେ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ଦଶମ ଇବୋଲା ସଂକ୍ରମଣ ଦେଖାଦେଇଥିଲା। 14 ମଇ 2020 ରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେହି ଭାଇରସର ସମାପ୍ତି ଘୋଷଣା ପର୍ଯ୍ୟନ୍ତ 42 ଦିନିଆ ଗଣନା ଆରମ୍ଭ କଲା । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ଦେଶର ଅନେକ ସ୍ଥାନରେ ଏକ ପଶୁ ଜଳଭଣ୍ଡାରରେ ଏହି ଜୀବାଣୁଙ୍କ ରହୁ ଥିବାରୁ ଇବୋଲା ରୋଗ ହେବାର ଆଶ ଅଧିକ ରହିଛି।

ଖବର ଥାଉକି, ଇବୋଲା ଏକ ଭାଇରସ୍ ଡିଜିଜ୍‌। ଏହି ଭୂତାଣୁ ବନ୍ୟପଶୁଙ୍କ ଠାରୁ ମନୁଷ୍ୟ ଶରୀରକୁ ବ୍ୟାପିଥାଏ। ସବୁଠାରୁ ଭୟଙ୍କର କଥା ହେଉଛି ଇବୋଲା ଭାଇରସ୍ ଡିଜିଜ୍‌ ଘଟଣାରେ ମୃତ୍ୟୁର ହାର ପ୍ରାୟ ୫୦% ରହିଥାଏ। ଅତୀତରେ ଏହା ବ୍ୟାପିଥିବା ସମୟରେ ମୃତ୍ୟୁର ହାର ୨୫%ରୁ ୯୦% ପର୍ଯ୍ୟନ୍ତ ପରିଲକ୍ଷିତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.