ETV Bharat / international

ଇସଲାମ ଧର୍ମକୁ ଅପମାନ କରି ଜେଲରେ ପ୍ରବାସୀ ଭାରତୀୟ

author img

By

Published : Apr 11, 2020, 12:40 AM IST

ସୋସିଆଲ ମିଡିଆରେ ଧର୍ମକୁ ଅପମାନ କରିବା ପଡିଛି ମହଙ୍ଗା । ଇସଲାମ ଧର୍ମକୁ ଅପମାନିତ କରିଥିବାରୁ ସମ୍ପୃକ୍ତ ପ୍ରବାସୀ ଭାରତୀୟଙ୍କୁ ଗିରଫ କରିଛି ଦୁବାଇ ପୋଲିସ ।

Indian expats sent to jail, insult to islamic religion on social media, indian expat in dubai jail, indian expat in jail for insulting islamic religion, ସୋସିଆଲ ମିଡିଆରେ ଇସଲାନ ଧର୍ମକୁ ଅପମାନ, ପ୍ରବାସୀ ଭାରତୀୟଙ୍କୁ ଜେଲ, ଇସଲାମ ଧର୍ମକୁ ଅପମାନ କରି ଜେଲରେ ପ୍ରବାସୀ ଭାରତୀୟ, ଦୁବାଇ ଜେଲରେ ପ୍ରବାସୀ ଭାରତୀୟ
ଇସଲାମ ଧର୍ମକୁ ଅପମାନ କରି ଜେଲରେ ପ୍ରବାସୀ ଭାରତୀୟ

ଆବୁଧାବି: ସୋସିଆଲ ମିଡିଆରେ ଧର୍ମକୁ ଅପମାନ କରିବା ପଡିଛି ମହଙ୍ଗା । ଦୁବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ସୋସିଆଲ ମିଡିଆରେ ଇସଲାମ ଧର୍ମକୁ ନିନ୍ଦା କରିବା ସହ କିଛି ଦ୍ବିଅର୍ଥବୋଧକ ଶବ୍ଦ ଲେଖିଥିବା ଦେଖିବାକୁ ମିଳିଥିଲା । ଏହା ଇସଲାମ ଧର୍ମକୁ ଅପମାନିତ କରିଥିବାରୁ ସମ୍ପୃକ୍ତ ପ୍ରବାସୀ ଭାରତୀୟଙ୍କୁ ଗିରଫ କରିଛି ଦୁବାଇ ପୋଲିସ ।

ସୂଚନା ଅନୁଯାୟୀ କର୍ଣ୍ଣାଟକ ନିବାସୀ ରାକେଶ ବି କିଟ୍ଟୁରମଥ ଦୁବାଇର ‘ଏମିରିଲ ସର୍ଭିସେସ’ ନାମକ ଇଣ୍ଟିଗ୍ରେଟେଡ ଫାସିଲିଟି ମ୍ୟାନେଜମେଣ୍ଟରେ ଟିମ ଲିଡର ଭାବେ କାର୍ଯ୍ୟରତ । କୋରୋନା ସମ୍ପର୍କିତ ଏକ ଫେସବୁକ ପୋଷ୍ଟରେ ଉତ୍ତର ରଖି ସେ କିଛି ଇସଲାମ ଧର୍ମକୁ ଅପମାନ କରିବା ପରି ଶବ୍ଦର ବ୍ୟବହାର କରିଥିଲେ । ଯାହା କିଛି ଇସଲାମ ଧର୍ମୀ ଯୁବକ ତୀବ୍ର ନିନ୍ଦା କରିବା ସହ ଏହି ଖବର ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଥିଲା ।

ଏନେଇ ଖବର ପାଇବା ପରେ ଏମିରିଲ ସର୍ଭିସେସର ସିଇଓ ଷ୍ଟୁଆର୍ଟ ହାରିସନ ପ୍ରତିକ୍ରିୟା ଦେଇ କହିଥିଲେ କି ରାକେଶଙ୍କ ଏପରି ବ୍ୟବହାର ପାଇଁ କମ୍ପାନୀରେ କୌଣସି ସ୍ଥାନ ନାହିଁ । ତାଙ୍କ କାର୍ଯ୍ୟକଳାପ କମ୍ପାନୀ ଦ୍ବାରା ତୀବ୍ର ନିନ୍ଦିତ । ତେଣୁ ତାଙ୍କୁ ଚାକିରୀରୁ ବହିଷ୍କୃତ କରାଯିବା ସହ ତାଙ୍କୁ ଦୁବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ସେ ଏହା ମଧ୍ୟ କହିଛନ୍ତି କମ୍ପାନୀର ସୋସିଆଲ ମିଡିଆକୁ ନେଇ କିଛି ନିର୍ଦ୍ଦିଷ୍ଟ ନିୟମ କାନୁନ ରହିଛି । ଏଥିସହ କମ୍ପାନୀ ସବୁବେଳେ ନିରପେକ୍ଷ ମତ ଉପରେ ବିଶ୍ବାସ କରି ଆସିଛି । ଏଥିରେ କୌଣସି ଧର୍ମକୁ ଅପମାନ ଓ ବିରୋଧାଭାଷକୁ ଗ୍ରହଣ କରାଯିବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.