ETV Bharat / international

କାବୁଲ କଲା କବୁଲ, ଟଙ୍କା ଭର୍ତ୍ତି କାର-ହେଲିକପ୍ଟର ନେଇ ପଳେଇଲେ ଅସରଫ

author img

By

Published : Aug 17, 2021, 9:12 AM IST

Updated : Aug 17, 2021, 10:25 AM IST

କାର, ହେଲିକପ୍ଟର ଓ ଟଙ୍କା ନେଇ ପଳେଇଲେ ଅସରଫ
କାର, ହେଲିକପ୍ଟର ଓ ଟଙ୍କା ନେଇ ପଳେଇଲେ ଅସରଫ

ଆଫଗାନିସ୍ତାନ ରାଜଧାନୀ କାବୁଲକୁ କାବୁ କରି ନେଇଛି ତାଲିବାନ ଆତଙ୍କୀ ସଂଘଠନ । ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅସରଫ ଘନି । ସାଙ୍ଗରେ ୪ଟି କାର, ଗୋଟିଏ ହେଲିକପ୍ଟର ଓ ନଗଦ ଟଙ୍କା ସହିତ ଦେଶ ଛାଡି ପଳାଇଥିବା କହିଛି ଋଷ ଦୂତବାସ । ଅଧିକ ପଢନ୍ତୁ...

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲକୁ କାବୁ କରି ନେଇଛି ତାଲିବାନ ଆତଙ୍କୀ ସଂଘଠନ । ଜୀବନ ବଞ୍ଚାଇବାକୁ କାବୁଲରେ ଚାଲିଛି ସଂଘର୍ଷ । ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବାପରେ ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି ଅସରଫ ଘନି । ସାଙ୍ଗରେ ୪ଟି କାର, ଗୋଟିଏ ହେଲିକପ୍ଟର ଓ ନଗଦ ଟଙ୍କା ସହିତ ଦେଶ ଛାଡି ପଳାଇଥିବା କହିଛି ଋଷ ଦୂତାବାସ ।

ଶାସନ ପତନ ହେଲା ପରେ ଘନି ଏପରି କରିଛନ୍ତି । ୪ଟି କାର ଟଙ୍କାରେ ଭର୍ତ୍ତି ହୋଇଥିଲା । କିଛି ଟଙ୍କା ହେଲିକପ୍ଟରରେ ଭର୍ତ୍ତି କରିବାରୁ ଚେଷ୍ଟା କରିଥିଲେ ମାତ୍ର ତାହା ସମ୍ଭବ ହୋଇନଥିଲା ଫଳରେ କିଛି ଟଙ୍କା ରନୱେରେ ଛାଡି ଦେଇଥିବା କହିଛି ଋଷ ଦୂତାବାସ ।

ପ୍ରକାଶ ଥାଉ କି, ରବିବାର ତାଲିବାନମାନେ କାବୁଲ କବଜା କରିବା ପରେ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ଘନି ଦେଶ ଛାଡି ଦେଇଥିଲେ । ଏହା ପରେ ସେ ସୋସିଆଲ ମିଡିଆରେ କହିଥିଲେ ଯେ, ବର୍ତ୍ତମାନ ଠାରୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ଧନ ଏବଂ ରକ୍ଷା ପାଇଁ ତାଲିବାନ ଦାୟୀ ରହିବ ।

ସେ ଆହୁରି କହିଥିଲେ, ଯଦି ସେ ଆଫଗାନିସ୍ତାନରେ ରହିଥାନ୍ତେ ବହୁ ସଂଖ୍ୟାକ ଲୋକ ଦେଶ ପାଇଁ ତାଲିବାନ ସହିତ ଲଢ଼େଇ କରିଥାନ୍ତେ । ଏପରି ପରିସ୍ଥିତିରେ ଅନେକ ଲୋକ ପ୍ରାଣ ହରାଇଥାନ୍ତେ । କାବୁଲ ସହର ମଧ୍ୟ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଥାନ୍ତା । ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ସୃଷ୍ଟି ନ କରିବାକୁ ସେ ଦେଶ ଛାଡ଼ି ପଳାଇ ଆସିଛନ୍ତି ବୋଲି ଫେସବୁକ ପୋଷ୍ଟ ଜରିଆରେ ଲେଖିଛନ୍ତି ଘନି ।

ଆମେରିକାର ସେନା ପ୍ରତ୍ୟାହାର ପରେ ତାଲିବାନ ଆଫଗାନିସ୍ତାନରେ ଆତଙ୍କ ସୃଷ୍ଟି କରିଛି । ତାଲିବାନ କାନ୍ଦାହାର, ଗଜନି ସମେତ ସମସ୍ତ ବଡ ସହରକୁ କାବୁ କରି କାବୁଲକୁ ଅକ୍ତିଆର କରିଛି । ତାଲିବାନ ମାତ୍ର ୨୨ ଦିନ ମଧ୍ୟରେ କାବୁଲକୁ ନିଜ ଅଧୀନକୁ ନେଇଛି ।

@ANI

Last Updated :Aug 17, 2021, 10:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.