ETV Bharat / international

ହଂକଂ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ

author img

By

Published : Dec 23, 2019, 8:41 AM IST

hong-kong
ଫଟୋ ସୌଜନ୍ୟ: ଏଏନଆଇ

ଚାଇନାର ଉଇଘୁର ସଂଖ୍ୟାଲଘୁଙ୍କ ସମର୍ଥନରେ କରାଯାଉଥିବା ଏକ ରାଲିରେ ହଂକଂ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଉଇଘୁର ସଂଖ୍ୟାଲଘୁଙ୍କୁ ଚୀନ ନିର୍ଯାତନା ଦେଉଥିବା ଅଭିଯୋଗରେ ଏହି ବିକ୍ଷୋଭ କରାଯାଉଛି । ଅଧିକ ଖବର ପଢନ୍ତୁ...

ହଂକଂ: ରବିବାର ଚାଇନାର ଉଇଘୁର ସଂଖ୍ୟାଲଘୁଙ୍କ ସମର୍ଥନରେ କରାଯାଉଥିବା ଏକ ରାଲିରେ ହଂକଂ ପୋଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି । ଏହି ଶୋଭାଯାତ୍ରାରେ ଚୀନ ପତାକାକୁ ପୋଡିବାକୁ ଚେଷ୍ଟା କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ବିକ୍ଷୋଭକାରୀମାନେ ଜିନଜିୟାଙ୍ଗର ସ୍ବାଧୀନତା ଆନ୍ଦୋଳନର ପତାକା ଧରିଥିବା ଦେଖିବାକୁ ମିଳିଛି ।

hong-kong
ଫଟୋ ସୌଜନ୍ୟ: ଏଏନଆଇ

ଜିନଜିୟାଙ୍ଗ ପ୍ରଦେଶରେ ବସବାସ କରୁଥିବା ଉଇଘୁର ଓ ଅନ୍ୟ ମୁସଲିମ ସଂଖ୍ୟାଲଘୁମାନଙ୍କ ବିରୋଧରେ ଚୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏପରିକି ସେମାନଙ୍କୁ ଶିବିରରେ ବନ୍ଦୀ କରି ରଖାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଏହା ବିରୋଧରେ ହଂକଂରେ ସ୍ବର ଉତ୍ତୋଳନ କରାଯାଉଛି ।

ଏହି ଘଟଣାରେ ଚୀନ କୌଣସି ରାଜନୈତିକ କଏଦୀମାନଙ୍କୁ ରଖି ନଥିବା ଚୀନ ମୁଖପାତ୍ର ପ୍ରକାଶ କରିଛନ୍ତି । ଏହା ସହ ଚୀନ ଧାର୍ମିକ ଚରମପନ୍ଥୀଙ୍କ ବିରୋଧରେ ଶିକ୍ଷା ପ୍ରଦାନ କରୁଥିବା ସେ ଉଲ୍ଲେଖ କରିଛନ୍ତି । ସୂଚନାଯୋଗ୍ୟ, ଚୀନର ଅର୍ଦ୍ଧ ସ୍ବଂୟଶାସିତ ପ୍ରଦେଶ ଭାବରେ ହଂକଂ ପରିଚାଳିତ ହେଉଛି ।

Intro:Body:

dfhgh


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.