ETV Bharat / international

ଛାତ୍ରୀଙ୍କୁ ସ୍କୁଲଠୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF

author img

By

Published : Sep 18, 2021, 5:35 PM IST

ଆଫଗାନି ଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ବାଧକ ସାଜୁଛି ତାଲିବାନ । ଏଥିଲାଗି ଚିନ୍ତା ପ୍ରକଟ କରିଛନ୍ତି UNICEF ମୁଖ୍ୟ ହେନରିଟ୍ଟା ଫୋର । ଅଧିକ ପଢନ୍ତୁ...

ଛାତ୍ରୀଙ୍କୁ ବିଦ୍ୟାଳୟରୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF
ଛାତ୍ରୀଙ୍କୁ ବିଦ୍ୟାଳୟରୁ ଦୂରରେ ରଖୁଛି ତାଲିବାନ, ଚିନ୍ତା ପ୍ରକଟ କଲା UNICEF

ୱାଶିଂଟନ: ଆଫଗାନିସ୍ତାନରେ ରାଜୁତି ଆରମ୍ଭ କରିଛି ତାଲିବାନ । ଏହାସହିତ ଆଫଗାନୀ ମହିଳାଙ୍କ ପାଇଁ ମଧ୍ୟ ତାଲିବାନମାନେ ଆଇନକୁ କଠୋର କରିଛନ୍ତି । ତେବେ ଆଫଗାନି ଛାତ୍ରୀଙ୍କୁ ବିଦ୍ୟାଳୟଠାରୁ ଦୂରେଇ ରଖୁଛନ୍ତି ତାଲିବାନ । ଏ ସମ୍ପର୍କରେ ମିଳିତ ଜାତିସଂଘ ଶିଶୁ ପାଣ୍ଠି(UNICEF) ଖବର ପାଇବା ପରେ ଚିନ୍ତାପ୍ରକଟ କରିଛି ।

ଆଜି(ଶନିବାର)ଠାରୁ ଆଫଗାନିସ୍ତାନରେ ବିଦ୍ୟାଳୟ ଖୋଲିବାକୁ ୟୁନିସେଫ ସ୍ବାଗତ କରିଥିବା ବେଳେ ବର୍ତ୍ତମାନ ସମୟରେ ଛାତ୍ରୀମାନେ ପୁଣି ବିଦ୍ୟାଳୟକୁ ଯାଇନପାରିବାର ସମ୍ଭାବନା ଥିବାରୁ ଚିନ୍ତିତ ଥିବା କହିଛନ୍ତି ୟୁନିସେଫର ମୁଖ୍ୟ ହେନରିଟ୍ଟା ଫୋର ।

ଏଭଳି ମାନବିକ ସଙ୍କଟ ଲାଗି ପୂର୍ବରୁ ୪.୨ ମିଲିୟନ ବା 4୦ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇପାରିନଥିଲେ । ଏମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଛାତ୍ରୀ ଥିଲେ । ଏପରି ଭାବରେ ଶିକ୍ଷାଠାରୁ ଛାତ୍ରୀମାନେ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ବାରା ସେମାନେ ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେମାନଙ୍କ ପରିବାର ଓ ସମ୍ପ୍ରଦାୟ ମଧ୍ୟ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ହେନରିଟ୍ଟା କହିଛନ୍ତି । ଆଜିଠାରୁ ଆଫଗାନିସ୍ତାନରେ କେବଳ ଛାତ୍ରଙ୍କ ପାଇଁ ବିଦ୍ୟାଳୟ ଖୋଲିଥିବା ବେଳେ ଛାତ୍ରୀଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ କରାଯାଇନାହିଁ । କାବୁଲକୁ ଅଧିନରେ ନେବା ପରେ ଏପରି କରି ତାଲିବାନ ନିଜ ପ୍ରତିଶ୍ରୁତିର ବିପରୀତରେ ଯାଉଛି ।

ଶିକ୍ଷା କ୍ଷେତ୍ରରୁ ଛାତ୍ରୀମାନେ ବଞ୍ଚିତ ହୋଇ ରହିପାରିବେ ନାହିଁ । ଯୁବତୀମାନେ ପାଠପଢାରୁ ବଞ୍ଚିତ ରହିବା ସଠିକ ନୁହେଁ । ତେବେ ଛାତ୍ରୀଙ୍କୁ ପାଠ ପଢାଇବା ଲାଗି ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତ କରାଯିବ ବୋଲି ୟୁନିସେଫ ମୁଖ୍ୟ କହିଛନ୍ତି । ଆମେରିକା ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରିବା ପରେ ତାଲିବାନ ସମ୍ପୂର୍ଣ୍ଣ ଭାବେ ଆଫଗାନିସ୍ତାନ ଉପରେ କବଜା କରିଛି । ଆଇନକୁ ହାତକୁ ନେବା ପରେ ସେମାନେ କଠୋର ଇସଲାମିକ ଆଇନକୁ ଦେଶରେ ପ୍ରଣୟନ କରୁଛନ୍ତି ।

ସେପଟେ ଶିଶୁଙ୍କ ଶିକ୍ଷାକ୍ଷେତ୍ରରେ ଅନେକ ବିକାଶ ହୋଇଛି ବୋଲି ୟୁନିସେଫ କହିଛି । ଗତ ୨ ଦଶନ୍ଧି ମଧ୍ୟରେ ବିଶ୍ବରେ ଥିବା ବିଦ୍ୟାଳୟ ୩ ଗୁଣା ବୃଦ୍ଧି ପାଇଛି । ଏହାସହିତ ୧ ମିଲିୟନ ବା ୧୦ ଲକ୍ଷରୁ ୯.୫ ମିଲିୟନ ବା ସାଢେ ୯୦ ଲକ୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏଣୁ ଆଫଗାନିସ୍ତାନରେ ଶିଶୁଙ୍କ ଶିକ୍ଷାଦାନକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ୟୁନିସେଫ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.