ETV Bharat / international

ପଞ୍ଜଶୀରରେ ମହାସଂଗ୍ରାମ, ୬୦୦ ତାଲିବାନ ଆତଙ୍କୀ ନିହତ

author img

By

Published : Sep 5, 2021, 12:43 PM IST

Updated : Sep 5, 2021, 12:55 PM IST

ପଞ୍ଜଶୀରରେ ମହାସଂଗ୍ରାମ, ୬୦୦ ତାଲିବାନ ଆତଙ୍କୀ ନିହତ
ପଞ୍ଜଶୀରରେ ମହାସଂଗ୍ରାମ, ୬୦୦ ତାଲିବାନ ଆତଙ୍କୀ ନିହତ

ଆଫଗାନିସ୍ତାନର ପଞ୍ଜଶୀରରେ ଚାଲିଛି ମହାସଂଗ୍ରାମ । ଏହି ସଂଘର୍ଷରେ ୬୦୦ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଧିକ ପଢନ୍ତୁ...

କାବୁଲ: ତାଲିବାନ ଆତଙ୍କବାଦୀ ଆଫଗାନିସ୍ତାନ ଉପରେ କବଜା କରିବା ପରେ କେବଳ ଉତ୍ତରପୂର୍ବ ପ୍ରଦେଶ ପଞ୍ଜଶୀର ତାଲିବାନଙ୍କ କବଳରେ ନାହିଁ । ଏହାକୁ କବଜା କରିବା ପାଇଁ ରକ୍ତମୁଖା ହୋଇ ଆକ୍ରମଣ କରୁଛି ଏହି ସଙ୍ଗଠନ । କବଜା କରିବା ପାଇଁ ଆକ୍ରମଣ କରିବା ସମୟରେ ହୋଇଥିବା ସଂଘର୍ଷରେ ନିହତ ହୋଇଛନ୍ତି ୬୦୦ରୁ ଅଧିକ ତାଲିବାନ ଆତଙ୍କବାଦୀ । ଏହାସହିତ 1 ହଜାରରୁ ଅଧିକ ତାଲିବାନ ଧରାପଡି ଜୀବନ ବିକଳରେ ଆତ୍ମସମର୍ପଣ କରିଛନ୍ତି ବୋଲି ପ୍ରତିରୋଧ ବାହିନୀର ମୁଖପାତ୍ର ଫାହିମ ଦଷ୍ଟି ଟ୍ବିଟ କରି କହିଛନ୍ତି ।

ପଞ୍ଜଶୀରର ପ୍ରତିରୋଧ ବାହିନୀ ବିରୋଧରେ ତାଲିବାନର ଆକ୍ରମଣ ଗତ ସୋମବାରଠାରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହି ଅଞ୍ଚଳରେ ଲ୍ୟାଣ୍ଡମାଇନ ଥିବାରୁ ଉଭୟଙ୍କ ମଧ୍ୟରେ ସଂଘର୍ଷ ଧୀର ହୋଇଥିବା କହିଛନ୍ତି ଫାହିମ । ସେପଟେ ପଞ୍ଜଶୀରରେ ଲଢେଇ ଜାରି ରହିଛି ବୋଲି କହିଛି ତାଲିବାନ । କିନ୍ତୁ ରାଜଧାନୀ ବଜାରକ ଏବଂ ପ୍ରାଦେଶିକ ରାଜ୍ୟପାଳଙ୍କ କମ୍ପାଉଣ୍ଡ ନିକଟ ରାସ୍ତାରେ ଲ୍ୟାଣ୍ଡମାଇନ୍ ଥିବାରୁ ଆକ୍ରମଣ ଧୀର ହୋଇଥିବା ତାଲିବାନ ସୂତ୍ରରୁ ସୂଚନା ମିଳିଛି ।

ଏହା ବି ପଢନ୍ତୁ: ପଞ୍ଜଶୀର ପଟକଥା, ଏଯାଏଁ ପଡିପାରନି ତାଲିବାନ ପାଦ

ଆଫଗାନିସ୍ତାନରେ ପଞ୍ଜଶୀରର ମହତ୍ତ୍ବ ଅଧିକ ରହିଛି । ଏହି ଅଞ୍ଚଳ ଦୀର୍ଘ ଦିନ ଧରି ସ୍ବାଧୀନ ହୋଇରହିଛି । ଏହି ଅଞ୍ଚଳ ସାହସର ସହିତ ତାଲିବାନଙ୍କୁ ଟକ୍କର ଦେଉଛି । ଏହି ଅଞ୍ଚଳ ଜାତୀୟ ପ୍ରତିରୋଧ ସାମ୍ମୁଖ୍ୟର ଗଡ଼ । ଏହି ଅଞ୍ଚଳକୁ ପ୍ରତିନିଧିତ୍ବ କରୁଛନ୍ତି ଆଫଗାନର ପୂର୍ବତନ ଗରିଲା କମାଣ୍ଡର ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ଓ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।

ତେବେ ସୂଚନା ଥାଉ କି ରାଷ୍ଟ୍ରପତି ଘନି ଦେଶ ଛାଡି ପଳାୟନ କରିବା ପରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ନିଜକୁ କେୟାରଟେକର ରାଷ୍ଟ୍ରପତି ଭାବେ ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜଶୀରରେ ସ୍ଥିତି ଗମ୍ଭୀର ରହିଛି । ସେମାନେ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ସାଲେହ ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି । କିନ୍ତୁ ସେମାନେ ବର୍ତ୍ତମାନ ସଂଘର୍ଷ ଜାରି ରଖିଛନ୍ତି ଓ ଆଗକୁ ଜାରି ରଖିବେ ବୋଲି କହିଛନ୍ତି ।

@ANI

Last Updated :Sep 5, 2021, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.