ETV Bharat / international

କାଶ୍ମୀର ପ୍ରସଙ୍ଗରେ ବୟାନ ଦେଇ କ୍ଷମା ମାଗିଲେ ଆମେରିକାର ସାଂସଦ

author img

By

Published : Aug 13, 2019, 8:25 PM IST

ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ବୟାନ ଦେଇ କ୍ଷମା ମାଗିଲେ ଆମେରିକାର ସାଂସଦ ଟମ ସୁଓଜି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ୱାଶିଂଟନ୍‌: ଧାରା 370 ଉଚ୍ଛେଦ ହେବାକୁ 10 ଦିନରୁ ଅଧିକ ସମୟ ବିତିଲାଣି । ମାତ୍ର ଏବେବି ଥମୁନି ଚର୍ଚ୍ଚା । କେବଳ ଦେଶରେ ନୁହେଁ ବରଂ ଆମେରିକାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ତେବେ ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଲା ପରେ ଏବେ କ୍ଷମା ମାଗିଛନ୍ତି ଆମେରିକାର ସାଂସଦ ଟମ ସୁୋଝଇ । ସେ କହିଛନ୍ତି, "ଏପରି କରିବା ପୂର୍ବରୁ ଆମେରିକାରେ ରହୁଥିବା ଭାରତୀୟଙ୍କ ସହ ପରାମର୍ଶ କରିନଥିବାରୁ ମୁଁ କ୍ଷମା ମାଗୁଛି । "

ଗତ ଅଗଷ୍ଟ 9 ତାରିଖରେ, ଭାରତ ସରକାରଙ୍କ ଏହି ପଦକ୍ଷେପ ପରେ ସାମାଜିକ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ସେ ଚିଠି ଲେଖି ଆମେରିକାର ରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓଙ୍କୁ ଜଣାଇଥିଲେ । ସେ ଆହୁରି ମଧ୍ୟ ଲେଖିଥିଲେ ଏହା ବିଦ୍ରୋହୀ ଏବଂ ଆତଙ୍କବାଦୀଙ୍କୁ ଅଶାନ୍ତି ସୃଷ୍ଟି କରିବାକୁ ଉସକାଇବ ।

ତେବେ ତାଙ୍କର ଏଭଳି ମନ୍ତବ୍ୟକୁ ଆମେରିକରେ ରହୁଥିବା ଭାରତୀୟମାନେ ଘୋର ନିନ୍ଦା କରିଥିଲେ । ପ୍ରାୟ 100ଜଣ ଭାରତୀୟ ବଂଶୋଦ୍ଭବ ଦାବି କରିଥିଲେ ଯେ, ସେ ଚିଠି ପ୍ରତ୍ୟାହାର କରନ୍ତୁ ।

Intro:Body:

prabhu


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.