ETV Bharat / international

ଗତ 23 ମିଲିୟନ ବର୍ଷର ରେକର୍ଡ ଭାଙ୍ଗିଲା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର

author img

By

Published : Jun 3, 2020, 12:29 AM IST

co2 amount in atmosphere, carbon dioxide, co2 level, latest science news, ବାୟୁମଣ୍ଡଳରେ ଅଙ୍ଗାରକାମ୍ଲର ମାତ୍ରା, ଅଙ୍ଗାରକାମ୍ଳ, ଅଙ୍ଗାରକାମ୍ଳ ସ୍ତର, ବିଜ୍ଞାନ ଖବର
ଗତ 23 ମିଲିୟନ ବର୍ଷର ରେକର୍ଡ ଭାଙ୍ଗିଲା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର

ଗବେଷକମାନେ ସରଳ ଭାବେ ବୁଝାଇ କହିଛନ୍ତି କି ବାୟୁମଣ୍ଡଳରେ ଉପସ୍ଥିତ ଅଙ୍ଗାକାମ୍ଳ ଗଛରେ ଥିବା କାର୍ବନର ଦୁଇ ଆଇସୋଟୋପ କାର୍ବନ-12 ଓ କାର୍ବନ-13ର ମାତ୍ରାକୁ ପ୍ରଭାବିତ କରିଥାଏ । ତେବେ ଗବେଷକମାନେ କରିଥିବା ଅନୁଧ୍ୟାନର ରିପୋର୍ଟ ଜିଓଲୋଜି ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ସ୍ପଷ୍ଟ ଲେଖା ରହିଛି କି ଗବେଷଣାରେ ବାୟୁମଣ୍ଡଳରେ ଥିବା ଅଙ୍ଗରକାମ୍ଳ ସ୍ତରକୁ ନିରୀକ୍ଷଣ କରାଯାଇଥିଲା ।

ନ୍ୟୁୟର୍କ: ଗତ 23 ମିଲିୟନ ବର୍ଷ ହେବ ବାୟୁମଣ୍ଡଳରେ ରହିଥିବା ଅଙ୍ଗାରକାମ୍ଲ ମାତ୍ରାର ରେକର୍ଡ ମଙ୍ଗଳବାର ଭାଙ୍ଗିଥିବା ପ୍ରକାଶ କରିଛନ୍ତି ଗବେଷକ । ଆମେରିକାର ୟୁନିଭର୍ସିଟି ଅଫ୍‌ ଲୁସିନିଆ କେତେକ ବର୍ଷ ବର୍ଷ ପୁରୁଣା ଫସିଲ ବା ଜୈବିକ ଅବଶିଷ୍ଟାଂଶକୁ ନେଇ ଏକ ଗବେଷଣା କରିଥିଲେ । ଯେଉଁଥିରୁ ସ୍ପଷ୍ଟ ହୋଇଥିଲା କି ଏହାଦ୍ବାରା ସୃଷ୍ଟି ହେଉଥିବା ବାୟୁମଣ୍ଡଳୀଯ ଅଙ୍ଗାରକାମ୍ଳର ମାତ୍ରା ଗତ 23 ମିଲିୟନ ବର୍ଷର ରେକର୍ଡକୁ ଭାଙ୍ଗିଛି ।

ଗବେଷକମାନେ ସରଳ ଭାବେ ବୁଝାଇ କହିଛନ୍ତି କି ବାୟୁମଣ୍ଡଳରେ ଉପସ୍ଥିତ ଅଙ୍ଗାକାମ୍ଳ ଗଛରେ ଥିବା କାର୍ବନର ଦୁଇ ଆଇସୋଟୋପ କାର୍ବନ-12 ଓ କାର୍ବନ-13ର ମାତ୍ରାକୁ ପ୍ରଭାବିତ କରିଥାଏ । ତେବେ ଗବେଷକମାନେ କରିଥିବା ଅନୁଧ୍ୟାନର ରିପୋର୍ଟ ଜିଓଲୋଜି ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିବା ବେଳେ ଏଥିରେ ସ୍ପଷ୍ଟ ଲେଖା ରହିଛି କି ଗବେଷଣାରେ ବାୟୁମଣ୍ଡଳରେ ଥିବା ଅଙ୍ଗରକାମ୍ଳ ସ୍ତରକୁ ନିରୀକ୍ଷଣ କରାଯାଇଥିଲା । ଏହାର ଉପସ୍ଥିତିରେ ପୁରାତନ କାଳର ଗଛ ସବୁ ଏବେ ବି କିପରି ଜୀବିତ ଅଛନ୍ତି ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା ।

ବିଗତ ଦଶନ୍ଧି ଦଶନ୍ଧି ଧରି ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣରେ ସେପରି କୌଣସି ବିଶେଷ ପରିବର୍ତ୍ତନ ହୋଇନଥିବା ବେଳେ ବର୍ତ୍ତମାନର ହଠାତ୍‌ ପରିବର୍ତ୍ତନର କାରଣ ଖୋଜିବା ଅତି କଷ୍ଟକର ବ୍ୟାପାର । ତେବେ ଏହା ପଛରେ ଗ୍ରୀନ ହାଉସ ଇଫେକ୍ଟ ବା ସବୁଜ ଗୃହ ପ୍ରଭାବରେ ହ୍ରାସ ଦାୟୀ ହୋଇପାରେ ବୋଲି ଗବେଷକମାନେ ଆକଳନ କରିଛନ୍ତି । ଏଥିପାଇଁ ବର୍ତ୍ତମାନ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଅତ୍ୟଧିକ ତାପମାତ୍ରା ଆକରରେ ଅନୁଭୂତ ହେଉଛି ।

ତେଣୁ ସମୟ ଥାଉଣୁ ଲୋକଙ୍କୁ ଏସମସ୍ତ ବିଷୟ ପ୍ରତି ସଜାଗ ହେବ ସହ ଅଧିକ ଗଛ ଲଗାଇବା ଓ ପ୍ରକୃତିକୁ ବଞ୍ଚାଇବାର ପ୍ରୟାସ ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ ପରାମର୍ଶ ଦେଇଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.