ETV Bharat / international

Russia Ukraine War: ପୁଣି ୧୦୦ ଡଲାର ଟପିଲା ତେଲ, ଋଷଠୁ କିଣିବ ଭାରତ

author img

By

Published : Mar 18, 2022, 7:13 AM IST

Russia Ukraine War: ୧୦୦ ଡଲାର ଟପିଲା ତେଲ, ଋଷଠୁ କିଣିବ ଭାରତ
Russia Ukraine War: ୧୦୦ ଡଲାର ଟପିଲା ତେଲ, ଋଷଠୁ କିଣିବ ଭାରତ

ପୁଣି ଥରେ ୧୦୦ ଡଲାର ପାର୍ କଲା ଅଶୋଧିତ ତୈଳ ଦର । ଋଷର ରିହାତି ଅଫର ଦ୍ବାରା ତୈଳ ବୋଝରୁ ଆଶ୍ବସ୍ତ ପାଇବ ଭାରତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ୟୁକ୍ରେନ-ଋଷିଆ ଯୁଦ୍ଧ । ଫେବୃୟାରୀ ୨୪ ଆରମ୍ଭ ହୋଇଥିବା ଆକ୍ରମଣ ଆଜି(ଶୁକ୍ରବାର) ୨୩ ଦିନରେ ପହଞ୍ଚିଛି । ଇତିମଧ୍ୟରେ ୧୦୦ ଡଲାର ତଳକୁ ଖସିଥିବା ତେଲ ଦର ପୁଣିଥରେ ୧୦୦ ଡଲାର ପାର୍ କରିଛି । ଯୁଦ୍ଧ ଯୋଗୁଁ ଶକ୍ତି ଯୋଗାଣ ପ୍ରଭାବିତ ହେବା କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଛି । ଚଳିତ ସପ୍ତାହରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୪ ଡଲାରକୁ କମିଥିଲା । ହେଲେ ଗୁରୁବାର ୟୁଏସ କ୍ରୁଡ ୮ ପ୍ରତିଶତ ବୃଦ୍ଧି ସହ ୧୦୨.୬୫ ଡଲାରରେ ପହଞ୍ଚିଛି । ବ୍ରେଣ୍ଟ କ୍ରୁଡ ମଧ୍ୟ ୯ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୭ ଡଲାର ହୋଇଛି ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୬ ତାରିଖରେ ୟୁଏସ କ୍ରୁଡ ୧୪ ବର୍ଷର ରେକର୍ଡ ଭାଙ୍ଗି ସର୍ବାଧିକ ୧୩୦.୫୦ ଡଲାର ଛୁଇଁଥିଲା । ଏହି ସମୟରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ପାଖାପାଖି ୧୪୦ ଡଲାରରେ ପହଞ୍ଚିଥିଲା । କେବଳ ଯାହା ଗ୍ୟାସଲୋନ ଦର ହ୍ରାସ ପାଇଛି ଅନ୍ୟପଟେ ଭାରତ ଋଷ୍ ଠାରୁ ତୈଳ କିଣିବା ପାଇଁ ଚୁକ୍ତି ସମ୍ପୂର୍ଣ୍ଣ କରିଛି । ଏହି ଅଫର ଦ୍ବାରା ଭାରତକୁ ମହଙ୍ଗା ଅଶୋଧିତ ତୈଳ ଚିନ୍ତାରୁ ଆଶ୍ବସ୍ତି ମିଳିବ।

ଭାରତୀୟ ମୁଦ୍ରାରେ ଦେଶ ଋଷ୍ ଠାରୁ ତେଲ କିଣିବ । ଯଦ୍ବାରା ଟଙ୍କାର ମୂଲ୍ୟ ମଜବୁତ ହେବ । ପ୍ରାପ୍ତ ସୂଚନା ଅନୁଯାୟୀ, ଭାରତର ଟପ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ(IOC) ଋଷିଆ ଠାରୁ ବଡ ରିହାତିରେ ୩ ମିଲିୟନ ବ୍ୟାରେଲ କ୍ରୁଡ କିଣିଛି । ବ୍ୟାରେଲ ପିଛା ୨୦-୨୫ ଡଲାର କମ୍ ଦାମରେ ଋଷର ଉରାଲ କ୍ରୁଡ(Urals crude) କିଣିଛି IOC । ସୋମବାର ଋଷିଆର ରିହାତି ମୂଲ୍ୟରେ ତୈଳ ବିକ୍ରି ପ୍ରସ୍ତାବ ଉପରେ ପେଟ୍ରୋଲିୟମ ମନ୍ତ୍ରୀ ହରିଦୀପ ସିଂହ ପୁରୀ କହିଥିଲେ ଯେ ଏହି ଦିଗରେ ଭାରତ ଗୁରୁତ୍ବର ସହ ବିଚାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.