ETV Bharat / international

ଆମେରିକା ନିର୍ବାଚନ: ହ୍ବାଇଟ ହାଉସକୁ ନିର୍ବାଚିତ ହେଲେ ଭାରତୀୟ ବଂଶୋଦ୍ଭବ ରାଜା କ୍ରିଷ୍ଣମୂର୍ତ୍ତୀ

author img

By

Published : Nov 4, 2020, 2:25 PM IST

ନୂଆଦିଲ୍ଲୀରେ ଜନ୍ମିତ ରାଜା କ୍ରିଷ୍ଣମୂର୍ତ୍ତୀ(47) ଲିବର୍ଟାରିଆନ୍ ପାର୍ଟିର ପ୍ରେଷ୍ଟନ୍ ନେଲସନଙ୍କୁ ସହଜରେ ପରାସ୍ତ କରିଛନ୍ତି । ଭୋଟିଂର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କୁ 71 ପ୍ରତିଶତ ଭୋଟ ମିଳିଥିଲା । ଅଧିକ ପଢନ୍ତୁ...

ହ୍ବାଇଟ ହାଉସକୁ ନିର୍ବାଚିତ ହେଲେ ଭାରତୀୟ ବଂଶୋଦ୍ଭବ ରାଜା କ୍ରିଷ୍ଣମୂର୍ତ୍ତୀ
ହ୍ବାଇଟ ହାଉସକୁ ନିର୍ବାଚିତ ହେଲେ ଭାରତୀୟ ବଂଶୋଦ୍ଭବ ରାଜା କ୍ରିଷ୍ଣମୂର୍ତ୍ତୀ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଜାରି ରହିଛି । ପ୍ରାଥମିକ ରିପୋର୍ଟ ମୁତାବାକ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ 220 ଇଲେକ୍ଟୋରାଲ ଭୋଟରେ ଆଗରେ ରହିଛନ୍ତି । ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ 213ରେ ସହ ପଛରେ ରହିଛନ୍ତି । ଜୋ ବାଇଡେନ ଓ ଟ୍ରମ୍ପଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ଏହି ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ କଂଗ୍ରେସର ରାଜା କ୍ରିଷ୍ଣମୂର୍ତ୍ତୀ ଲଗାତାର 3ୟ ଥର ପାଇଁ ହ୍ବାଇଟ ହାଉସକୁ ନିର୍ବାଚିତ ହୋଇଛନ୍ତି ।

ନୂଆଦିଲ୍ଲୀରେ ଜନ୍ମିତ ରାଜା କ୍ରିଷ୍ଣମୂର୍ତ୍ତୀ(47) ଲିବର୍ଟାରିଆନ୍ ପାର୍ଟିର ପ୍ରେଷ୍ଟନ୍ ନେଲସନଙ୍କୁ ସହଜରେ ପରାସ୍ତ କରିଛନ୍ତି । ଭୋଟିଂର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ତାଙ୍କୁ 71 ପ୍ରତିଶତ ଭୋଟ ମିଳିଥିଲା । ରାଜା କ୍ରିଷ୍ଣମୂର୍ତ୍ତୀଙ୍କ ବାପାମାଆ ତାମିଲନାଡୁରେ ରୁହନ୍ତି । ସେ ପ୍ରଥମ ଲାଗି 2016ରେ ହ୍ବାଇଟ ହାଉସ ପାଇଁ ପ୍ରତିନିଧିତ୍ବ କରିଥିଲେ ।

ସେହିଭଳି, କଂଗ୍ରେସର ଅମି ବେରା କ୍ରମାଗତ ପଞ୍ଚମ ଥର ପାଇଁ କାଲିଫର୍ଣ୍ଣିଆରୁ ବିଜୟ ହେବାକୁ ଆଶା ରଖିଛନ୍ତି । ରୋ ଖାନ୍ନା ତୃତୀୟ ଥର ପାଇଁ କାଲିଫର୍ଣ୍ଣିଆରୁ ପ୍ରତିନିଧ୍ବିତ କରିବାକୁ ଚାହୁଁଛନ୍ତି । ୱାଶିଂଟନରୁ ପ୍ରମିଳା ଜୟପାଲ ମଧ୍ୟ ତୃତୀୟ ଥର ପ୍ରତିନିଧିତ୍ବ କରିପାରନ୍ତି ।

ଉଭୟ କାଲିଫର୍ଣ୍ଣଆ ଓ ୱାଶିଂଟନ ରାଜ୍ୟରେ ମତଦାନ ଜାରି ରହିଛି । ଖୁବଶୀଘ୍ର ଫଳାଫଳ ଘୋଷଣା କରାଯିବ । ଏପରି ଅନେକ ସ୍ଥାନରେ ଭାରତୀୟ ବଂଶୋଦ୍ଭବ ଆମେରିକା ନିର୍ବାଚନ ଲଢୁଛନ୍ତି । ହ୍ବାଇଟ ହାଉସରେ ପ୍ରତିନିଧିତ୍ବ କରିବାକୁ ଆଶା ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.