ETV Bharat / entertainment

US ବକ୍ସ ଅଫିସରେ 'ଦଶରା' ଧମାକା, ଅଧିକ ଆୟ କରି ରେକର୍ଡ

author img

By

Published : Apr 12, 2023, 7:50 AM IST

Updated : Apr 12, 2023, 9:04 AM IST

US ବକ୍ସ ଅଫିସରେ 'ଦଶରା'ର ଧମାକା, 16 କୋଟିରୁ ଅଧିକ ଆୟ କରି ରଖିଲା ରେକର୍ଡ
US ବକ୍ସ ଅଫିସରେ 'ଦଶରା'ର ଧମାକା, 16 କୋଟିରୁ ଅଧିକ ଆୟ କରି ରଖିଲା ରେକର୍ଡ

ସାଉଥ ସୁପରଷ୍ଟାର ନାନୀଙ୍କ ଫିଲ୍ମ 'ଦଶରା' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଘରୋଇ ବକ୍ସ ଅଫିସରେ ଧୀର ଗତିରେ ଆୟ କରୁଥିବା ବେଳେ କିନ୍ତୁ ବର୍ତ୍ତମାନ ଫିଲ୍ମଟି ଆମେରିକାର ବକ୍ସ ଅଫିସରେ ଧମାକା କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଲାଗିଛି ସାଉଥ ନେଚୁରାଲ ଷ୍ଟାର ନାନି ଅଭିନୀତ ଆକ୍ସନ୍-ଡ୍ରାମା ଫିଲ୍ମ 'ଦଶରା' । ଏଥିସହ ବକ୍ସ ଅଫିସରେ ମଧ୍ୟ ଫିଲ୍ମର ଆୟ ଦିନକୁ ଦିନ ବଢିବାରେ ଲାଗିଛି । ଏହି ଫିଲ୍ମ ସାରା ବିଶ୍ବରେ 100 କୋଟିରୁ ଅଧିକ ଆୟ କଲାଣି । ଏଥିସହିତ ବକ୍ସ ଅଫିସରେ ଫିଲ୍ମର ଆୟ 70 କୋଟି ଟଙ୍କା ଅତିକ୍ରମ କରିଛି । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଫିଲ୍ମ ଆମେରିକାର ବକ୍ସ ଅଫିସରେ ଧମାକା କରିଥିବା ଦେଖିବାକୁ ମିଳିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ଟ୍ବିଟ କରି ଲେକିଛନ୍ତି କି, ଫିଲ୍ମ ଦଶରା ଆମେରିକାର ବକ୍ସ ଅଫିସରେ ଧମାଲ କରିଛି । ଏହି ଫିଲ୍ମ ଉତ୍ତର ଆମେରିକାର ବକ୍ସ ଅଫିସରେ 2 ମିଲିୟନ ଡଲାର କ୍ଲବରେ ପ୍ରବେଶ କରିଛି । ଫିଲ୍ମ ଦଶରା ଆମେରିକୀୟ ବକ୍ସ ଅଫିସରେ 2 ମିଲିୟନ ଡଲାର ଅର୍ଥାତ୍ 16 କୋଟିରୁ ଅଧିକ ରୋଜଗାର କରିଛି । ଏହା ହେଉଛି ନାନୀଙ୍କ ପ୍ରଥମ ଫିଲ୍ମ, ଯାହା ବିଦେଶୀ ବକ୍ସ ଅଫିସରେ ଏଭଳି ରୋଜଗାର କରି ରେକର୍ଡ ସୃଷ୍ଟି କରିଛି ।

ସୂଚନା ଥାଉ କି, ମାର୍ଚ୍ଚ 30ରେ ରାମ ନବମୀ ଅବସରରେ ନାନୀଙ୍କ ଅଭିନୀତ ଫିଲ୍ମ ଦଶରା ରିଲିଜ ହୋଇଥିଲା । ଏହି ଫିଲ୍ମ ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀରେ ରିଲିଜ ହୋଇଥିଲା । ବକ୍ସ ଅଫିସରେ ଏପର୍ଯ୍ୟନ୍ତ 75.95 କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଫିଲ୍ମଟି ବିଶ୍ବବ୍ୟାପୀ ସଂଗ୍ରହ 150 କୋଟି ଟଙ୍କା ମୁହାଁ ହେଉଛି । ଫିଲ୍ମ ରିଲିଜ ହେବାର 12 ଦିନ ହୋଇଗଲାଣି । ଏଥିସହିତ ଫିଲ୍ମ 12 ଦିନରେ ଘରୋଇ ବକ୍ସ ଅଫିସରେ ମୋଟ 1 କୋଟି ଟଙ୍କାର ସଂଗ୍ରହ କରିଛି ।

ତେବେ ଆକ୍ସନ୍-ଡ୍ରାମା ଫିଲ୍ମରେ ନାନୀଙ୍କ ବ୍ୟତୀତ ଦକ୍ଷିଣ ଅଭିନେତ୍ରୀ କିର୍ତ୍ତୀ ସୁରେଶଙ୍କ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଫିଲ୍ମ ଦଶରା ହେଉଛି ନାନୀଙ୍କ ପ୍ରଥମ ପାନ୍ ଇଣ୍ଡିଆ ଫିଲ୍ମ । ଯାହା ବିଶ୍ବବ୍ୟାପୀ 100 କୋଟିରୁ ଅଧିକ ରୋଜଗାର କରିଥିବା ବେଳେ ଆମେରିକୀୟ ବକ୍ସ ଅଫିସରେ 16 କୋଟିରୁ ଅଧିକ ରୋଜଗାର କରିବାରେ ସଫଳ ହୋଇଛି । ଆଗାମୀ ଦିନରେ ଏହି ସଫଳତାର ସହ ଭାରତୀୟ ସିନେମାରେ ଏକ ଇତିହାସ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ​।

କୁହାଯାଉଛି ଯେ ନାନିଙ୍କ ଫିଲ୍ମ ଦଶରାର ତୃତୀୟ ସପ୍ତାହରେ ରୋଜଗାରରେ ବ୍ରେକ ଲାଗିପାରେ । କାରଣ ବର୍ତ୍ତମାନ ଆଦିତ୍ୟ ରୟ କପୁରଙ୍କ ଫିଲ୍ମ 'ଗୁମରାହ' ରିଲିଜ ହୋଇଛି । ଏଥିସହ ହିନ୍ଦୀରେ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ 'ଭୋଲା' ମଧ୍ୟ ସିନେମାହଲରେ କମାଲ ଜାରି ରଖିଛି ।

Last Updated :Apr 12, 2023, 9:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.