ETV Bharat / entertainment

Jio MAMI Film Festival: ହ୍ବାଇଟ ଶାଢୀ ସହ ଦେଶୀ ଲୁକରେ ନଜର ଆସିଲେ ପ୍ରିୟଙ୍କା, ଫିଦା ହେଲେ ଫ୍ୟାନ୍ସ

author img

By ETV Bharat Odisha Team

Published : Oct 29, 2023, 9:26 PM IST

Etv Bharat
Etv Bharat

ଜିଓ ମାମି ଚଳଚ୍ଚିତ୍ର ମହୋତ୍ସବରେ ସାମିଲ ହୋଇଛନ୍ତି ପ୍ରିୟଙ୍କା ଚୋପ୍ରା । ଏହି ସମୟରେ ସେ ଦେଶୀଲୁକରେ ନଜର ଆସିଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ମୁମ୍ବାଇରେ ଆୟୋଜିତ ଜିଓ ମାମି ଚଳଚ୍ଚିତ୍ର ମହୋତ୍ସବ 2023ର ଦ୍ୱିତୀୟ ଦିନରେ ସାମିଲ ହୋଇଛନ୍ତି । ଏହି ସମୟରେ ସେ ପାରମ୍ପରିକ ଲୁକରେ ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । କାର୍ଯ୍ୟକ୍ରମରୁ ପ୍ରିୟଙ୍କାଙ୍କ ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫ୍ୟାନ୍ସ ମଧ୍ୟ ଦେଶୀ ଗାର୍ଲଙ୍କ ଏହି ଲୁକକୁ ପସନ୍ଦ କରିବା ସହ ପ୍ରଶଂସା କରିଛନ୍ତି ।

ଚଳଚ୍ଚିତ୍ର ମହୋତ୍ସବରେ ପ୍ରିୟଙ୍କା ଚୋପ୍ରା ଏକ ହ୍ବାଇଟ ରଙ୍ଗର ଶାଢୀରେ ନଜର ଆସିଥିଲେ । ଏଥିସହ ଅଭିନେତ୍ରୀ ଏକ ହ୍ବାଇଟ ହାର ଏବଂ ଗଗର୍ଲ୍ସରେ ମଦ୍ୟ ପିନ୍ଧିଥିଲେ । ପ୍ରିୟଙ୍କାଙ୍କ ଏହି ଦେଶୀ ଲୁକ ସମସ୍ତ ଦୃଷ୍ଟି ଆକର୍ଷଣ କରିଥିଲା । ତେବେ ଭାଇରାଲ ଭିଡିଓରେ ପ୍ରିୟଙ୍କା ନମସ୍ତେ କହୁଥିବାର ନଜର ଆସିଛନ୍ତି । ଏବଂ ପାପରାଜିଙ୍କ ଆଗରେ ଷ୍ଟାଇଲିସ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଏବଂ ଭିଡିଓ ଏକ ପାପରାଜିଙ୍କ ଦ୍ବାରା ଇନଷ୍ଚାଗ୍ରାମରେ ସେୟାର ହୋଇଥିବା ବେଳେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି । ଫ୍ୟାନ୍ସ ପ୍ରିୟଙ୍କା ଚୋପ୍ରାଙ୍କ ଶାଢୀ ଲୁକକୁ ବହୁତ ପସନ୍ଦ କରିଛନ୍ତି ଏବଂ ସେମାନେ ତାଙ୍କୁ କୁଇନ ବୋଲି କହି ପ୍ରଶଂସା କରୁଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, 'ସେ ବହୁତ ସୁନ୍ଦର ଏବଂ ଚମତ୍କାର ଦେଖାଯାଉଛନ୍ତି । ସେ କୁଇନ ପରି ଉଜ୍ଜ୍ୱଳ । ଆଉ ଜଣେ ଲେଖିଛନ୍ତି, ଆମର ଅରଜିନାଲ ଦେଶୀ ଗାର୍ଲ । ଅନ୍ୟ ଜଣେ ଲେଖିଛନ୍ତି, 'ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।'

କରୀନା କପୁର ଖାନ, ରାଜକୁମାର ରାଓ, ସନ୍ନି ଲିଓନି, ସୋନମ କପୁର, ବିଜୟ ଭର୍ମା, କରିସ୍ମା କପୁର ଏବଂ ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବହୁ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରାଙ୍କ ସହ ମାମି ମୁମ୍ବାଇ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେଇଥିଲେ । ପ୍ରଥମ ଦିନ ଏହି ସେଲିବ୍ରିଟିମାନେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ର ମହୋତ୍ସବରେ 10 ଦିନ ମଧ୍ୟରେ 250 ରୁ ଅଧିକ ଚଳଚ୍ଚିତ୍ର ସହ ବିଶ୍ବର ଶୀର୍ଷ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ମାମି ଚଳଚ୍ଚିତ୍ର ମହୋତ୍ସବ 27 ଅକ୍ଟୋବରରୁ 5 ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇରେ ଦେଶୀ ଗାର୍ଲ, ଝିଅ ‘ମାଲତୀ’ ନାଁର ପିନ୍ଧିଛନ୍ତି ନେକଲେସ୍‌

ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ସେ ରୁସୋ ବ୍ରଦର୍ସ ସିଟାଡେଲ୍ ଏବଂ ଲଭ୍ ଏଗେନ୍‌ରେ ଅଭିନୟ କରିଥିଲେ, ଯେଉଁଥିରେ ସେ ସାମ୍ ହ୍ୟୁଗେନ୍ ଏବଂ ସେଲିନ୍ ଡିଅନଙ୍କ ସହ ନଜର ଆସିଥିଲେ । ବର୍ତ୍ତମାନ ଜନ୍ ସିନା ଏବଂ ଇଡ୍ରିସ୍ ଏଲବାଙ୍କ ବିପକ୍ଷରେ ତାଙ୍କୁ ଆଗାମୀ ଫିଲ୍ମ ହେଡସ୍ ଅଫ୍ ଷ୍ଟେଟରେ ଦେଖିବାକୁ ମିଳିବ । ଏଥିସହ ବଲିଉଡ୍‌ରେ ସେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ଫରହାନ ଅଖତରଙ୍କ ଫିଲ୍ମ 'ଜି ଲେ ଜରା'ରେ ନଜର ଆସିବାର ଥିଲା । ହେଲେ ଫିଲ୍ମର ସୁଟିଂର ବିଳମ୍ବ ହେତୁ ପ୍ରିୟଙ୍କା ଏଥିରୁ ଓହରିଥିବା ଜଣାପଡିଛି । କିନ୍ତୁ ନିର୍ମାତା ଏନେଇ କୌଣସି ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.