ETV Bharat / entertainment

ସେମିଫାଇନାଲରେ ବିରାଟଙ୍କ ରେକର୍ଡ: ପ୍ରଶଂସା କଲେ କୁଇନ୍, କହିଲେ 'ତାଙ୍କୁ ପୂଜା କରିବା ଦରକାର'

author img

By ETV Bharat Odisha Team

Published : Nov 17, 2023, 1:46 PM IST

ସେମିଫାଇନାଲରେ ବିରାଟଙ୍କ ରେକର୍ଡ: ବିରାଟଙ୍କ ପ୍ରଶଂସାରେ କୁଇନ୍, କହିଲେ 'ତାଙ୍କୁ ପୃଥିବୀରେ ପୂଜା କରିବା ଦରକାର'
ସେମିଫାଇନାଲରେ ବିରାଟଙ୍କ ରେକର୍ଡ: ବିରାଟଙ୍କ ପ୍ରଶଂସାରେ କୁଇନ୍, କହିଲେ 'ତାଙ୍କୁ ପୃଥିବୀରେ ପୂଜା କରିବା ଦରକାର'

Kangana Ranaut Praises Virat Kohli: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ସେୟାର କରି ଅଭିନେତ୍ରୀ ବିରାଟଙ୍କୁ ଜଣେ ମହାନ ବ୍ୟକ୍ତି ବୋଲି କହିଛନ୍ତି । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ନିକଟରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ୍ ସମସ୍ତଙ୍କ ପାଇଁ ସ୍ମରଣୀୟ ବୋଲି ପ୍ରମାଣିତ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡକୁ 70 ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି । ଏହା ବ୍ୟତୀତ ବିରାଟ କୋହଲି ମ୍ୟାଚରେ ଦିନିକିଆ ୫୦ତମ ଶତକ ହାସଲ କରି କ୍ରିକେଟ୍ ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଏହି ସମୟରେ ବିରାଟଙ୍କ ଏହି ସଫଳତାକୁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏପରିକି ବି-ଟାଉନ ତାରକାମାନେ ମଧ୍ୟ ବିରାଟଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡ୍‌ କୁଇନ କଙ୍ଗନା ରାଣାୱତ ବିରାଟଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ତାଙ୍କୁ ଏକ ମହାନ ବ୍ୟକ୍ତି ବୋଲି ବିବେଚନା କରିଛନ୍ତି ।

କଙ୍ଗନା ରାଣାୱତଙ୍କ ପୋଷ୍ଟ
କଙ୍ଗନା ରାଣାୱତଙ୍କ ପୋଷ୍ଟ

ବିରାଟ କୋହଲିଙ୍କ ବିଷୟରେ କଙ୍ଗନା ରାନାୱତ କ’ଣ କହିଛନ୍ତି ?

କୋହଲିଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ କୋହଲିଙ୍କ ପ୍ରଦର୍ଶନକୁ ନେଇ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି । ମ୍ୟାଚ୍ ସମୟର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଠାରେ ବିରାଟ ସଚିନଙ୍କୁ ସମ୍ମାନ ଦେଉଥିବାର ନଜର ଆସିଛନ୍ତି । ଏହାକୁ ସେୟାର କରି କଙ୍ଗନା ଲେଖିଛନ୍ତି, ଅଦ୍ଭୁତ । ଏହା ବି କୋହଲିଙ୍କ ଦ୍ବାରା ପ୍ରଦର୍ଶିତ ଏକ ମହାନତାର ଉଦାହରଣ । ଯେଉଁମାନେ ତାଙ୍କ ରେକର୍ଡ ଭାଙ୍ଗନ୍ତି ସେମାନଙ୍କ ସହ କିପରି ବ୍ୟବହାର କରନ୍ତି, ତାଙ୍କୁ ଏହି ପୃଥିବୀରେ ଉପାସନା କରିବା ଉଚିତ୍ । ଚମତ୍କାର ଏବଂ ମହାନ ଚରିତ୍ର ବିଶିଷ୍ଟ ମହାନ ବ୍ୟକ୍ତି, ସେ ଏହାର ହିଁ ଯୋଗ୍ୟ ।"

ଏହା ମଧ୍ୟ ପଢନ୍ତୁ: ବିରାଟ କୋହଲିଙ୍କ ରେକର୍ଡ: ବଲିଉଡ ଓ ସାଉଥ୍‌ ସେଲିବ୍ରିଟିଙ୍କ ନିକଟରୁ ଛୁଟିଲା ଶୁଭେଚ୍ଛାର ସୁଅ

ତେବେ କଙ୍ଗନା ବିରାଟ କୋହଲିଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ କଙ୍ଗନା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ପାୱାର କପଲ୍‌ ବୋଲି କହିଥିଲେ ।

କଙ୍ଗନାଙ୍କ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଲ୍ମ

କଙ୍ଗନାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ନିକଟରେ ରିଲିଜ୍ ହୋଇଥିବା ତେଜସ୍ ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିଛି । ଗତ ଅନେକ ବର୍ଷ ଧରି ଅଭିନେତ୍ରୀଙ୍କୁ କେବଳ ଫ୍ଲପ୍ ଫିଲ୍ମ ମିଳିଥିଲା ​ । କଙ୍ଗନା ୨୦୧୫ ମସିହାରୁ ବକ୍ସ ଅଫିସରେ ଫ୍ଲପ୍ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ତେଜସ ପୂର୍ବରୁ ସେ ପି.ବାସୁ ନିର୍ଦ୍ଦେଶିତ ଫିଲ୍ମ ଚନ୍ଦ୍ରମୁଖୀ-2 ସହ କଙ୍ଗନା ରଣାୱତ ସାଉଥରେ ଡେବ୍ୟୁ କରିଥିଲେ । ଏହା ମଧ୍ୟ ଏତେଟା ଭଲ ପ୍ରଦର୍ଶନ କରିନଥିଲା । ସେହିପରି ଧାକଡ଼, ମଣିକର୍ଣ୍ଣିକା, ଜଜମେଣ୍ଟାଲ ହେ କ୍ୟା ?, ସିମ୍ରନ୍‌ ଭଳି ଫିଲ୍ମ ବି ଫ୍ଲପ୍‌ ହୋଇଛି । ତେବେ ବର୍ତ୍ତମାନ ତାଙ୍କୁ ଫିଲ୍ମ ଏମିରଜେନ୍ସିରେ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.