ETV Bharat / entertainment

ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ: ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା

author img

By

Published : May 7, 2022, 5:37 PM IST

ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା
ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା

ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ । ତାଙ୍କ ଆଗାମୀ ଚଳଚ୍ଚିତ୍ର Emancipationର ରିଲିଜ୍ ତାରିଖକୁ ବଢାଇ ଦେଇଛନ୍ତି ନିର୍ମାତା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଓସ୍କାର 2022ରେ ହାସ୍ୟ ଅଭିନେତା କ୍ରିସ୍ ରକ୍‌ଙ୍କୁ ମଞ୍ଚରେ ଚାପୁଡ଼ା ମାରିବା ପରେ ହଲିଉଡ ଷ୍ଟାର ୱିଲ ସ୍ମିଥଙ୍କ ଇମେଜ ପୁରାପୁରି ଖରାପ ହୋଇଯାଇଛି, ଏଥିରେ କୌଣସି ସନ୍ଦେହ ନାହିଁ। ଚାପୁଡ଼ା କାଣ୍ଡ ପରେ ୱିଲ ସ୍ମିଥ କ୍ଷମା ମାଗିଥିଲେ ମଧ୍ୟ ତାଙ୍କ ମୁସ୍କିଲ କମିବାରେ ନାଁ ନେଉନି। ଗୋଟେପଟେ ଓସ୍କାର ଘଟଣା ପରେ ଏକାଡେମୀ ତାଙ୍କୁ ପ୍ରତିବନ୍ଧିତ କରିବାକୁ ନିଷ୍ପତ୍ତି ନେଇଥିଲାବେଳେ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ରର ନିର୍ମାତାମାନେ ରିଲିଜ୍ ତାରିଖ ବଢାଇ ଦେଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଓସ୍କାର 2022ରେ ତାଙ୍କ ଚାପୁଡ଼ା ଘଟଣାକୁ ଦୃଷ୍ଟିରେ ରଖି ନିର୍ମାତାମାନେ ୱିଲ୍ ସ୍ମିଥ୍‌ଙ୍କ ଫିଲ୍ମ 'Emancipation' ରିଲିଜ୍ ତାରିଖକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ମାତାମାନେ ଫିଲ୍ମକୁ 2023 ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଯୋଜନା କରୁଛନ୍ତି। ତେବେ ଏହି ଚଳଚ୍ଚିତ୍ରର ପରବର୍ତ୍ତୀ ରିଲିଜ୍ ତାରିଖ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ ।

ଚାପୁଡ଼ା କାଣ୍ଡ ପରେ ମଧ୍ୟ ଖବର ଆସିଥିଲା ଯେ, ୱିଲ ସ୍ମିଥଙ୍କ ଅଭିନୀତ ଫିଲ୍ମ ବ୍ରାଇଟର ଦ୍ୱିତୀୟ ଭାଗ ନକରିବାକୁ ନେଟଫ୍ଲିକ୍ସ ନିଷ୍ପତ୍ତି ନେଇଛି, ଯଦିଓ ନେଟଫ୍ଲିକ୍ସକୁ କହିବାର ଥିଲା କି, ଓସ୍କାରରେ ଚାପୁଡ଼ା ମାରିବା ଘଟଣା ସହିତ ଏହାର କୌଣସି ସମ୍ପର୍କ ନାହିଁ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.