ETV Bharat / entertainment

35ବର୍ଷରେ ପାଦ ଥାପିଲେ ବାଣୀ କପୁର, ଦୁବାଇରେ ବେଷ୍ଟଫ୍ରେଣ୍ଡଙ୍କ ସହ ପାଳିଲେ ଜନ୍ମଦିନ

author img

By ETV Bharat Odisha Team

Published : Aug 23, 2023, 7:17 PM IST

35ବର୍ଷରେ ପାଦ ଥାପିଲେ ବାଣୀ କପୁର, ଦୁବାଇରେ ବେଷ୍ଟଫ୍ରେଣ୍ଡଙ୍କ ପାଳିଲେ ଜନ୍ମଦିନ
35ବର୍ଷରେ ପାଦ ଥାପିଲେ ବାଣୀ କପୁର, ଦୁବାଇରେ ବେଷ୍ଟଫ୍ରେଣ୍ଡଙ୍କ ପାଳିଲେ ଜନ୍ମଦିନ

ଆଜି ବଲିଉଡ ଅଭିନେତ୍ରୀ ବାଣୀ କପୁର ଆଜି 35 ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ଅଭିନେତ୍ରୀ ତାଙ୍କ ବେଷ୍ଟଫ୍ରେଣ୍ଡମାନଙ୍କ ସହ ଦୁବାଇରେ ନିଜ ଜନ୍ମଦିନ ସେଲିବ୍ରେଟ କରିଛନ୍ତି। ସୋସିଆଲ ମିଡିଆରେ ସେଲିବ୍ରେସନର ଫଟୋ ସେୟାର ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ବଲିଉଡ ଅଭିନେତ୍ରୀ ବାଣୀ କପୁର ତାଙ୍କ 35ତମ ଜନ୍ମଦିନ ପାଳନ କରିଛନ୍ତି । ଅଭିନୟ ବ୍ୟତୀତ ନିଜ ଫ୍ୟାଶନ ଇନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ବେଷ୍ଟଫ୍ରେଣ୍ଡମାନଙ୍କ ସହ ଦୁବାଇରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଅନୁଷ୍କା ରଞ୍ଜନ ଏବଂ ରାଶି ଖନ୍ନାଙ୍କ ସହ ବାଣୀ ନିଜ ଜନ୍ମଦିନ ଧୁମଧମାରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ରାଶି ଏବଂ ଅନୁଷ୍କା ଏହି ପାର୍ଟିର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ହେବା ମାତ୍ରେ ସେଲିବ୍ରିଟିଙ୍କ ସମେତ ଅନେକ ଫ୍ୟାନ୍ସ ଅଭିନେତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ବାଣୀ କପୁର ବେଷ୍ଟଫ୍ରେଣ୍ଡ୍‌ ରାଶି ଖନ୍ନା ଏବଂ ଅନୁଷ୍କା ରଞ୍ଜନ ବର୍ତ୍ତମାନ ତାଙ୍କ ଜନ୍ମଦିନ ପାର୍ଟିର ଅଧିକ ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏକ ଖାସ୍ ରେଷ୍ଟୁରାଣ୍ଟରେ ବାଣୀ ତାଙ୍କ 35ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ମୂହୁର୍ତ୍ତର ଫଟୋ ସେୟାର କରି ରାଶି କ୍ୟାପସନରେ ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା, ମୋର ପ୍ରିୟ ଭଉଣୀ । ସବୁବେଳେ ଖୁସିରେ ରୁହ । ଅନ୍ୟପକ୍ଷରେ, ଅନୁଷ୍କା ପାର୍ଟିର ଫଟୋ ସେୟାର କରି ଲେଖିଛନ୍ତି, "ଜନ୍ମଦିନର ଶୁଭକାମନା । ତୁମେ ସବୁବେଳେ ମୋ ପାଇଁ ସୂର୍ଯ୍ୟକିରଣର ଆଲୋକ ଭଳି । ଭବିଷ୍ୟତ ପାଇଁ ଶୁଭେଚ୍ଛା ।" ବାଣୀ କପୁର ଏକ ହ୍ବାଇଟ୍‌ ଆଉଟଫିଟରେ ନଜର ଆସିଥିବା ବେଳ ରାଶି ଏକ ବ୍ଲାକ ଗାଉନରେ ଏବଂ ଅନୁଷ୍କା ହ୍ବାଇଟ ଆଉଟଫିଟରେ ନଜର ଆସିଛନ୍ତି। ଏହି ପଟୋ ସେଯାର ହେବା ମାତ୍ରେ ଫ୍ୟାନ୍ସ ଏବଂ ଅନେକ ତାରକା ଏହାକୁ ଲାଇକ୍‌ କରିବା ସହ ବାଣୀଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବେବୋଙ୍କ ଘରେ କିଟି ପାର୍ଟି, କରଣଙ୍କ ସମେତ ସାମିଲ ହେଲେ ଏହି ସେଲିବ୍ରିଟି

ସୂଚନା ଥାଉ କି, 2013ରେ ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ସୁଦ୍ଧ ଦେଶୀ ରୋମାନ୍ସଙ୍କ ସହ ବାଣୀ କପୁର ବଲିଉଡରେ ଡେବ୍ୟୁ କରିଥିଲେ । ବାଣୀ ୱାର, ବେଫିକରେ, ବେଲ୍‌ ବଟମ୍ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ନିକଟରେ ସେ ଚଣ୍ଡିଗଡ଼ କି ଆକାଶିକୀରେ ଜଣେ ଟ୍ରାନ୍ସମ୍ୟାନ୍ ଭାବରେ ଅଭିନୟ ପାଇଁ ବ୍ୟାପକ ପ୍ରଶଂସା ପାଇଥିଲେ । ଏହି ଫିଲ୍ମରେ ସେ ଆୟୁଷ୍ମାନ ଖୁରାନାଙ୍କ ବିପକ୍ଷରେ ନଜର ଆସିଥିଲେ । ବର୍ତ୍ତମାନ ବାଣୀ ତାଙ୍କ OTT ପ୍ରୋଜେକ୍ଟ ମାଣ୍ଡେଲା ମର୍ଡର ପାଇଁ YRF ସହ ପ୍ରସ୍ତୁତ ହେଉଛନ୍ତି । ତାଙ୍କ ପାଖରେ ଏକ ନୂତନ ଚଳଚ୍ଚିତ୍ର ଏବଂ OTT ପ୍ରୋଜେକ୍ଟ ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.