ETV Bharat / entertainment

OTT ଫ୍ଲାଟଫର୍ମକୁ ଅନୁରାଗ ଠାକୁରଙ୍କ ଚେତାବନୀ, କହିଲେ ଭାରତୀୟ ସଂସ୍କୃତିକୁ ଅପମାନ କରିବାକୁ ଦିଆଯିବନି

author img

By

Published : Jul 19, 2023, 12:44 PM IST

ଓଟିଟି ଫ୍ଲାଟଫର୍ମକୁ ଅନୁରାଗ ଠାକୁରଙ୍କ କଡା ଚେତାବନୀ, କହିଲେ 'ଭାରତୀୟ ସଂସ୍କୃତିକୁ ଅପମାନ କରିବାକୁ ଦିଆଯିବ ନାହିଁ'
ଓଟିଟି ଫ୍ଲାଟଫର୍ମକୁ ଅନୁରାଗ ଠାକୁରଙ୍କ କଡା ଚେତାବନୀ, କହିଲେ 'ଭାରତୀୟ ସଂସ୍କୃତିକୁ ଅପମାନ କରିବାକୁ ଦିଆଯିବ ନାହିଁ'

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର OTT ପ୍ଲାଟଫର୍ମର ପ୍ରତିନିଧୀଙ୍କ ସହ ଏକ ବୈଠକ କରିଥିଲେ । ଭାରତୀୟ ଧର୍ମ ଓ ପରମ୍ପରାକୁ ଅନେକ ସମୟରେ OTTରେ ଭୁଲ ଭାବରେ ଦର୍ଶାଯାଇଛି । ଏନେଇ ଅନୁରାଗ ଠାକୁର ଅସନ୍ତୋଷ ପ୍ରକାଶ କରିବା ସହ ଏହି ବିଷୟବସ୍ତୁକୁ ନେଇ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତରେ ଚାଲୁଥିବା OTT ପ୍ଲାଟଫର୍ମକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ସମାଜ ଏବଂ ସଂସ୍କୃତିକୁ ଖରାପ ଢଙ୍ଗରେ ଚିତ୍ର କରୁଥିବା କୌଣସି ବିଷୟବସ୍ତୁକୁ ସରକାର ବରଦାସ୍ତ କରିବେ ନାହିଁ । ବିଷୟବସ୍ତୁ ନିୟନ୍ତ୍ରଣ ସହ ଜଡିତ ସମସ୍ୟାର ସମାଧାନ ପାଇଁ (ଓଟିଟି) ପ୍ଲାଟଫର୍ମର ବରିଷ୍ଠ ଅଧିକାରୀଙ୍କ ସହ ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି ।

  • Interacted with representatives of leading OTT platforms today on various issues including content regulation, user experience, enhancing accessibility for the specially abled and overall growth & innovation of the sector.

    OTT platforms have revolutionised the way we consume… pic.twitter.com/K7PjxLqowU

    — Anurag Thakur (@ianuragthakur) July 18, 2023 " class="align-text-top noRightClick twitterSection" data=" ">

ଭାରତୀୟ ସମାଜ ଏବଂ ସଂସ୍କୃତିର ଅପମାନକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦେଇ କ୍ରିଏଟିଭ୍ ଫ୍ରିଡମ୍ ଏବଂ ଦାୟିତ୍ୱହୀନ ବିଷୟବସ୍ତୁ ମଧ୍ୟରେ ସନ୍ତୁଳନ ସୃଷ୍ଟି କରିବା ଏହି ସଭାର ଉଦ୍ଦେଶ୍ୟ ଥିଲା । ସୃଜନଶୀଳ ସ୍ବତନ୍ତ୍ରତା ନାମରେ ଭାରତୀୟ ସଂସ୍କୃତି ଏବଂ ସମାଜକୁ ସରକାର ଅପମାନିତ ହେବାକୁ ଦେବେ ନାହିଁ । ଏହି ବୈଠକରେ ଜଡିତ ଅନ୍ୟମାନେ କହିଛନ୍ତି ଯେ OTT ପ୍ଲାଟଫର୍ମଗୁଡିକର ଉଲ୍ଲଙ୍ଘନ, ଅଭିଯୋଗର ସମାଧାନ କରିବା ପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଛି ।

ଭାରତୀୟ ଧର୍ମ ଓ ପରମ୍ପରାକୁ ଅନେକ ସମୟରେ OTTରେ ଭୁଲ ଭାବରେ ଦର୍ଶାଯାଇଛି । ଅଶ୍ଳୀଳତା, ହିଂସା, ଅନାବଶ୍ୟକ ବିଷୟବସ୍ତୁ ଏବଂ OTT ବିଷୟବସ୍ତୁରେ ଭାରତୀୟ ଧର୍ମ ଏବଂ ପରମ୍ପରାର ନକରାତ୍ମକ ଚିତ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରି ସେ କହିଛନ୍ତି ଯେ, ଭାରତୀୟ ସମାଜ ତଥା ସଂସ୍କୃତିକୁ ଅପମାନିତ କରୁଥିବା ପ୍ରଚାର ଏବଂ ଆଦର୍ଶଗତ ପକ୍ଷପାତ ପାଇଁ OTT ପ୍ଲାଟଫର୍ମ କାହିଁକି ବ୍ୟବହାର କରାଯାଉଛି ? ଏଥିସହ ଏଥିରେ କିପରି ସୁଧାର ଆଣିହେବ ସେନେଇ 15 ଦିନ ମଧ୍ୟରେ ପରାମର୍ଶ ଦେବାକୁ ଠାକୁର ଅଧିକାରୀଙ୍କୁ କହିଛନ୍ତି ।

ବିଷୟବସ୍ତୁ ନିୟନ୍ତ୍ରଣକୁ ବଢାଇବା ପାଇଁ ଆଚରଣ ସଂହିତା କାର୍ଯ୍ୟକାରୀ କରିବା ଏହି ସଭାର ଉଦ୍ଦେଶ୍ୟ ଥିଲା । ଅଶ୍ଳୀଳତା, ହିଂସା, ଅନାବଶ୍ୟକ ବିଷୟବସ୍ତୁ, ଆଦର୍ଶଗତ କ୍ରୟ ଏବଂ OTT ବିଷୟବସ୍ତୁରେ ଭାରତୀୟ ଧର୍ମ ଏବଂ ପରମ୍ପରାର ନକରାତ୍ମକ ଚିତ୍ରଣକୁ ନେଇ କେନ୍ଦ୍ରମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରସଙ୍ଗରେ ଆଲୋଚନା କରି ସେ କହିଥିଲେ ଯେ ଭାରତୀୟ ସମାଜ ତଥା ସଂସ୍କୃତିକୁ ଅପମାନିତ କରୁଥିବା ପ୍ରଚାର ଏବଂ ଆଦର୍ଶଗତ ପକ୍ଷପାତ ପାଇଁ OTT ପ୍ଲାଟଫର୍ମ କାହିଁକି ବ୍ୟବହାର କରାଯାଉଛି ?

ଏହା ମଧ୍ୟ ପଢନ୍ତୁ: ‘ଧାର୍ମିକ ଭାବନାକୁ ଆଘାତ କରିବାର କାହାର ଅଧିକାର ନାହିଁ’

ଏହି ବୈଠକ ପରେ ଅନୁରାଗ ଟ୍ବିଟ କରି କହିଛନ୍ତି, ‘‘ଭାରତ ଏକ ବିବିଧ ଦେଶ ଅଟେ । ଫ୍ଲାଟଫର୍ମ ଗୁଡିକୁ ସାଂସ୍କୃତିକ ବିବଧତା ପ୍ରତି ସମ୍ବେଦନଶୀଳ ହେବା ଉଚିତ୍‌ । ଏହା ସହ ବୈଠକରେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅଧିକାଂଶ ଅଭିଯୋଗ OTT ପ୍ଲାଟଫର୍ମ ଦ୍ବାରା ପ୍ରାରମ୍ଭିକ ପର୍ଯ୍ୟାୟରେ ସମାଧାନ କରାଯାଇଥାଏ, ଯାହା ସନ୍ତୋଷଜନକ ଅଟେ । ଏହି ବୈଠକରେ ଡିଜିଟାଲ ଡକାୟତି, ବୌଦ୍ଧିକ ସମ୍ପତ୍ତି ଅଧିକାର ସୁରକ୍ଷା ଇତ୍ୟାଦି ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।’’

ଅନୁରାଗ ଠାକୁର ସ୍ପଷ୍ଟ ଭାବରେ କହିଛନ୍ତି ଯେ, ୱେବସାଇଟ ଗୁଡିକରେ ବେଆଇନ ରେକର୍ଡିଂ ଏବଂ ବିଷୟବସ୍ତୁ ପ୍ରସାରଣ ଭଳି ଭୁଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କ୍ରମାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମୌସୁମୀ ଅଧିବେଶନରେ ସିନେମାଟୋଗ୍ରାଫ୍ ବିଲ୍ ପାରିତ ହୋଇପାରିବ ବୋଲି କୁହାଯାଇଥିଲା । ଡିଜିଟାଲ ଡକାୟତି ରୋକିବା, ବେଆଇନ ଭାବେ କପିରାଇଟ୍ ବିଷୟବସ୍ତୁ ଦେଖିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ବ୍ୟବସ୍ଥା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.