ETV Bharat / entertainment

Tirthanand Rao: ଲାଇଭରେ ଆତ୍ମହତ୍ୟା ଉଦ୍ୟମ କଲେ 'ଦ କପିଲ ଶର୍ମା ଶୋ'ର ଏହି କମେଡିଆନ

author img

By

Published : Jun 14, 2023, 4:47 PM IST

ଲାଇଭରେ ଆତ୍ମହତ୍ୟା ଉଦ୍ୟମ କଲେ 'ଦ କପିଲ ଶର୍ମା ଶୋ'ର ହାସ୍ୟ ଅଭିନେତା
ଲାଇଭରେ 'ଦ କପିଲ ଶର୍ମା ଶୋ'ର ହାସ୍ୟ ଅଭିନେତା ତିରଥାନନ୍ଦ ରାଓଙ୍କ ଆତ୍ମହତ୍ୟା ଉଦ୍ୟମ

ଦ କପିଲ ଶର୍ମା ଶୋ’ରେ ଅଭିନୟ କରିଥିବା ହାସ୍ୟ ଅଭିନେତା ତିରଥାନନ୍ଦ ରାଓଙ୍କ ଆତ୍ମଦତ୍ୟା ଉଦ୍ୟମ । ଫେସବୁକରେ ଲାଇଭ ଆସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଅଭିନେତା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାସ୍ୟ ଅଭିନେତାଙ୍କୁ ଉଦ୍ଧାର କରିଥିଲା । ଅଧିକ ପଢନ୍ତୁ

ମୁମ୍ବାଇ: 'ଦ କପିଲ ଶର୍ମା ଶୋ’ରେ ଜୁନିଅର ନାନା ପାଟେକରଙ୍କ ଭୂମିକାରେ ଅଭିନୟ କରିଥିବା ହାସ୍ୟ ଅଭିନେତା ତିରଥାନନ୍ଦ ରାଓଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏହି ଅଭିନେତା । ଫେସ୍‌ବୁକରେ ଲାଇଭ ଆସି ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ଅଭିନେତା । ପୋଲିସ ପହଞ୍ଚି ତିରଥାନନ୍ଦଙ୍କୁ ଉଦ୍ଧାର କରିଥିଲା ​​ଏବଂ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ଏବଂ ଆତ୍ମହତ୍ୟାର କାରଣ ମଧ୍ୟ ଦର୍ଶାଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ମହିଳାଙ୍କଠାରୁ ନିର୍ଯାତିତ ହୋଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ତିରଥାନନ୍ଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଯଦି ପୋଲିସ ଘଟଣାସ୍ଥଳରେ ଠିକ ସମୟରେ ପହଞ୍ଚି ନଥାନ୍ତା, ତେବେ ମୁଁ ଆଜି ବଞ୍ଚି ନଥାଆନ୍ତି।" ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯେତେବେଳେ ପୋଲିସ ତିରଥାନନ୍ଦଙ୍କ ଗର୍ଲଫ୍ରେଣ୍ଡ କୁହା ଯାଉଥିବା ମହିଳାଙ୍କୁ ଡାକିଥିଲା ସେତେବେଳେ ସେ କହିଥିଲେ, "ତାଙ୍କୁ ମରିବାକୁ ଦିଅ, ମୁଁ ତାଙ୍କୁ ଛାଡିବାକୁ ଯାଉଛି ।"

ତିରଥାନନ୍ଦଙ୍କ ଅନୁଯାୟୀ, "ସେ ଜଣେ ମହିଳାଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି । ତିରଥାନନ୍ଦ କହିଛନ୍ତି, ଏହି ମହିଳାଙ୍କ ହେତୁ ତାଙ୍କ ଜୀବନ କଷ୍ଟସାଧ୍ୟ ହୋଇପଡିଛି ଏବଂ ସେ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିପାରୁ ନାହାଁନ୍ତି । ସେ କହିଛନ୍ତି ଯେ ସେ ଏକ ମିଥ୍ୟା ମାମଲାରେ ତାଙ୍କୁ ଫସାଇ ଟଙ୍କା ଆଦାୟ କରୁଛନ୍ତି । ସେ ସେହି ମହିଳାଙ୍କଠାରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଫୋନ୍ କିଣି ଦେଇଥିଲେ । ତଥାପି ସେ ଏହି ସମସ୍ୟାରୁ ବାହାରି ପାରି ନାହାନ୍ତି । ଏହି ମହିଳାଙ୍କ ହେତୁ ସେ 3-4 ଲକ୍ଷ ଟଙ୍କା ଋଣୀ ହୋଇଛନ୍ତି । ନିର୍ଯାତନା ସହି ନପାରି ସେ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ପୋଲିସ ସମ୍ମୁଖରେ ପ୍ରକାଶ କରିଛନ୍ତି ।

ସେ ଆହୁରି କହିଛନ୍ତି, "ମୁଁ ଏହି ତାଙ୍କ କାର୍ଯ୍ୟ ପାଇଁ ଲଜ୍ଜା ଅନୁଭବ କରୁଛି । ଏଥିସହ ଏହା କରିବା ବ୍ୟତୀତ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।" ତିରଥାନନ୍ଦ ଚାହାଁନ୍ତି ଯେ, ସେହି ମହିଳା ତାଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରି ତାଙ୍କୁ ମୁକ୍ତ କରନ୍ତୁ, କାରଣ ସେ ଏହି ମହିଳାଙ୍କ କାରଣରୁ ନିଜ କାର୍ଯ୍ୟରେ ଧ୍ୟାନ ଦେଇ ପାରୁନାହାନ୍ତି ଏବଂ ଭଲରେ ବଞ୍ଚି ପାରୁନାହାନ୍ତି ।"

ସୂଚନା ଥାଉ କି, ଜୁନିଅର ନାନା ପାଟେକର ଭାବରେ ଜଣାଶୁଣା ତିରଥାନନ୍ଦ ରାଓ ଫେସବୁକରେ ଲାଇଭ କରି ନିଜ ଫ୍ଲାଟରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, କିନ୍ତୁ ପଡ଼ୋଶୀ ଲୋକମାନେ ପୋଲିସକୁ ଡାକିଥିଲେ । ପୋଲିସ ପହଞ୍ଚିଲା ବେଳକୁ ସେ ଚେତାଶୂନ୍ୟ ହୋଇ ପଡିଥିଲେେ । ପରେ ପୋଲିସଙ୍କ ସହାୟତାରେ ଠିକ୍ ସମୟରେ ତାଙ୍କୁ ଡାକ୍ତରଖାନା ନେବା ପରେ ସେଠାରେ ଚିକିତ୍ସା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.