ETV Bharat / entertainment

ଆଉ ନାହାନ୍ତି ଅଭିନେତା ଷ୍ଟିଫେନ ବସ୍‌, ହୋଟେଲ ରୁମ୍‌ରୁ ମିଳିଲା ମୃତଦେହ

author img

By

Published : Dec 15, 2022, 10:42 AM IST

ହୋଟେଲ୍‌ ରୁମ୍‌ରୁ ମିଳିଲା ଷ୍ଟିଫେନ୍ ବସ୍‌ଙ୍କ ମୃତଦେହ
ହୋଟେଲ୍‌ ରୁମ୍‌ରୁ ମିଳିଲା ଷ୍ଟିଫେନ୍ ବସ୍‌ଙ୍କ ମୃତଦେହ

ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ଡିଜେ ଷ୍ଟିଫେନ୍ ବସ୍ (Stephen Boss Passes Away) ଏହି ଦୁନିଆରେ ଆଉ ନାହାଁନ୍ତି । ଏକ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ହଲିଉଡ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା, ନୃତ୍ୟଶିଳ୍ପୀ ଏବଂ ଡିଜେ ଷ୍ଟିଫେନ୍ ବସ୍ (Stephen Boss Passes Away) ଏହି ଦୁନିଆରେ ଆଉ ନାହାଁନ୍ତି । ଖବର ଅନୁଯାୟୀ, 13 ଡିସେମ୍ବର 2022ରେ ଅଭିନେତାଙ୍କର ଦେହାନ୍ତ ହୋଇଥିଲା । 40 ବର୍ଷୀୟ ଷ୍ଟିଫେନ୍ ବସଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି । ଷ୍ଟିଫେନ୍ ବସ୍ (Stephen Boss) 'ଦି ଏଲେନ୍ ଡି ଜନସ୍‌' ଏବଂ 'ସୋ ୟୁ ଥିଙ୍କ୍‌ ୟୁ କ୍ୟାନ୍‌ ଡ୍ୟାନ୍ସ' ଭଳି ସୋ' ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ନିଜର ନୃତ୍ୟ ପାଇଁ ମଧ୍ୟ ପ୍ରସିଦ୍ଧ ଥିଲେ ।

ମିଡିଆ ରିପୋର୍ଟ ଅନୁଯାୟୀ, ପୋଲିସ ଲସ ଏଞ୍ଜେଲ୍ସର ଏକ ହୋଟେଲ ରୁମରେ ଷ୍ଟିଫେନ୍ ବସ୍‌ଙ୍କ ମୃତଦେହ ଜବତ କରିଛି । ଅନ୍ୟପକ୍ଷରେ, ଷ୍ଟିଫେନ୍ ବସ୍‌ଙ୍କ ପତ୍ନୀ ଏଲିନ୍‌ ହକର କହିଛନ୍ତି ଯେ, ‘‘ଷ୍ଟିଫେନ୍ ବସ୍ ତାଙ୍କ କାର ନ ନେଇ ଘରୁ ବାହାରି ଯାଇଥିଲେ । ଖାସ୍‌ କଥା ହେଉଛି, ଷ୍ଟିଫେନ୍ ବସ୍ ବିନା କାରରେ କୌଣସି ସ୍ଥାନକୁ ଯାଆନ୍ତି ନାହିଁ ।’’

ଷ୍ଟିଫେନ୍ ବସଙ୍କ ହଠାତ୍ ଦେହାନ୍ତରେ ପରିବାର ଲୋକ ମର୍ମାହତ ହୋଇଛନ୍ତି । ତାଙ୍କ ଦେହାନ୍ତରେ ପ୍ରଶଂସକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି । ଏକ ରିପୋର୍ଟରେ କୁହାଯାଇଛି କି, ‘‘ଷ୍ଟିଫେନ୍ ବସ୍ ନିଜକୁ ଗୁଳି ଆତ୍ମହତ୍ୟା କରିଛନ୍ତି ।’’

ଷ୍ଟିଫେନ୍ ବସ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଏଲିସନ୍‌ ହକର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ‘‘ଷ୍ଟିଫେନ୍ ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି । ସେ ତାଙ୍କ ପରିବାର, ବନ୍ଧୁ ଏବଂ କମ୍ୟୁନିଟିକୁ ବହୁତ ଗୁରୁତ୍ୱ ଦେଉଥିଲେ । ପ୍ରେମ ତାଙ୍କ ପାଇଁ ସବୁକିଛି ଥିଲା । ସେ ଆମ ପରିବାରର ମେରୁଦଣ୍ଡ ଥିଲେ । ସେ ଜଣେ ଭଲ ସ୍ୱାମୀ ଏବଂ ପିତା ଥିଲେ । ସେ ତାଙ୍କ ପ୍ରଶଂସକଙ୍କ ପାଇଁ ମଧ୍ୟ ଏକ ପ୍ରେରଣା ଥିଲେ। ତାଙ୍କର ସକରାତ୍ମକ ମନୋଭାବ ସର୍ବଦା ମନେ ପଡିବ । ଏହା ବ୍ୟତୀତ, ଏଲିନ୍ କହିଛନ୍ତି, 'ଏହି କଷ୍ଟ ସମୟରେ ଆମର ଗୋପନୀୟତାର ଧ୍ୟାନ ରଖନ୍ତୁ । ବିଶେଷକରି ମୋର ଏବଂ ମୋର ତିନି ପିଲାଙ୍କର ଯତ୍ନ ନିଅନ୍ତୁ ।’’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.