ETV Bharat / entertainment

Shamshera Trailer OUT: ଏଥର ଧମାଲ ମଚାଇବେ ରଣବୀର-ସଞ୍ଜୟ ଦତ୍ତ

author img

By

Published : Jun 24, 2022, 5:23 PM IST

ଏଥର ଧମାଲ ମଚାଇବେ ରଣବୀର-ସଞ୍ଜୟ ଦତ୍ତ, ବଢୁଛି ଫ୍ୟାନ୍ସଙ୍କର ଉତ୍ସାହ
ଏଥର ଧମାଲ ମଚାଇବେ ରଣବୀର-ସଞ୍ଜୟ ଦତ୍ତ, ବଢୁଛି ଫ୍ୟାନ୍ସଙ୍କର ଉତ୍ସାହ

ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ଶମଶେରାର ଟ୍ରେଲର ଶୁକ୍ରବାର (ଜୁନ୍ 24) ରିଲିଜ୍ ହୋଇଛି । ରଣବୀର କପୁରଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରରେ ସମସ୍ତଙ୍କ ଦମଦାର ଚରିତ୍ର ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ର ଟ୍ରେଲର ଶୁକ୍ରବାର (ଜୁନ୍ 24) ରିଲିଜ୍ ହୋଇଛି। ରଣବୀର କପୁରଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରରେ ସମସ୍ତଙ୍କ ଦମଦାର ଚରିତ୍ର ଦେଖିବାକୁ ମିଳୁଛି। ରଣବୀର କପୁର ପ୍ରଥମ ଥର ପାଇଁ ଏହି ଅବତାରରେ ନଜର ଆସିଛନ୍ତି । ଏହାପୂର୍ବରୁ ଅର୍ଥାତ‌୍‌ ଗୁରୁବାର ଦିନ ଫିଲ୍ମରୁ ସଞ୍ଜୟ ଦତ୍ତଙ୍କ ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହେବା ମାତ୍ରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ମୁଖ୍ୟ ଅଭିନେତ୍ରୀ ବାନି କପୁରଙ୍କ ପ୍ରଥମ ଲୁକ୍ ସାମ୍ନାକୁ ଆସିଥିଲା । ଚଳଚ୍ଚିତ୍ରରେ ବାନିଙ୍କ ଚରିତ୍ରର ନାମ ହେଉଛି ସୋନା ।

  • " class="align-text-top noRightClick twitterSection" data="">

ଟ୍ରେଲରରେ କ’ଣ ଅଛି ?

2.59 ମିନିଟର ଟ୍ରେଲରରେ ରଣବୀରଙ୍କ ମଜାଳିଆ ଅନ୍ଦାଜ, ଆକ୍ସନ ଏବଂ ରୋମାନ୍ସ ଦେଖିବାକୁ ମିଳିଛି । ଟ୍ରେଲରରେ ଏହା ଖୁଲାସା ହୋଇଛି ଯେ, ଶମଶେରାଙ୍କ ଏକ ଡବଲ୍ ରୋଲ୍ ଅଛି । ଜଣେ ଡକାୟତ ଏବଂ ଅନ୍ୟ ଜଣେ ଲୋକଙ୍କର ରକ୍ଷକ । ଏଥିସହିତ ସଞ୍ଜୟ ଦତ୍ତ ଜଣେ ବ୍ରିଟିଶ ସୈନିକଙ୍କ ରୂପରେ ଅଭିନୟ କରିଛନ୍ତି, ଯିଏ ଡକାୟତ ରଣବୀରଙ୍କ ପାଇଁ କଞ୍ଚା ଖାଦ୍ୟ ଖୋଜୁଥାଏ। ରଣବୀର ଏବଂ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ଫାଇଟ ସିନ୍‌ ମଧ୍ୟ ଜବରଦସ୍ତ ରହିଛି ।

ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ଚରିତ୍ରର ନାମ ଶମଶେରା ଏବଂ ସଞ୍ଜୟ ଦତ୍ତଙ୍କ ଚରିତ୍ରର ନାମ ଦରୋଗା ଶୁଦ୍ଧ ସିଂ। ରଣବୀର କପୁରଙ୍କ ଚଳଚ୍ଚିତ୍ର ଚାରିବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି । ଚଳିତ ବର୍ଷ ତାଙ୍କର ଆଉ ଏକ ଫିଲ୍ମ 'ବ୍ରହ୍ମାସ୍ତ୍ର' (9 ସେପ୍ଟେମ୍ବର 2022) ମଧ୍ୟ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ଚଳଚ୍ଚିତ୍ର 'ଶମଶେରା' ଜୁଲାଇ 22ରେ ମୁକ୍ତିଲାଭ କରିବ । ବର୍ତ୍ତମାନ ପ୍ରଶଂସକମାନେ ରଣବୀରଙ୍କର ଏହି ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.