ETV Bharat / entertainment

Shamshera Title Track: ରିଲିଜ୍‌ ହେଲା ଟାଇଟଲ୍ ଟ୍ରାକ୍, ଗଜବ ଅନ୍ଦାଜରେ ରଣବୀର କପୁର

author img

By

Published : Jul 15, 2022, 9:45 PM IST

ରିଲିଜ୍‌ ହେଲା ଟାଇଟଲ୍ ଟ୍ରାକ୍, ଗଜବ ଅନ୍ଦାଜରେ ରଣବୀର କପୁର
ରିଲିଜ୍‌ ହେଲା ଟାଇଟଲ୍ ଟ୍ରାକ୍, ଗଜବ ଅନ୍ଦାଜରେ ରଣବୀର କପୁର

ୟଶ ରାଜ ବ୍ୟାନରରେ ନିର୍ମିତ ରଣବୀର କପୁର ଏବଂ ବାଣୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ଶମଶେରାର ଟାଇଟଲ୍ ଟ୍ରାକ୍ ରିଲିଜ୍ ହୋଇଛି। ଗୀତରେ ରଣବୀରଙ୍କ ଗଜବ ଷ୍ଟାଇଲ୍ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ

ମୁମ୍ବାଇ: ରଣବୀର କପୁରଙ୍କ ଆଗାମୀ ଫିଲ୍ମ 'ଶମଶେରା' ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି। ବର୍ତ୍ତମାନ ଫିଲ୍ମର ପ୍ରମୋସନରେ ଅଭିନେତା ରଣବୀର ଏବଂ ଅଭିନେତ୍ରୀ ବାଣୀ କପୁର ବ୍ୟସ୍ତ ଅଛନ୍ତି । ଏଭଳି ପରିସ୍ଥିତିରେ ଏବେ ଫିଲ୍ମ ନିର୍ମାତାମାନେ ଶମଶେରା ଫିଲ୍ମର ଟାଇଟଲ୍ ଟ୍ରାକ୍ ମଧ୍ୟ ରିଲିଜ୍ କରିଛନ୍ତି । ଯେଉଁଥିରେ ରଣବୀର କପୁରଙ୍କ ଚମତ୍କାର ଲୁକ ପୁଣି ଥରେ ପ୍ରଶଂସକ ତାଙ୍କ ଦିଓ୍ବାନା ହୋଇଯାଇଛନ୍ତି । ଏହି ଗୀତରେ ରଣବୀରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଏହି ଫିଲ୍ମ 2022 ଜୁଲାଇ 22 ରେ ମୁକ୍ତିଲାଭ କରିବ ।

  • " class="align-text-top noRightClick twitterSection" data="">

ଆକ୍ସନ୍‌ରେ ଭରପୂର ଥିବା 'ଶମଶେରା' ୟଶ ରାଜ ଫିଲ୍ମର ବ୍ୟାନରରେ ନିର୍ମିତ । ଏଭଳି ପରିସ୍ଥିତିରେ ଫିଲ୍ମର ଟାଇଟଲ୍ ଟ୍ରାକ୍ ୟଶ ରାଜ ଫିଲ୍ମସର ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ଯେଉଁଥିରେ ରଣବୀର ବହୁତ ଗଜବ ଦେଖାଯାଉଛନ୍ତି। ଏହି ଗୀତରେ ଅନେକ ହାଇ-ଟେକ୍ ଆକ୍ସନ୍ ସିନ୍ ଅଛି, ଯାହା ଗୀତକୁ ଆହୁରି ପରଫେକ୍ଟ କରୁଛି । ଏହି ଫିଲ୍ମର ଟ୍ରେଲର ଜୁନ 24 ରେ ରିଲିଜ ହୋଇଛି। ରଣବୀର କପୁରଙ୍କ ଠାରୁ ଆରମ୍ଭ କରି ସଞ୍ଜୟ ଦତ୍ତ ପର୍ଯ୍ୟନ୍ତ ଫିଲ୍ମର ଟ୍ରେଲରରେ ସମସ୍ତଙ୍କ ଦମଦାର ଚରିତ୍ରରେ ଦେଖିବାକୁ ମିଳିଥିଲା। ରଣବୀର କପୁରଙ୍କୁ ପ୍ରଥମ ଥର ପାଇଁ ଏଭଳି ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି।

ରଣବୀର, ସଞ୍ଜୟ ଦତ୍ତ, ବାଣୀ କପୁରଙ୍କ ଅଭିନୀତ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମରେ ବାଣୀଙ୍କ ଚରିତ୍ରର ନାମ ସୋନା । ଉଲ୍ଲେଖନୀୟ ଯେ, ଶମଶେରା ଫିଲ୍ମ ମାଧ୍ୟମରେ ରଣବୀର କପୁର ପ୍ରାୟ ଚାରି ବର୍ଷ ପରେ ଫିଲ୍ମକୁ ଫେରୁଛନ୍ତି। ଏହି ଅଭିନେତାଙ୍କୁ ଶେଷ ଥର ପାଇଁ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ 'ସଞ୍ଜୁ'ରେ ଦେଖିବାକୁ ମିଳିଥିଲା। 'ଶମଶେରା' ପରେ ତାଙ୍କୁ 'ବ୍ରହ୍ମାସ୍ତ୍ର' ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ତାଙ୍କ ସହ ପତ୍ନୀ ଆଲିଆ ଭଟ୍ଟ ଏହି ଫିଲ୍ମରେ ନଜର ଆସିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.