ETV Bharat / entertainment

Shamshera Day 1 Collection: ଚାରି ବର୍ଷ ପରେ ବି ଚାଲିଲାନି ରଣବୀରଙ୍କ ଯାଦୁ, ନିରାଶ ହେଲେ ଦର୍ଶକ

author img

By

Published : Jul 23, 2022, 9:46 PM IST

ଚାରି ବର୍ଷ ପରେ ବି ଚାଲିଲାନି ରଣବୀରଙ୍କ ଯାଦୁ, ନିରାଶ ହେଲେ ଦର୍ଶକ
ଚାରି ବର୍ଷ ପରେ ବି ଚାଲିଲାନି ରଣବୀରଙ୍କ ଯାଦୁ, ନିରାଶ ହେଲେ ଦର୍ଶକ

ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମସେରା ଦର୍ଶକଙ୍କୁ ନିରାଶ କରିଛି ଏବଂ ଫିଲ୍ମର ପ୍ରଥମ ଦିନର ଆୟ ଆଶା କରାଯାଉଥିବା ଠାରୁ ବି କମ୍ ହୋଇଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁର ଶମଶେରା ଫିଲ୍ମ ସହିତ ଚାରି ବର୍ଷ ପରେ ବଡ ପରଦାକୁ ଫେରିଥିଲେ। ତେଣୁ ପ୍ରଶଂସକଙ୍କର ମଧ୍ୟ ରଣବୀରଙ୍କ ଉପରେ ପୂରା ଭରସା ଥିଲା କି, ଏଥର ପରଦାରେ ଫିଲ୍ମଟି ଧମାଲ ମଚାଇବ। କିନ୍ତୁ 'ଶମଶେରା'ର ପ୍ରଥମ ଦିନର କଲେକ୍ସନ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗତକାଲି 5000ରୁ ଊର୍ଦ୍ଧ୍ବ ହଲ୍‌ରେ ରିଲିଜ୍‌ ହୋଇଥିଲା ରଣବୀରଙ୍କ ଅଭିନୀତ ଶମଶେରା ।

ଟ୍ରେଡ଼୍‌ ଆନାଲିଷ୍ଟ ତରଣ ଆଦର୍ଶ ପ୍ରଥମ ଦିନ 'ଶମଶେରା'ର ଆୟ ଆକଳନ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତରଣଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ର ଉଦଘାଟନୀ ଦିନ 10.25 କୋଟି ଟଙ୍କା ନିରାଶାଜନକ ଆୟ କରିଛି। ଅନୁମାନ କରାଯାଉଥିଲା ଯେ ଫିଲ୍ମ ରିଲିଜ୍ ହେବାର ପ୍ରଥମ ଦିନରେ 12 ରୁ 15 କୋଟି ଟଙ୍କା ରୋଜଗାର କରିବ, କିନ୍ତୁ ଫିଲ୍ମ 11 ଅଙ୍କ ମଧ୍ୟ ଧରିପାରି ନାହିଁ।

ରିପୋର୍ଟ ଅନୁଯାୟୀ, ଫିଲ୍ମ ମୁମ୍ବାଇ, ଦିଲ୍ଲୀ ଏବଂ ୟୁପିରେ ଭଲ ବ୍ୟବସାୟ କରିଛି। ବିଶେଷକରି ଦିଲ୍ଲୀ-ଏନସିଆରରେ ଫିଲ୍ମର ରୋଜଗାର ସର୍ବାଧିକ ବୋଲି କୁହାଯାଉଛି। ଦିଲ୍ଲୀ-ଏନସିଆରରେ ସନ୍ଧ୍ୟା ଶୋ’ରେ 70-80 ପ୍ରତିଶତ ସିଟ୍ ଦେଖିବାକୁ ମିଳିଥିଲା। ତରଣଙ୍କ ଅନୁଯାୟୀ, ଫିଲ୍ମର ଘରୋଇ ବକ୍ସ ଅଫିସରେ ଆୟ ଆଶା କରାଯାଉଥିବା ଠାରୁ କମ୍ ଅଟେ। ଏଥି ସହିତ ଅନେକ ପ୍ରେକ୍ଷାଳୟରେ ସିଙ୍ଗଲ ସ୍କ୍ରିନ୍‌ରେ ଚାଲିବା ପରେ ମଧ୍ୟ ଫିଲ୍ମ ରୋଜଗାର କରିପାରି ନଥିଲା । ଚଳଚ୍ଚିତ୍ରର ବଜେଟ୍ 150 କୋଟି ହୋଇଥିବେବେଲେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ଫିଲ୍ମରୁ ରୋଜଗାର ଆଶା ରଖିଛନ୍ତି ତରଣ ଆଦର୍ଶ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.