ETV Bharat / entertainment

Farzi 2: ଖୁବ୍‌ଶୀଘ୍ର ଆସୁଛି ‘ଫର୍ଜି ୨’, ପୁଣି ଧମାଲ କମାଲ କରିବେ ସାହିଦ କପୁର

author img

By ETV Bharat Odisha Team

Published : Oct 12, 2023, 2:26 PM IST

ସାହିଦ କପୁର ୱେବ୍ ସିରିଜ୍ 'ଫର୍ଜି' ସହିତ ନିଜର OTT ଡେବ୍ୟୁ କରିଥିଲେ । ଲୋକମାନେ ଏହି ସିରିଜ୍କୁ ବହୁତ ପସନ୍ଦ କରିଥିଲେ, ବର୍ତ୍ତମାନ ଏହାର ଦ୍ୱିତୀୟ ସିଜନ୍ ମଧ୍ୟ ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ । ଅଧିକ ପଢ଼ନ୍ତୁ

ସାହିଦ କପୁର
ସାହିଦ କପୁର

ହାଇଦ୍ରାବାଦ: ଚଳିତ ବର୍ଷ ଚଳଚ୍ଚିତ୍ର ସହିତ OTTରେ ଅନେକ ୱେବ୍ ସିରିଜ୍ ରିଲିଜ୍ ହେଉଛି । କହିବାକୁ ଗଲେ, OTTରେ ଅନେକ ୱେବ୍ ସିରିଜ୍ ଅଛି କିନ୍ତୁ କିଛି ୱେବ୍ ସିରିଜ୍ ଅଛି ଯାହା ସମସ୍ତଙ୍କ ହୃଦୟ ଏବଂ ମନରେ ଏକ ସ୍ବତନ୍ତ୍ର ଛାପ ଛାଡ଼ିଛି । ଏଥିମଧ୍ୟରୁ ଗୋଟିଏ ହେଉଛି ସାହିଦ କପୁର ଏବଂ ବିଜୟ ସେଥୁପତିଙ୍କ ଅଭିନୀତ ସିରିଜ 'ଫର୍ଜି' । ଏଭଳି ସ୍ଥିତିରେ ପ୍ରଶଂସକମାନେ ମଧ୍ୟ ଏହାର ସିକ୍ୱେଲ୍‌କୁ ଅପେକ୍ଷା କରି ରହିଥିଲେ । 'ଫର୍ଜି-୨'କୁ ଅପେକ୍ଷା କରୁଥିବା ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ।

ନିକଟରେ ଗଣମାଧ୍ୟମକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ସାହିଦ କପୁର ଫର୍ଜି 2କୁ ନେଇ ନିଶ୍ଚିତ କରିଛନ୍ତି । ସାହିଦ କହିଛନ୍ତି ଯେ ଫର୍ଜିର ଦ୍ୱିତୀୟ ସିଜନ ଆସିବ । ସେ କହିଛନ୍ତି, "ଯେଉଁଭଳି କାହାଣୀଟି ଶେଷ ହେଲା, ଏହା ଓପନ୍‌ ଏଣ୍ଡେଡ୍‌ ଥିଲା ତେଣୁ ବହୁତ କିଛି ଘଟଣା ଘଟିବାର ସମ୍ଭାବନା ଅଛି, ତେଣୁ ଫର୍ଜି-2 ହେବ, ଏବଂ ଯଦି ଅନ୍ୟ କିଛି ଥିବ ଯାହା ମୋତେ ପସନ୍ଦ ମୁଁ କରିବି । କିନ୍ତୁ ବର୍ତ୍ତମାନ ସୁଦ୍ଧା, ମୁଁ OTT ପାଇଁ ହଁ କହିନାହିଁ କାରଣ ଚଳିତ ବର୍ଷ ମୋର ଦୁଇଟି ଫିଲ୍ମ ରିଲିଜ୍ ଥିଲା, ତେଣୁ ମୁଁ ବର୍ତ୍ତମାନ ଥିଏଟର ପାଇଁ କିଛି କରିବାକୁ ଯାଉଛି, କିନ୍ତୁ ଫର୍ଜି 2 ନିଶ୍ଚିତ ଭାବରେ ପ୍ରସ୍ତୁତ ହେବ ।"

ଏହା ମଧ୍ୟ ପଢନ୍ତୁ: OTTରେ ରେକର୍ଡ ଭାଙ୍ଗିଲେ ସାହିଦ: ଫ୍ୟାନ୍ସଙ୍କ ପ୍ରଥମ ପସନ୍ଦ ଫର୍ଜି ଓ ବ୍ଲଡି ଡାଡି

ଉଲ୍ଲେଖନୀୟ ଯେ, ସାହିଦ କପୁରଙ୍କ ସିରିଜ 'ଫର୍ଜି' ଏକ ବଡ଼ ହିଟ୍ ହୋଇଥିଲା ଏବଂ ଏହା ଆଠଟି ଏପିସୋଡ୍‌ରେ ମୁକ୍ତିଲାଭ କରିଥିଲା । ଏହି ଧାରାବାହିକରେ ଦକ୍ଷିଣ ଅଭିନେତା ବିଜୟ ସେଥୁପତି, କେ.କେ ମେନନ୍, ରାଶି ଖାନ୍ନା, ଭୁବନ ଆରୋରା, ଅମୋଲ ପାଲେକର ଏବଂ ରେଜିନା ମଧ୍ୟ କାମ କରୁଥିବା ନଜର ଆସିଥିଲେ । ପ୍ରଥମ ସିଜନ ଏକ ନୋଟ ବା ଟଙ୍କାରେ ସମାପ୍ତ ହେଲା ଏବଂ ଲୋକମାନେ ପରବର୍ତ୍ତୀ କାହାଣୀ ବିଷୟରେ ଜାଣିବାକୁ ବହୁତ ଉତ୍ସାହିତ ଅଛନ୍ତି । ଏହି ୱେବ୍ ସୋ’ରେ ଦକ୍ଷିଣ ଅଭିନେତା ବିଜୟ ସେଥୁପତି ଜଣେ ପୋଲିସ୍ ଭୂମିକାରେ ନଜର ଆସିଥିବା ବେଳେ ସାହିଦ କପୁର ନକରାତ୍ମକ ଭୂମିକାରେ ଅଭିନୟ କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଥିଲା । ସାହିଦ ଏବଂ ବିଜୟ ଫର୍ଜି ସହ OTT ସ୍ପେସରେ ଡେବ୍ୟୁ କରିଥିଲେ ।

ୱାର୍କ୍‌ଫ୍ରଣ୍ଟ୍‌ ବିଷୟରେ କହିବାକୁ ଗଲେ ସାହିଦଙ୍କୁ ଶୀଘ୍ର କ୍ରିତି ସାନନଙ୍କ ସହିତ ଏକ ଅନଟାଇଟେଲ୍ଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ସହିଦ-କ୍ରିତିଙ୍କ ଫିଲ୍ମ 9 ଫେବୃଆରୀ 2024ରେ ମୁକ୍ତିଲାଭ କରିବ ଏବଂ ଏଥିରେ ଭେଟେରାନ୍‌ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ନଜର ଆସିବେ । କୌତୁହଳର ବିଷୟ ହେଉଛି ଏହି ଚଳଚ୍ଚିତ୍ରରେ ସାହିଦ ଏବଂ କ୍ରିତିଙ୍କ ଯୋଡି ପ୍ରଥମ ଥର ଅନ୍‌ସ୍କ୍ରିନ୍‌ରେ ନଜର ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.