ETV Bharat / entertainment

ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ ଅଲି ଖାନ, ଭାଇକୁ ଏହି ପରାମର୍ଶ ଦେଲେ ସାରା

author img

By ETV Bharat Odisha Team

Published : Sep 13, 2023, 12:10 PM IST

ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ ଅଲି ଖାନ, ଭାଇକୁ ଏହି ପରାମର୍ଶ ଦେଲେ ସାରା
ବଲିଉଡରେ ଡେବ୍ୟୁ କରିବେ ଇବ୍ରାହିମ ଅଲି ଖାନ, ଭାଇକୁ ଏହି ପରାମର୍ଶ ଦେଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନଙ୍କ ଭାଇ ଇବ୍ରାହିମ ଖୁବଶୀଘ୍ର ଫିଲ୍ମ 'ସରଜମିନ୍' ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଭଉଣୀ ସାରା ଏହି ଫିଲ୍ମ ରିଲିଜ୍ ପୂର୍ବରୁ ମଧ୍ୟ ଇବ୍ରାହିମଙ୍କୁ ପରାମର୍ଶ ଦେଇଛନ୍ତି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ବଲିଉଡରେ ବର୍ତ୍ତମାନ ଅନେକ ଷ୍ଟାର କିଡ୍ସ ଡେବ୍ୟୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସୈଫ ଅଲ୍ଲୀ ଖାନଙ୍କ ପୁଅ ତଥା ସାରା ଅଲି ଖାନଙ୍କ ଭାଇ ଇବ୍ରାହିମ ଅଲି ଖାନ ଖୁବଶୀଘ୍ର ବି-ଟାଉନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଫିଲ୍ମ 'ସରଜମିନ୍' ସହ ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି ଇବ୍ରାହିମ । ଏହି ଚଳଚ୍ଚିତ୍ରରେ ସେ କାଜୋଲ, ପୃଥ୍ବୀରାଜ ସୁକୁମାରନ୍ ଏବଂ ରାଜେଶ ଶର୍ମାଙ୍କ ସହ ସ୍କ୍ରିନ୍ ସେୟାର କରିବେ । ତେବେ ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ଭଉଣୀ ସାରା ଅଲି ଖାନ ଇବ୍ରାହିମଙ୍କୁ କିଛି ପରାମର୍ଶ ଦେଇଛନ୍ତି । ଯାହାଫଳରେ ସେ ନିଜ କାର୍ଯ୍ୟକୁ ଭଲ ଭାବରେ କରିପାରିବେ ଏବଂ ସଫଳତା ହାସଲ କରିପାରିବେ ।

କାୟୋଜ ଇରାନୀଙ୍କ ନିର୍ଦ୍ଦେଶିତ 'ସରଜାମିନ୍' ସହ ଇବ୍ରାହିମ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଏହି ସମୟରେ ଏକ ସାକ୍ଷାତକାରରେ ଯେତେବେଳେ ସାରାଙ୍କୁ ପଚରାଯାଇଥିଲା ଯେ ସେ ଡେବ୍ୟୁ ପୂର୍ବରୁ ତାଙ୍କ ସାନଭାଇଙ୍କୁ କେଉଁ ପରାମର୍ଶ ଦେବେ ? ଏହାର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ, 'ଆମେ ଘରେ କାମ ଏବଂ ସିନେମା ବିଷୟରେ ଅଧିକ କଥାବାର୍ତ୍ତା କରୁନାହୁଁ, କିନ୍ତୁ ମୁଁ ତାଙ୍କୁ ସମାନ ପରାମର୍ଶ ଦେବି ଯାହା ମୋର ପିତାମାତା ମୋତେ ଦେଇଛନ୍ତି । ମୁଁ କେବଳ ତାଙ୍କୁ ତାଙ୍କ ହୃଦୟର କଥା ଶୁଣିବାକୁ କହିବି କାରଣ ଏହା ହିଁ ତୁମକୁ ଠିକ୍ ରାସ୍ତା ଦେଖାଇବ । ଆପଣଙ୍କୁ ନେଇ ବହୁତ ଆଲୋଚନା ହେବ, କିନ୍ତୁ ଆପଣଙ୍କୁ ସଚ୍ଚୋଟ ରହିବାକୁ ପଡିବ ।

ସାରା ଆହୁରି ମଧ୍ୟ କହିଛନ୍ତି, 'ମିଛ କୁହ ନାହିଁ, କାରଣ କ୍ୟାମେରା ସବୁ ଜଣାପଡିଯିବ । ଏହା ମୁଁ ମୋ କ୍ୟାରିୟରରେ ଶିଖିଛି । ଇବ୍ରାହିମ ମଧ୍ୟ ସଚ୍ଚୋଟ, ଏବଂ ତାଙ୍କ ହୃଦୟ ସଠିକ୍ କାମରେ ଅଛି, ଏବଂ ମୁଁ ଭାବୁଛି ଏହା ସେହି କାମ ଯାହା ତାଙ୍କୁ ଆବଶ୍ୟକ । ସେପଟେ ବଲିଉଡରେ ବର୍ତ୍ତମାନ ସୁହାନା ଖାନ, ଖୁସୀ କପୁର ଭଳି ଷ୍ଟାର କିଡ୍ସ ମଧ୍ୟ ଡେବ୍ୟୁ କରିବାକୁ ଯାଉଥିବା ବେଳେ ଏହି ପ୍ରତିଯୋଗିତାକୁ ଦେଖି ସାରା କହିଛନ୍ତି, 'ଅବଶ୍ୟ ପ୍ରତିଯୋଗିତା ଅଛି, କିନ୍ତୁ ସମସ୍ତଙ୍କ ପାଇଁ କାମ ମଧ୍ୟ ଅଛି । ସମସ୍ତଙ୍କ ଭିନ୍ନ ଭିନ୍ନ ଯାତ୍ରା ରହିଛି । ପରଦାରେ କାହାକୁ ଦେଖିବାକୁ ପସନ୍ଦ କରନ୍ତି ତାହା ଦର୍ଶକ ହିଁ ସ୍ଥିର କରିବେ । ଏଣୁ ତୁମେ ସର୍ବଦା ସଚ୍ଚୋଟ ହୋଇ ଭଲ କାମ କରିବାକୁ ଚେଷ୍ଟା କର ।

ଏହା ମଧ୍ୟ ପଢନ୍ତୁ: ହସେଇ ହସେଇ ବେଦମ କରୁଛନ୍ତି ସୈଫଙ୍କ ପୁଅ ଇବ୍ରାହିମ

ସୂଚନା ଥାଉ କି, ସାରା ଅଲି ଖାନ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ 2018 ରୋମାଣ୍ଟିକ ଡ୍ରାମା 'କେଦାରନାଥ' ସହ ଡେବ୍ୟୁ କରିଥିଲେ, ଏବଂ ପରେ ଆକ୍ସନ୍-କମେଡି 'ସିମ୍ବା'ରେ ରଣଭୀରଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ । ଶେଷରେ ସେ ବଲିଉଡରେ ଅନେକ ଫିଲ୍ମରେ ନିଜ ଅଭିନୟ ଯାଦୁ ଦେଖାଇ ବେଶ ଲୋକପ୍ରିୟତା ସାଉଁଟିଛନ୍ତି । ଶେଷଥର ପାଇଁ ସାରାଙ୍କୁ ଜରା ହଟକେ ଜରା ବଟକେରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଆଗାମୀ ଫିଲ୍ମ 'ମେଟ୍ରୋ ଇନ ଦିନୋ'ରେ ଦେଖିବାକୁ ମିଳିବ । ଏବେ ସାରାଙ୍କ ଭାଇ ଇବ୍ରାହିମ ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି । ଅଭିନେତା ପୂର୍ବରୁ ଇବ୍ରାହିମ ସହକାରୀ ନିର୍ଦ୍ଦେଶକ ଭାବେ ରକି ଔର ରାନୀ କି ପ୍ରେମ କାହାନୀରେ କରଣ ଜୋହରଙ୍କ କାମ କରିଥିଲେ । ଏଥିସହ ଇବ୍ରାହିମ ସ୍ତ୍ରୀ ଫେମ୍ ନିର୍ମାତା ଦୀନେଶ ଭିଜନଙ୍କ ଫିଲ୍ମରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.