ETV Bharat / entertainment

ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ

author img

By

Published : Oct 22, 2022, 11:57 AM IST

ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ, ଚିନ୍ତାରେ ଫ୍ୟାନ୍ସ
ଡେଙ୍ଗୁରେ ଆକ୍ରାନ୍ତ ହେଲେ ସଲମାନ ଖାନ, ଚିନ୍ତାରେ ଫ୍ୟାନ୍ସ

ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ସଲମାନ ଖାନ । ତାଙ୍କ ସ୍ଥାନରେ କରଣ ଜୋହର ବିଗ୍‌ବସ୍‌ ୧୬ ହୋଷ୍ଟ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ସଲମାନ ଖାନ । ରିପୋର୍ଟ ଅନୁଯାୟୀ, ସଲମାନ କିଛି ସପ୍ତାହ ପାଇଁ ବିଗ୍‌ବସ୍‌ ୧୬ରେ ନଜର ଆସିବେ ନାହିଁ । ଅଭିନେତାଙ୍କ ଅସୁସ୍ଥତା ହେତୁ ପ୍ରଶଂସକଙ୍କୁ ସଲମାନ ଖାନଙ୍କ ବିନା ବିଗ୍‌ବସ୍ ଦେଖିବାକୁ ପଡିବ । କେବଳ ଏତିକି ନୁହେଁ, ବର୍ତ୍ତମାନ ମନୋରଞ୍ଜନ ଜଗତର ଅନ୍ୟ ଜଣେ କଳାକାର ତାଙ୍କ ସ୍ଥାନରେ ଏହି ସୋ' ହୋଷ୍ଟ କରିବାକୁ ଯାଉଛନ୍ତି ।

  • BREAKING! #BiggBoss_Tak

    Salman Khan has been diagnosed with dengue. He won’t be hosting #BiggBoss16 in the coming episodes. In Salman's absence, Karan Johar will host the #BB16 for at least a couple of weeks in the coming episodes.

    Wishing a speedy recovery to Salman Khan!

    — #BiggBoss_Tak👁 (@BiggBoss_Tak) October 21, 2022 " class="align-text-top noRightClick twitterSection" data=" ">

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତା ଅସୁସ୍ଥ ଥିବାରୁ ଦର୍ଶକମାନେ କିଛି ସପ୍ତାହ ପାଇଁ ତାଙ୍କୁ ବିଗ୍‌ବସ୍‌ରେ ଦେଖି ପାରିବେ ନାହିଁ । ତେଣୁ ଡାକ୍ତର ସଲମାନଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କ ସ୍ଥାନରେ ବର୍ତ୍ତମାନ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କୁ ଏହି ସୋ’ର କିଛି ଏପିସୋଡ୍ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ । ଏହାପୂର୍ବରୁ କରଣ ବିଗ୍ ବସ୍‌ର OTT ସଂସ୍କରଣର ପ୍ରଥମ ସିଜନ୍ ମଧ୍ୟ ଆୟୋଜନ କରିଥିଲେ । ଏଭଳି ପରିସ୍ଥିତିରେ ସଲମାନଙ୍କ ଅବସ୍ଥା ଦେଖି ବର୍ତ୍ତମାନ କରଣଙ୍କୁ କିଛି ସପ୍ତାହ ପାଇଁ ବିଗ୍‌ବସ୍ ୧୬ର ନିର୍ଦ୍ଦେଶ ଦିଆଯାଇଛି । କହିବାକୁ ଗଲେ, ଅଭିନେତା ସୁସ୍ଥ ନହେବା ପର୍ଯ୍ୟନ୍ତ କରଣ ଜୋହର ହୋଷ୍ଟ କରିବେ ।

ଏହାପୂର୍ବରୁ ଶୁକ୍ରବାର ପ୍ରସାରିତ ଏପିସୋଡରେ ସଲମାନ ଖାନଙ୍କୁ ଦେଖିବାକୁ ମିଳିନଥିଲା । ବାସ୍ତବରେ ଏହି ସିଜନ୍‌ରେ ୱିକେଣ୍ଡ୍ କା ଓ୍ବାର୍‌ ଏପିସୋଡ୍ ଶୁକ୍ରବାର ଏବଂ ଶନିବାର ପ୍ରସାରିତ ହୁଏ । ତେଣୁ ସମସ୍ତେ ଶୁକ୍ରବାର ପ୍ରସାରିତ ଶେଷ ଏପିସୋଡରେ ସଲମାନଙ୍କୁ ଅପେକ୍ଷା କରି ରହିଥିଲେ, କିନ୍ତୁ ତାଙ୍କ ବିନା ସୋ' ଶେଷ ହୋଇଥିଲା, ଯେଉଁଥିପାଇଁ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା ​​। କିନ୍ତୁ ବର୍ତ୍ତମାନ ରିପୋର୍ଟ ଆସିବା ପରେ ଜଣା ପଡିଛି ଯେ ସଲମାନ ଶୁକ୍ରବାରର ଏପିସୋଡରେ କାହିଁକି ନଜର ଆସିନଥିଲେ । ଏପଟେ ସଲମାନ ଫିଲ୍ମ ‘କିସି କା ଭାଇ କିସି କା ଜାନ୍‌’ ସୁଟିଂ କରୁଥିଲେ । କିନ୍ତୁ ଅସୁସ୍ଥ ହେବା ପରେ ଫିଲ୍ମର ସୁଟିଂ ଅଧାରେ ବନ୍ଦ କରିଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.