ETV Bharat / entertainment

Aditya-Ananya: ରିସେପ୍ସନ୍ ପାର୍ଟୀରେ ପୁଣି ଏକାଠି ନଜର ଆସିଲେ ରୁମର୍‌ ଲଭବାର୍ଡ ଅନନ୍ୟା-ଆଦିତ୍ୟ

author img

By ETV Bharat Odisha Team

Published : Sep 25, 2023, 2:15 PM IST

ଚଳଚ୍ଚିତ୍ର ନିର୍ମାତା ଅମନ ଗିଲ ମୁମ୍ବାଇରେ ତାଙ୍କ ବିବାହ ରିସେପ୍ସନ ଆୟୋଜନ କରିଥିଲେ । ଏହି ପାର୍ଟୀରେ ପୁଣି ଏକାଠି ନଜର ଆସିଛନ୍ତି ଲଭବାର୍ଡ ଅନନ୍ୟା-ଆଦିତ୍ୟ । ଅଧିକ ପଢ଼ନ୍ତୁ

ଲଭବାର୍ଡ ଅନନ୍ୟା ଆଦିତ୍ୟ
ଲଭବାର୍ଡ ଅନନ୍ୟା ଆଦିତ୍ୟ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଲଭବାର୍ଡ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର । ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ଏକ ଗୁଜବ ଚାଲିଛି ଯେ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ପରସ୍ପରକୁ ଡେଟ୍‌ କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଉଭୟ ତାରକା ନିଜ ସମ୍ପର୍କ ଉପରେ ନୀରବ ରହିଛନ୍ତି । ଦୁହେଁ ଏକାଠି ଅନେକ ଥର ନଜର ଆସୁଥିବାରୁ ଏହି ଗୁଜବ ସୃଷ୍ଟି ହୋଇଛି । ନିକଟରେ ଅମନ ଗିଲଙ୍କ ବିବାହ ଭୋଜିରେ ଏହି ଲଭବାର୍ଡମାନଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା । ସେପ୍ଟେମ୍ବର 24 ରେ ବିବାହ ପରେ ପରିଣୀତି ଚୋପ୍ରା ଏବଂ ରାଘବ ଚଢା ଉଦୟପୁରରେ ସେମାନଙ୍କର ବିବାହ ରିସେପ୍ସନ୍ ଆୟୋଜନ କରିଥିବାବେଳେ ଚଳଚ୍ଚିତ୍ର ନିର୍ମାତା ଅମାନ ଗିଲ ମୁମ୍ବାଇରେ ତାଙ୍କ ବିବାହ ରିସେପ୍ସନ ଆୟୋଜନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଅନନ୍ୟାଙ୍କ ଡେଟିଂ ରୁମର, ଉପଦେଶ ଦେଇ ଏଭଳି ପ୍ରତିକ୍ରିୟା ରଖିଲେ ଚଙ୍କି ପାଣ୍ଡେ

ଅନେକ ବି-ଟାଉନ୍ ସେଲିବ୍ରିଟିମାନେ ସେମାନଙ୍କର ଅନ୍ଦାଜରେ ରିସେପ୍ସନ୍‌ରେ ପହଞ୍ଚୁଥିବା ଦେଖାଯାଇଥିଲା । ଏଥିରେ କପଲ୍‌ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ସାମିଲ ଥିଲେ । ଧଳା ଟ୍ୟୁବ୍ ପୋଷାକ ପିନ୍ଧି ପାର୍ଟୀରେ ପହଞ୍ଚିଥିବା ଅନନ୍ୟା ପାଣ୍ଡେ ବହୁତ ସୁନ୍ଦର ଦେଖାଯାଉଥିଲେ । ଡ୍ରିମ୍ ଗାର୍ଲ ୨ ଅଭିନେତ୍ରୀ ଅନନ୍ୟା ତାଙ୍କ ହାତରେ ଏକ ବ୍ରାଇଟ୍‌ କଲର ବ୍ୟାଗ୍ ଧରିଥିଲେ ଏବଂ କାନରେ ଝୁମକା ଲଗାଇ ଲୁକ୍‌କୁ ପୂରା କରିଥିଲେ । ଏହା ସହିତ କେଶ ମଧ୍ୟ ଖୋଲା ରଖିଥିଲେ ।

ତେବେ ଏହା ପୂର୍ବରୁ ଲଭବାର୍ଡ୍‌ ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରୟ କପୁର ଗୋଆ ବିମାନବନ୍ଦରରେ ଏକାଠି ନଜର ଆସିଥିଲେ । ଉଭୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଭିଡିଓରେ, ଏହି କପଲ ଗୋଆ ବିମାନ ବନ୍ଦରରେ ଏକାଠି କାରରୁ ଓହ୍ଲାଉଥିବାର ଦେଖିବାକୁ ମିଳିିଥିଲା । ଦୁହେଁ ମୁହଁରେ ବ୍ଲାକ୍‌ ମାସ୍କ୍‌ ପିନ୍ଧିଥିଲେ । ଆଦିତ୍ୟ ବ୍ଲାକ୍‌ ପ୍ୟାଣ୍ଟ ସହ ଏକ ହ୍ବାଇଟ୍‌ ଟି-ସାର୍ଟ ପିନ୍ଧିଥିବାବେଳେ ଅନନ୍ୟା ବ୍ଲୁ ରଙ୍ଗର ଡେନିମ୍ ଜିନ୍ସ ସହ ଏକ କ୍ରିମ୍ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ନଜର ଆସିିଥିଲେ । ଏହି ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଥିଲେ ।

ବ୍ଲାକ ଆଉଫିଟ୍‌ରେ ଆଦିତ୍ୟ ରୟ କପୁର

ଆଦିତ୍ୟ ରୟ କପୁରଙ୍କ ବିଷୟରେ କହିବା ତ, ଆଶିକୀ-୨ ଅଭିନେତା ବ୍ଲାକ ଆଉଫିଟ୍‌ରେ ନଜର ଆସିଥିଲେ । ଅଧା ଫୋଲଡ୍ ସ୍ଲିଭ୍ ସହିତ କଳା ସାର୍ଟରେ ଆଦିତ୍ୟ ବହୁତ ହ୍ୟାଣ୍ଡସମ୍‌ ଦେଖାଯାଉଥିଲେ । ସେ ଏହାକୁ କଳା ଏବଂ ଧଳା ସ୍ନେକର୍ ସହିତ ଯୋଡିଥିଲେ ।

ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଆଦିତ୍ୟ ରୟ କପୁରଙ୍କୁ ଥ୍ରୀଲର ୱେବ୍ ସିରିଜ୍ ଦ ନାଇଟ୍ ମ୍ୟାନେଜରରେ ଶେଷଥର ଦେଖିବାକୁ ମିଳିଥିଲା, ଯାହା ଦର୍ଶକ ବେଶ ପସନ୍ଦ କରିଥିଲେ। ଆଗାମୀ ଦିନରେ ଆଦିତ୍ୟ ଅନୁରାଗ ବସୁଙ୍କ ଆଗାମୀ ଚଳଚ୍ଚିତ୍ର 'ମେଟ୍ରୋ ଇନ୍‌ ଦିନୋ' ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରରେ ତାଙ୍କୁ ସାରା ଅଲି ଖାନ ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ଦେଖିବାକୁ ମିଳିବ । ଅନ୍ୟପକ୍ଷରେ, ଅନନ୍ୟାଙ୍କୁ କମେଡି ଫିଲ୍ମ 'ଡ୍ରିମ୍ ଗାର୍ଲ ୨'ରେ ଆୟୁଷ୍ମାନ ଖୁରାନାଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସଫଳ ହୋଇଛି । ଏଥିସହ ତାଙ୍କୁ ବିକ୍ରମାଦିତ୍ୟ ମୋଟୱାନିଙ୍କ କମ୍ପ୍ୟୁଟର ସ୍କ୍ରିନ ଫିଲ୍ମ କଣ୍ଟ୍ରୋଲ ଏବଂ ଏକ୍ସେଲ ଏଣ୍ଟରଟେନମେଣ୍ଟର 'ଖୋ ଗଏ ହମ କାହାଁ'ରେ ଖୁବଶୀଘ୍ର ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.