ETV Bharat / entertainment

Brahmastra Promotions: ଶମଶେରାର ଫ୍ଲପ୍‌ ହେବାର କାରଣ କହିଲେ ରଣବୀର

author img

By

Published : Sep 8, 2022, 2:14 PM IST

ଶମଶେରାର ଫ୍ଲପ୍‌ ହେବାର କାରଣ କହିଲେ ରଣବୀର କପୁର
ଶମଶେରାର ଫ୍ଲପ୍‌ ହେବାର କାରଣ କହିଲେ ରଣବୀର କପୁର

ଫିଲ୍ମ ବ୍ରହ୍ମାସ୍ତ୍ର 9 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ବ୍ରହ୍ମାସ୍ତ୍ରର ପ୍ରମୋସନ ସମୟରେ ରଣବୀର କପୁର ଶମଶେରାର ଫ୍ଲପ୍‌ ହେବାର କାରଣ କହିଛନ୍ତି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରୁ ପ୍ରଥମ ଥର ପାଇଁ ରଣବୀର ଏବଂ ଆଲିଆଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ପାଇଁ ଦମ୍ପତି ଦିନରାତି ଫିଲ୍ମର ପ୍ରମୋସନ କରୁଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତାକାଲି ଅର୍ଥାତ୍ 9 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ନିକଟରେ ରଣବୀର କପୁରଙ୍କ ଫିଲ୍ମ 'ଶମ୍‌ଶେରା' ରିଲିଜ ହୋଇଥିଲା, ଯାହା ବକ୍ସ ଅଫିସରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା । 'ବ୍ରହ୍ମାସ୍ତ୍ର'ର ପ୍ରମୋସନ ସମୟରେ ରଣବୀର କପୁର ଶମଶେରାର ଫ୍ଲପ୍‌ ହେବାର କାରଣ କହିଛନ୍ତି ।

  • " class="align-text-top noRightClick twitterSection" data="">

କାହିଁକି ଫ୍ଲପ୍ ହେଲା 'ଶମଶେରା'

'ଫିଲ୍ମର ଦୁର୍ବଳ ବିଷୟବସ୍ତୁ ବା କଣ୍ଟେଣ୍ଟ' ଶମଶେରା ଫ୍ଲପ୍ ହେବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ରଣବୀର କପୁର ଦର୍ଶାଇଛନ୍ତି । ଦିଲ୍ଲୀରେ ପ୍ରମୋସନ ସମୟରେ ରଣବୀର କହିଛନ୍ତି ଯେ, ଯଦି ଆମେ ଚଳଚ୍ଚିତ୍ରରେ ରିଚ୍‌ କଣ୍ଟେଣ୍ଟ ଦେବା ତେବେ ଦର୍ଶକ ଏହାକୁ ପସନ୍ଦ କରିବେ । ଚଳଚ୍ଚିତ୍ରରେ ଭାବନା, ହସିବା, କାନ୍ଦିବା ଦର୍ଶକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯଦି କଣ୍ଟେଣ୍ଟରେ ଏସବୁ ନାହିଁ ତେବେ ଫିଲ୍ମ ଚାଲିବା ମୁସ୍କିଲ ।

ବ୍ରହ୍ମାସ୍ତ୍ରରେ କ’ଣ ରହିଛି ଖାସ୍‌ ?

ବଲିଉଡ ବଏକଟ କାରଣରୁ ଗୋଟିଏ ପରେ ଗୋଟିଏ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍‌ ହୋଇଚାଲିଛି । 'ବ୍ରହ୍ମାସ୍ତ୍ର'ର ଟିମ୍‌ ମଧ୍ୟ ଭୟ କରୁଛନ୍ତି ଯେ ଫିଲ୍ମର ଅବସ୍ଥା 'ଶମଶେରା 'ଭଳି ନହେଉ । ତେବେ, ରଣବୀର ଏବଂ ଆଲିଆଙ୍କ ପାଇଁ ଏହି ଚଳଚ୍ଚିତ୍ରଟି ଅତ୍ୟନ୍ତ ସ୍ୱତନ୍ତ୍ର, କିନ୍ତୁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ପାଇଁ କେତେ ସ୍ୱତନ୍ତ୍ର ତାହା ଆସନ୍ତା ତିନି ଦିନ ମଧ୍ୟରେ ଜଣା ପଡିଯିବ । ତେବେ ରଣବୀର-ଆଲିଆଙ୍କ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି ।

ଏହି ଚଳଚ୍ଚିତ୍ରଟି ଅନେକ ଦିଗରୁ ସ୍ବତନ୍ତ୍ର, ପ୍ରଥମଟି ହେଉଛି ରଣବୀର ଆଲିଆଙ୍କୁ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ, ଶାହାରୁଖ ଖାନଙ୍କ କ୍ୟାମୋ ଏବଂ ଆୟାନ ମୁଖାର୍ଜୀଙ୍କ ଦ୍ୱାରା ପ୍ରସ୍ତୁତ ଫିଲ୍ମର କାହାଣୀ । ଯଦିଓ ଫିଲ୍ମର ଆଡଭାନ୍ସ ଟିକେଟ୍ ଜୋରସୋରରେ ଚାଲିଛି, କିନ୍ତୁ ଆଲିଆ ଏବଂ ରଣବୀରଙ୍କ ଭାଗ୍ୟ 9 ସେପ୍ଟେମ୍ବରରେ ସ୍ଥିର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.