ETV Bharat / entertainment

ପୂଜାରେ କ୍ୟାଟ୍ରିନାଙ୍କୁ କଣେଇ ଚାହିଁଲେ ରଣବୀର କପୁର, କମେଣ୍ଟରେ ପୋତିଲେ ୟୁଜର୍ସ

author img

By

Published : Oct 6, 2022, 1:43 PM IST

ପୂଜାରେ କ୍ୟାଟ୍ରିନା କଣେଇ ଚାହୁଁଥିଲେ ରଣବୀର କପୁର, କମେଣ୍ଟରେ ପୋତିଲେ ୟୁଜର୍ସ
ପୂଜାରେ କ୍ୟାଟ୍ରିନା କଣେଇ ଚାହୁଁଥିଲେ ରଣବୀର କପୁର, କମେଣ୍ଟରେ ପୋତିଲେ ୟୁଜର୍ସ

ନବରାତ୍ରୀ ଅବସରରେ ଏକ୍ସ କପଲ ରଣବୀର କପୁର ଏବଂ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଜୟା ଦଶମୀର ଶୁଭ ଅବସରରେ ସାରା ଦେଶରେ ବଡ ଧୁମ୍‌ଧାମ୍‌ରେ ଉତ୍ସବ ପାଳନ କରାଯାଇଥିଲା । ନବରାତ୍ରୀ ସମୟରେ ମଧ୍ୟ ଲୋକମାନେ ବହୁତ ଧୁମ୍‌ ମଚାଇଥିଲେ । ଏଥିସହିତ ଚଳଚ୍ଚିତ୍ର ଜଗତରେ ମଧ୍ୟ ନବରାତ୍ରୀ ଏବଂ ବିଜୟା ଦଶମୀ କ୍ରେଜ୍‌ ଦେଖିବାକୁ ମିଳିଥିଲା । କଲ୍ୟାଣରମଣ ପରିବାର, ଯାହାକି ପ୍ରତିବର୍ଷ ନବରାତ୍ରୀର ମହାପୂଜା ଆୟୋଜନ କରିଥାଏ ଏବଂ ଚଳଚ୍ଚିତ୍ର ତାରକାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥାଏ । ଏହି ବର୍ଷ ମଧ୍ୟ କଲ୍ୟାଣରମଣ ପରିବାର ନବରାତ୍ରୀରେ ଏକ ପୂଜା ଆୟୋଜନ କରିଥିଲେ, ଯେଉଁଥିରେ ଦକ୍ଷିଣ ସେଲିବ୍ରିଟି ଆର୍‌ ମାଧବନ ଏବଂ ନାଗାର୍ଜୁନଙ୍କ ସହ ବଲିଉଡର ରଣବୀର କପୁର ଏବଂ କ୍ୟାଟ୍ରିନା କୈଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଫଙ୍କସନ୍‌ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରଣବୀର କ୍ୟାଟ୍ରିନାଙ୍କୁ ଦେଖୁଥିବାର ନଜର ଆସିଥିଲେ

ଯଦିଓ କ୍ୟାଟ୍ରିନା ଏବଂ ରଣବୀରଙ୍କର ଅନେକ ଫଟୋ ଏହି ଫଙ୍କସନ୍‌ରୁ ଭାଇରାଲ ହେଉଛି, କିନ୍ତୁ ରଣବୀର-କ୍ୟାଟ୍ରିନାଙ୍କୁ କୌଣସି ଫଟୋରେ ଏକାଠି ଦେଖିବାକୁ ମିଳିନାହିଁ । ଏକ ଫଟୋରେ ରଣବୀର କ୍ୟାଟ୍ରିନାଙ୍କୁ ଦେଖୁଥିବାର ନଜର ଆସିଛନ୍ତି । ଏହି ଫଙ୍କସନ୍‌ରେ, ଏକ୍ସ କପଲ ରଣବୀର-କ୍ୟାଟ୍ରିନା ପାରମ୍ପରିକ ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ । ରଣବୀର ଏକ କଳା କୁର୍ତ୍ତା-ପାଇଜାମା ଏବଂ କ୍ୟାଟ୍ରିନା ଏକ ପିଚ୍‌ ରଙ୍ଗର ଶରାରା ସେଟ୍ ପିନ୍ଧିଥିଲେ ।

ୟୁଜର୍ସଙ୍କ କମେଣ୍ଟ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ୍ସ କପଲ (ରଣବୀର-କ୍ୟାଟ୍ରିନା)ଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ୟୁଜର୍ସ ମଧ୍ୟ ତାଙ୍କ ଉପରେ କମେଣ୍ଟ ଦେବାରେ ପଛଘୁଞ୍ଚା କରିନାହାଁନ୍ତି । ଏକ ଫଟୋରେ ରଣବୀର ପୂର୍ବତନ ଗର୍ଲଫ୍ରେଣ୍ଡ କ୍ୟାଟ୍ରିନାଙ୍କୁ ଦେଖୁଛନ୍ତି, କିନ୍ତୁ ଜଣେ ୟୁଜର ଲେଖିଛନ୍ତି, 'ଆପଣ କେବେ ଆଲିଆ ଭଟ୍ଟଙ୍କୁ ଏମିତି ଦେଖି ନାହାଁନ୍ତି'। ଏଥିସହିତ ଆଉ ଜଣେ ୟୁଜର ଲେଖିଛନ୍ତି, 'ଆଲିଆ ଭଟ୍ଟ କାନ୍ଦିବାକୁ ଯାଉଛନ୍ତି'। ଜଣେ ଲେଖିଛନ୍ତି, 'ରଣବୀରଙ୍କୁ ଦେଖ ... କ୍ୟାଟଙ୍କ ଉପରୁ ନଜର ହଟୁନି'। ଅନ୍ୟ ଜଣେ ୟୁଜର କହିଛନ୍ତି, 'ମୁଁ ଦିଆସିଲ କାଠି ଫୋପାଡି ଦେଇଛି, ନିଆଁ ଲଗାଇ ଦିଅ'।

କ୍ୟାଟ୍ରିନା-ରଣବୀର ବ୍ରେକଅପ୍

କ୍ୟାଟ୍ରିନା-ରଣବୀରଙ୍କ ଯୋଡି ପ୍ରଥମ ଥର ପାଇଁ ଫିଲ୍ମ 'ଅଜବ ପ୍ରେମ କି ଗଜବ କାହାଣୀ'ରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ର ପରେ ରଣବୀର-କ୍ୟାଟ୍ରିନା ଏକ ଯୋଡି ଭାବରେ ଦେଖାଯିବା ଆରମ୍ଭ କଲେ । ସେହିଭଳି, 2013-2016 ମସିହା ପର୍ଯ୍ୟନ୍ତ ରିଲେସନସିପ୍‌ରେ ରହିବା ପରେ ସେମାନଙ୍କର ବ୍ରେକଅପ୍‌ ହୋଇଥିଲା ।

ବାପା ହେବାକୁ ଯାଉଛନ୍ତି ରଣବୀର

ଏଥି ସହିତ ରଣବୀର କପୁର ଗତ ବର୍ଷ ଏପ୍ରିଲ 14ରେ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି । ବିଜୟା ଦଶମୀ ଦିନ ଆଲିଆ ଭଟ୍ଟଙ୍କ ବେବି ସାୱାର ହୋଇଥିଲା, ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.