ETV Bharat / entertainment

Box Office Collection: ବକ୍ସ ଅଫିସରେ ଆଣ୍ଠେଇଲା ଆଦିପୁରୁଷ ଓ ଜରା ହଟକେ ଜରା ବଚକେ

author img

By

Published : Jul 3, 2023, 11:47 AM IST

ବକ୍ସ ଅଫିସରେ ଆଣ୍ଠେଇଲା ଆଦିପୁରୁଷ ଏବଂ ଜରା ହଟକେ ଜରା ବଚକେ
ବକ୍ସ ଅଫିସରେ ଆଣ୍ଠେଇଲା ଆଦିପୁରୁଷ ଏବଂ ଜରା ହଟକେ ଜରା ବଚକେ

ବିବାଦ ପରେ ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ଆୟରେ ଆସୁନି ସୁଧାର । 500 କୋଟିର ମେଗା ବଜେଟ୍ ସହିତ ନିର୍ମିତ ଏହି ଫିଲ୍ମ ଏବେ 300 କୋଟି ସଂଗ୍ରହ କରିବାକୁ ସଂଘର୍ଷ କରୁଛି । ସେପଟେ ଜରା ହଟକେ ଜରା ବଚକେ 100 କୋଟି କ୍ଲବରେ ସାମିଲ ହେବାକୁ ଚେଷ୍ଟା କରୁଛି। ଅଧିକ ପଢନ୍ତୁ,

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ଫିଲ୍ମ 'ଆଦିପୁରୁଷ' ଜୁନ 16ରେ ରିଲିଜ କରିଥିଲା । ପ୍ରଭାସଙ୍କ ଅଭିନୀତ ଆଦିପୁରୁଷ ରିଲିଜ ହେବା ପର ଠାରୁ ଅନେକ ବିବାଦ ଏବଂ ସମାଲୋଚନାର ସମ୍ମୁଖୀନ ହୋଇଛି । ଯେଉଁଥିପାଇଁ ଫିଲ୍ମର ବକ୍ସ ଅଫିସ୍ ରୋଜଗାର ଖରାପ ପ୍ରଭାବିତ ହୋଇଛି । 500 କୋଟି ଟଙ୍କାର ମେଗା ବଜେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଏବେ 300 କୋଟି ଟଙ୍କା ରୋଜଗାର କରିବାକୁ ମଧ୍ୟ ସଂଘର୍ଷ କରୁଛି ।

ଭିଏଫଏକ୍ସ ଏବଂ ବିବାଦୀୟ ସଂଳାପ ଯୋଗୁଁ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିପାରୁନି ଫିଲ୍ମ । ଫଳରେ ଫିଲ୍ମର ଆୟ ଉପରେ ପ୍ରଭାବ ପଡିଛି । 'ଆଦିପୁରୁଷ' ରିଲିଜ୍ ହେବାର ତୃତୀୟ ସପ୍ତାହରେ ପହଞ୍ଚିଛି । ଜୁଲାଇ 2 ଅର୍ଥାତ ରବିବାର ଦିନ ଏହି ଫିଲ୍ମ ଭାରତରେ ପ୍ରାୟ 1 କୋଟି ଟଙ୍କା ଆୟ କରିଛି । ଏହା ସହିତ ଘରୋଇ ବକ୍ସ ଅଫିସରେ ଫିଲ୍ମର 17 ଦିନିଆ ସଂଗ୍ରହ ମୋଟ 285 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନା ଥାଉ କି, ପ୍ରଭାସ ରାଘବ, କ୍ରିତି ସାନନ୍ ଜାନକୀ ଏବଂ ସୈଫ ଅଲି ଖାନ ଏହି ଚଳଚ୍ଚିତ୍ରରେ ଲଙ୍କେଶ ଭୂମିକାରେ ଅଭିନୟ କରିଛନ୍ତି । ଯେଉଁଠାରେ ସନ୍ନି ସିଂ ଲକ୍ଷ୍ମଣ ଏବଂ ଦେବଦତ୍ତ ନାଗେ ହନୁମାନ ଭାବରେ ନଜର ଆସିଥିଲେ । ବାଲ୍ମିକି ରାମାୟଣ ଉପରେ ଆଧାର କରି 'ଆଦିପୁରୁଷ' ନିର୍ମିତ ହୋଇଥିବା ବେଳେ ଏଭଳି ଭୁଲ ପାଇଁ ଦେଶବ୍ୟାପୀ ଲୋକଙ୍କ ଆକ୍ରୋଶର ଶିକାର ହେଉଛି । ଫିଲ୍ମ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ସତ୍ୟପ୍ରେମ କି କଥା, କମିବ ଆଦିପୁରୁଷ ଓ ଜରା ହଟକେ ଜରା ବଚକେର ଜଲୱା

ସେପଟେ ଜୁନ୍ ୨ ରେ ରିଲିଜ ହୋଇଥିବା ସାରା ଅଲି ଖାନ ଏବଂ ବିକି କୌଶଲଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' 30ଦିନରେ ପହଞ୍ଚିଛି । ଏହି ଫିଲ୍ମ ଆଦିପୁରୁଷ ଅପେକ୍ଷା ଭଲ କଲେକ୍ସନ ଏବଂ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି । ଏହି ଫିଲ୍ମ ପ୍ରଥମ ଦିନରେ ବକ୍ସ ଅଫିସରେ ପ୍ରାୟ 5.25 କୋଟି ଟଙ୍କା ଆୟ କରିଥିଲା । ତେବେ 30 ତମ ଦିନରେ, ଫିଲ୍ମ ଘରୋଇ ବକ୍ସ ଅଫିସରେ ମାତ୍ର 75 ଲକ୍ଷ ଟଙ୍କା ରୋଜଗାର କରିଛି । ଘରୋଇ ବକ୍ସ ଅଫିସରେ ମୋଟ ସଂଗ୍ରହ ପ୍ରାୟ 83.78 କୋଟିକୁ ବୃଦ୍ଧି ପାଇଛି ।

'ଜରା ହଟକେ ଜରା ବଚକେ' ସହ ବିକି ଏବଂ ସାରା ପ୍ରଥମ ଥର ସ୍କ୍ରିନ ସେୟାର କରିଛନ୍ତି । ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ ଏହି ଯୋଡି । ଆଦିପୁରୁଷର ଟକ୍କର ପରେ ବି ବିକି ସାରାଙ୍କ ଫିଲ୍ମ ତାର ସ୍ଥିତି ବଜାୟ ରଖିଥିଲା । 40କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ନିଜ ବଜେଟର 2ଗୁଣ କଲେକ୍ସନ କରିବାରେ ମଧ୍ୟ ସଫଳ ହୋଇଛି । ତେବେ ବର୍ତ୍ତମାନ ରିଲିଜ ହୋଇଥିବା କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ ସତ୍ୟପ୍ରେମ କି କଥା ଏହି ଉଭୟ ଫିଲ୍ମ ଉପରେ ପ୍ରଭାବ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.