ETV Bharat / entertainment

Pathaan Release: ବାଦବିବାଦ ଭିତରେ ରିଲିଜ ହେଲା ପଠାନ ଫିଲ୍ମ

author img

By

Published : Jan 25, 2023, 8:25 PM IST

ଭୁବନେଶ୍ବରରେ ପଠାନ ଫିଲ୍ମ ରିଲିଜ
ଭୁବନେଶ୍ବରରେ ପଠାନ ଫିଲ୍ମ ରିଲିଜ

ବିବାଦ, ବୟକଟ୍ ଟ୍ରେଣ୍ଡ ଭିତରେ ରିଲିଜ ହେଲା ଶାହରୁଖ ଖାନଙ୍କ ପଠାନ ଫିଲ୍ମ । ଭୁବନେଶ୍ବର ସିନେମା ହଲ୍ ଆଗରେ ପୋଷ୍ଟର ଚିରି ବିକ୍ଷୋଭ କଲା କଳିଙ୍ଗ ସେନା । ଅଧିକ ପଢନ୍ତୁ

Pathaan Release

ଭୁବନେଶ୍ବର: ବହୁ ବାଦବିବାଦ ଓ ବୟକଟ୍ ଟ୍ରେଣ୍ଡ ଭିତରେ ରିଲିଜ୍ ହୋଇଛି ଶାହରୁଖ ଖାନଙ୍କ ଫିଲ୍ମ ପଠାନ । ୪ ବର୍ଷ ପରେ ପଠାନ ମାଧ୍ୟମରେ କିଙ୍ଗ ଖାନ ବଡ ପରଦାକୁ କମ୍‌ବ୍ୟାକ କରୁଥିବାରୁ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି । ବେଶରମ୍ ରଙ୍ଗ ଗୀତକୁ ନେଇ ବିବାଦ ସତ୍ତ୍ବେ ସାରା ଦେଶରେ ଦେଖିବାକୁ ମିଳିଛି ପଠାନ କ୍ରେଜ । ଏହି କ୍ରେଜ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦେଖାଯାଇଛି । ଫିଲ୍ମ ଦେଖିବାକୁ ଆଜି ଭୁବନେଶ୍ବରର ବିଭିନ୍ନ ସିନେମା ହଲରେ ଦର୍ଶକଙ୍କ ଖଚାଖଚ୍ ଭିଡ ଜମିଛି । ଏହାରି ଭିତରେ ଫିଲ୍ମକୁ ବିରୋଧ କରି କେଶରୀ ହଲ୍ ସାମ୍ନାରେ ପୋଷ୍ଟର ଚିରିବା ସହ ନିଆଁ ଲଗାଇଛି କଳିଙ୍ଗ ସେନା । ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ଏହି ଫିଲ୍ମ ଆଘାତ ପହଞ୍ଚାଉଥିବା ଅଭିଯୋଗରେ ସେନା ପ୍ରତିବାଦ କରିଛି ।

କଳିଙ୍ଗ ସେନା ଅଭିଯୋଗ କରିଛି ଯେ, ବେଶରମ୍ ରଙ୍ଗ ଗୀତରେ ଯେଉଁଭଳି ଭାବେ ଦୀପିକା ପାଦୁକୋନ ଡ୍ରେସ ପିନ୍ଧିଛନ୍ତି ଓ ଅଙ୍ଗ ପ୍ରଦର୍ଶନ କରିଛନ୍ତି ତାହା ଯୁବପିଢିଙ୍କୁ ପଥଭ୍ରଷ୍ଟ କରୁଛି । ଫିଲ୍ମରେ ଅଶ୍ଳୀଳତା ଏତେମାତ୍ରାରେ ରହିଛି ଯେ, ପରିବାର ସହ ଏକାଠି ବସି ଦେଖିବା ସମ୍ଭବ ନୁହେଁ । ଆଧୁନିକତାର ଆଳରେ ଏମାନେ ଦେଶକୁ ଖାଇ ଗଲେଣି ଓ ସନାତନ ପରମ୍ପରାକୁ ନଷ୍ଟ କରିଦେଲେଣି । ତେଣୁ ଆଗକୁ ଏଭଳି ଅଶ୍ଳୀଳତାକୁ ପ୍ରଶୟ ଦିଆଯିବ ନାହିଁ ।'' ଯଦି ଆଗାମୀ ଦିନରେ ଏଭଳି ଅଶ୍ଲୀଳତା ଦେଖାଯାଏ ତାହାହେଲେ ଜୋରଦାର ବିରୋଧ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି ।

ସେହିପରି ହଲ୍ ଆଗରେ କଳିଙ୍ଗ ସେନାର ବିକ୍ଷୋଭ ନେଇ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ ସହ ପୋଷ୍ଟରରେ ନିଆଁ ଲଗାଇ ହଲ୍ ଭିତରକୁ ଧସେଇ ପଶିବାକୁ ଚେଷ୍ଟା କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଛି । ଅନ୍ୟପଟେ ଫିଲ୍ମ ଦେଖି ଫେରିବା ପରେ କୌଣସି ଅଶ୍ଲୀଳତା ନାହିଁ ଏବଂ ଫିଲ୍ମଟି ସୁପରହିଟ୍ ବୋଲି କହିଛନ୍ତି ଦର୍ଶକ । ଏପରିକି ଖୁସିରେ ପ୍ରଶଂସକମାନେ କେକ୍ କାଟି ସେଲିବ୍ରେଶନ ମଧ୍ୟ କରିଛନ୍ତି ।

ରିଲିଜ ପୂର୍ବରୁ ପଠାନ ଫିଲ୍ମ ବିବାଦରେ ଫସିଥିଲା । ସାରା ଦେଶରେ ବୟକଟ୍ ଟ୍ରେଣ୍ଡ ଜୋର ଧରିଥିଲା । ଏହାସତ୍ତ୍ବେ ଫିଲ୍ମ ରିଲିଜର ଫାଷ୍ଟ ଡେ ଫାଷ୍ଟ ସୋ'କୁ ଅପେକ୍ଷା କରିଥିଲେ ଫ୍ୟାନ୍ସ । ବିବାଦ, ପ୍ରତିବାଦ ଓ ବୟକଟ ମଧ୍ୟରେ ଆଜି ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ରିଲିଜ ହୋଇଛି । ସକାଳ ୯ଟା ୧୫ ସୋ' ପାଇଁ ଆଜି ଭୁବନେଶ୍ବର ହଲଗୁଡିକରେରେ ପୂର୍ବରୁ ଫ୍ୟାନ୍ସ ପ୍ରସ୍ତୁତ ହୋଇଥିଲେ । ଝୁମେ ଜୋ ପଠାନ ଗୀତ ବାଜିବା ସହ ହୋଲି ଉଡିଥିଲା । କେକ୍ କାଟି ସେଲିବ୍ରେସନ ପରେ ଫିଲ୍ମ ହଲକୁ ଏଣ୍ଟ୍ରି କରିଥିଲେ ଦର୍ଶକ । ଏହାସହ କଳା ଏବଂ ଧଳା ରଙ୍ଗର ଟି-ସାର୍ଟରେ ପଠାନ ମୁଭିର ପ୍ରମୋସନ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.