ETV Bharat / entertainment

Pathaan Box Office Collection: ସାରା ବିଶ୍ବରେ ୯୦୦ କୋଟିର ବ୍ୟବସାୟ, ଭାଙ୍ଗିପାରେ ବାହୁବଳୀ-୨ର ରେକର୍ଡ

author img

By

Published : Feb 12, 2023, 2:03 PM IST

Pathaan Box Office Collection Day 18
Pathaan Box Office Collection Day 18

୧୮ ଦିନରେ ୧୦ କୋଟି ଟଙ୍କାର ବ୍ୟବସାୟ କରିଲା ଶାହରୁଖ ଖାନଙ୍କ ଫିଲ୍ମ ପଠାନ । ଆଗକୁ ବାହୁବଳୀ-୨ର ରେକର୍ଡ ଭାଙ୍ଗିବା ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବ୍ଲକ ଅଫିସରେ ଧମାଲ କରିଚାଲିଛି ଶାହରୁଖ ଖାନଙ୍କ ପଠାନ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ର ଦେଶ ତଥା ବିଶ୍ବରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ହିନ୍ଦୀ ସିନେମା ଇତିହାସରେ ଏହା ପ୍ରଥମ ଫିଲ୍ମ ଯାହାକି ସର୍ବାଧିକ ଆୟ ସହ ଲୋକପ୍ରିୟତା ଅର୍ଜନ କରିଛି । ଗଣତନ୍ତ୍ର ଦିବସ ପୂର୍ବରୁ ଜାନୁଆରୀ ୨୫ ତାରିଖରେ ଏହି ଫିଲ୍ମ ରିଲିଜ ହୋଇଥିବା ବେଳେ ତୃତୀୟ ସପ୍ତାହରେ ମଧ୍ୟ ଦର୍ଶକଙ୍କୁ ଆକୃଷ୍ଟ କରୁଛି । ୧୮ ଦିନରେ ଭଲ ବ୍ୟବସାୟ କରିଛି ପଠାନ ।

  • #Pathaan has collected MAMMOTH ₹ 10 cr + on its Third Saturday.

    Total stands ₹ 475 cr nett for All Languages..

    All set to enter ₹ 500 cr by this week. #ShahRukKhan opens two HISTORIC 400 CR & 500 CR CLUBS for a hindi film..

    ALL TIME GARGANTUAN BLOCKBUSTER pic.twitter.com/D8CeYVO9Cp

    — Sumit Kadel (@SumitkadeI) February 12, 2023 " class="align-text-top noRightClick twitterSection" data=" ">

ଆକଳନ ଅନୁସାରେ, ଫିଲ୍ମ ରିଲିଜ ହେବାର କିଛି ଦିନ ପରେ ବ୍ୟବାସାୟ ଟିକେ ମାନ୍ଦା ପଡିଥିବା ବେଳେ ୧୮ ଦିନରେ ଭଲ ରୋଜଗାର କରିଥିଲା । ୧୮ତମ ଦିନରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା । ଶୁକ୍ରବାର ଯାଏଁ ୪୬୪.୮୦କୋଟିର ବ୍ୟବସାୟ ହୋଇଥିବା ବେଳେ ଶନିବାର ଏହା ୫୦୦ କୋଟିରେ ପହଞ୍ଚିଥିଲା । ତେବେ ସାରା ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୯୦୦କୋଟିର ବ୍ୟବସାୟ କରିଛି ପଠାନ । ୟଶରାଜ ଫିଲ୍ମ ତରଫରୁ ଏକ ପ୍ରେସନୋଟରେ କୁହାଯାଇଛି, " ସାରା ବିଶ୍ବରେ ୯୦୧କୋଟି ଟଙ୍କା ରୋଜଗାର ହୋଇଛି । ସେଥିରୁ ଇଣ୍ଡିଆରେ କେବଳ ୫୫୮.୪୦ କୋଟି ଟଙ୍କାର ବ୍ୟବସାୟ ହୋଇଛି । "

ଏହା ମଧ୍ୟ ପଢନ୍ତୁ: Pathaan Collection: ଦଙ୍ଗଲ ରେକର୍ଡ ଭାଙ୍ଗିଲା ପଠାନ, ୧୧ ଦିନରେ କଲା ସର୍ବାଧିକ ବ୍ୟବସାୟ

ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ' ଭାରତୀୟ ବକ୍ସ ଅଫିସରେ 'ବାହୁବଳୀ-୨'ର ରେକର୍ଡ ଭାଙ୍ଗିପାରେ ବୋଲି ଅନୁମାନ କରାଯାଉଛି । ଏହାସହ ସଲମାନଖାନଙ୍କ ଅଭିନୀତ ବଜରଙ୍ଗୀ ଭାଇଜାନ ଠାରୁ ମଧ୍ୟ କିଛି ପାଦ ପଛରେ ରହିଛି । ବଜରଙ୍ଗୀ ଭାଇଜାନ ସାରା ବିଶ୍ବରେ ୯୧୦.୫୯ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ସୂଚନାଥାଉକି, ଦଙ୍ଗଲ ଫିଲ୍ମ ସାରା ବିଶ୍ବରେ ବହୁତ ଲୋକପ୍ରିୟ ହୋଇଥିଲା । ସମୁଦାୟ ୨୦୨୩.୮୧ କୋଟି ଟଙ୍କାର ରୋଜଗାର କରିଥିଲା । ଏହାପରେ ବାହୁବଳୀ-୨(୧୮୧୦.୫୯କୋଟି), କେଜିଏଫ-୨(୧୨୩୫.୨୦ କୋଟି), ଏହା ପଛକୁ ରହିଛି RRR(୧୧୬୯ କୋଟି) । କିନ୍ତୁ ପଠାନ ମଧ୍ୟ 1000 କୋଟି ଆଡକୁ ଅଗ୍ରସର ହେବାକୁ ଯାଉଛି । ତେବେ 1000କୋଟିରୁ ଅଧିକ ବ୍ୟବସାୟ କରିବା ନେଇ ଆକଳନ କରାଯାଉଛି ।

ଗତ ୨୦୧୩ ମସିହାରେ ଶାହାରୁଖ 'ଚେନ୍ନାଇ ଏକ୍ସପ୍ରେସ' ମାଧ୍ୟମରେ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ ।ଏହାପରେ ପଠାନ ଫିଲ୍ମକୁ ବଏକଟ କରିବା ଲାଗି ବିବାଦ ଉପୁଜିଥିଲା । ଫିଲ୍ମର ଏକ ଗୀତକୁ ନେଇ ବିବାଦ ଉପୁଜିଥିଲା । ଏହା ସତ୍ତ୍ବେ ମଧ୍ୟ ଶାହାରୁଖଙ୍କ ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଖାଲି ଭାରତରେ ନୁହେଁ ଅନ୍ୟ ଦେଶରେ ମଧ୍ୟ ପଠାନ ଫିଲ୍ମ ରିଲିଜ ହେବା ପରେ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.