ETV Bharat / entertainment

Oscar Winners: ଭାରତ ଫେରିଲେ ଓସ୍କାର ବିଜେତା RRR ଟିମ, ବିମାନବନ୍ଦରରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ

author img

By

Published : Mar 17, 2023, 5:19 PM IST

ଭାରତ ଫେରିଲେ ଓସ୍କାର ବିଜେତା ଆରଆରଆର ଟିମ ଏବଂ ଗୁନିତ୍ ମୋଙ୍ଗା
ଭାରତ ଫେରିଲେ ଓସ୍କାର ବିଜେତା ଆରଆରଆର ଟିମ ଏବଂ ଗୁନିତ୍ ମୋଙ୍ଗା

ଓସ୍କାର ଆୱାର୍ଡ ଜିତିବା ପରେ RRR ଟିମ ଏବଂ ଗୁନିତ୍ ମୋଙ୍ଗା ବର୍ତ୍ତମାନ ନିଜ ଦେଶକୁ ଫେରିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଅଧିକ ପଢନ୍ତୁ

ବିମାନବନ୍ଦରରେ ଫ୍ୟାନ୍ସଙ୍କ ଖଚାଖଚ ଭିଡ

ମୁମ୍ବାଇ: ଚଳିତବର୍ଷ 95ତମ ଓସ୍କାର ଆୱାର୍ଡ ସମାରୋହରେ ଭାରତ ଇତିହାସ ରଚିଛି। ଭାରତ 2ଟି ପୁରସ୍କାର ଜିତିଥିବା ବେଳେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଓସ୍କାର ପୁରସ୍କାରରେ ଉପସ୍ଥାପିକା ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ। ଏନେଇ ସାରା ଦେଶରେ ଖୁସିର ବାତାବରଣ ଖେଳିଯାଇଥିବା ବେଳେ ବର୍ତ୍ତମାନ ଓସ୍କାର ବିଜେତା ଆରଆରଆର ଏବଂ ଗୁନିତ୍ ମୋଙ୍ଗାଙ୍କ ଟିମ୍ ଓସ୍କାର ଜିତିବା ପରେ ଭାରତ ଫେରିଛନ୍ତି। ବିମାନବନ୍ଦରରେ ଉଭୟ ଟିମକୁ ଭବ୍ୟ ସ୍ବାଗତ କରାଯାଇଛି।

ହାଇଦ୍ରାବାଦ ବିମାନବନ୍ଦରରେ ଓସ୍କାର ବିଜେତା ଫିଲ୍ମ ଆରଆରଆର ରଚୟିତା ଏମ ଏମ କିରୱାନି ଏବଂ ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲିଙ୍କୁ ଦେଖିବାକୁ ମିଳିଥିଲା। ପୂର୍ବରୁ ଜୁନିଅର NTR ଭାରତ ଆସିଯାଇଥିବାବେଳେ ରାମ ଚରଣ ତାଙ୍କ ପତ୍ନୀ ଉପାସାନାଙ୍କ ସହ ଦିଲ୍ଲୀ ପହଞ୍ଚିଛନ୍ତି। RRR ଟିମକୁ ହାଇଦ୍ରାବାଦ ବିମାନବନ୍ଦରରେ ଏବଂ ରାମ ଚରଣଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଫୁଲ ବର୍ଷା କରି ସ୍ବାଗତ କରାଯାଇଥିଲା। ସେହିପରି ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସର ନିର୍ମାତା ଗୁନିତ୍ ମୋଙ୍ଗା ମଧ୍ୟ ନିଜ ସ୍ବାମୀ ସନ୍ନି କପୁର ଙ୍କ ସହ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ତେବେ ଗୁନିତ୍ ମୋଙ୍ଗାଙ୍କୁ ମଧ୍ୟ ମୁମ୍ବାଇ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଏହାପୂର୍ବରୁ ଓସ୍କାର ଟ୍ରଫି ସହ ଗୁନିତ୍ ସନ୍ନିଙ୍କ ସହ ଲିପ୍ ଲକ କରୁଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ, ରାମଚରଣ- ଜୁନିଅର NTR ଅଭିନୀତ ଫିଲ୍ମ RRRର ନାଟୁ-ନାଟୁ ଗୀତ ଶ୍ରେଷ୍ଠ ମୂଳ ଗୀତ ପାଇଁ ଓସ୍କାର ଜିତିଥିଲା। ସେହିପରି ସର୍ଟ ଡକ୍ୟୁମେଣ୍ଟାରୀ ଫିଲ୍ମ ବର୍ଗରେ ଭାରତୀୟ ଡକ୍ୟୁମେଣ୍ଟାରୀ ଏଲିଫ୍ୟାଣ୍ଟ ହୁଇସପରର୍ସକୁ ଓସ୍କାର ଆୱାର୍ଡ ମିଳିଥିଲା। ଏହି 2 ବର୍ଗରେ ଭାରତ ଓସ୍କାର ଜିତି ଇତିହାସ ରଚିଥିବା ବେଳେ ବଲିଉଡ ମସ୍ତାନୀ ଦୀପିକା ପାଦୁକୋନ ମଧ୍ୟ ଓସ୍କାର ପୁରସ୍କାରରେ ଉପସ୍ଥାପିକା ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ। ଏହି ଐତିହାସିକ ବିଜୟ ନେଇ ସମଗ୍ର ଦେଶରେ ଖୁସିର ବାତାବରଣ ଖେଳିଯାଇଛି।

ତେବେ ଏସ.ଏସ୍ ରାଜାମୌଲି ନିର୍ଦ୍ଦେଶିତ ଫିଲ୍ମ RRRର ନାଟୁ-ନାଟୁ ଗୀତକୁ ଏମ.ଏମ କିରାବାନୀ ସଙ୍ଗୀତ ରଚନା କରିଥିବା ବେଳେ ଗୀତକୁ ଚନ୍ଦ୍ରବୋସ ଲେଖିଥିଲେ। କାଲ ଭୈରବ ଏବଂ ରାହୁଲ ଏଥିରେ କଣ୍ଠଦାନ କରିଥିଲେ। ଫିଲ୍ମରେ ଅଭିନେତା ରାମଚରଣ- ଜୁନିଅର NTR ଏହି ଗୀତରେ ଜବରଦସ୍ତ ଡ୍ୟାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା। ଫିଲ୍ମ ଭଲି ଗୀତ ବେଶ ଲୋକପ୍ରିୟତା ସାଉଁଟିପାରିଛି। ଏଥିସହ ବର୍ତ୍ତମାନ ଦେଶ ଏବଂ ଦେଶ ବାହାରେ ଏହି ଗୀତର କ୍ରେଜ ଦେଖିବାକୁ ମିଳୁଛି।

ସେହିପରି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌'। ଯାହା 39 ମିନିଟର ତାମିଲ ଭାଷାରେ ନିର୍ମିତ ଫିଲ୍ମ। ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ଫିଲ୍ମ କାହାଣୀର ପ୍ରସ୍ତୁତ ହୋଇଥିଲା। ତେବେ ଉଭୟ ଫିଲ୍ମର ଏହି ଐତିହାସିକ ବିଜୟ ପାଇଁ ସାରା ଦେଶ ଗୌରବାନ୍ବିତ ହୋଇଛି। ୯୫ତମ ଓସ୍କାର ଆୱାର୍ଡ ସମାରୋହରେ 23 ବିଭିନ୍ନ ବର୍ଗର ବିଜେତା ପୁରସ୍କାର ପାଇଥିବା ବେଳେ ଭାରତ 2ଟି ହାସଲ କରି ଇତିହାସ ରଚିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.