ETV Bharat / entertainment

Shamshera First Look: ସାମ୍ନାକୁ ଆସିଲା ଫିଲ୍ମ ଶମଶେରାର ରିଲିଜ ଡେଟ୍‌

author img

By

Published : Jun 20, 2022, 1:26 PM IST

ସାମ୍ନାକୁ ଆସିଲା ଫିଲ୍ମ ଶମଶେରାର ରିଲିଜ ଡେଟ୍‌
ସାମ୍ନାକୁ ଆସିଲା ଫିଲ୍ମ ଶମଶେରାର ରିଲିଜ ଡେଟ୍‌

ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ଶମଶେରାର ପ୍ରଥମ ଅଫିସିଆଲ ପୋଷ୍ଟର ୟଶ ରାଜ ଫିଲ୍ମ ଦ୍ୱାରା ମୁକ୍ତିଲାଭ କରିଛି । ନିକଟରେ ଫିଲ୍ମର ପୋଷ୍ଟର ଲିକ୍ ହୋଇଥିଲା । ବର୍ତ୍ତମାନ ଫିଲ୍ମର ମୂଳ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ

ମୁମ୍ବାଇ: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଶମଶେରା'ର ପ୍ରଥମ ଅଫିସିଆଲ ପୋଷ୍ଟର ୟଶ ରାଜ ଫିଲ୍ମ ଦ୍ୱାରା ମୁକ୍ତିଲାଭ କରିଛି । ନିକଟରେ ଫିଲ୍ମର ପୋଷ୍ଟର ଲିକ୍ ହୋଇଥିଲା । ବର୍ତ୍ତମାନ ଫିଲ୍ମର ମୂଳ ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଫିଲ୍ମରେ ରଣବୀର କପୁରଙ୍କ ପ୍ରଥମ ଲୁକ୍ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ବଢିଯାଇଛି । ରଣବୀର ତାଙ୍କ ନୂଆ ଲୁକରେ ଏକ ଜବରଦସ୍ତ ଚରିତ୍ରରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁଲାଇ 22ରେ ମୁକ୍ତିଲାଭ କରିବାକୁ ଯାଉଛି ।

ଏହି ଫିଲ୍ମର ପୋଷ୍ଟରକୁ ରଣବୀର କପୁରଙ୍କ ପତ୍ନୀ ଆଲିଆ ଭଟ୍ଟ ଏବଂ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରରେ ରଣବୀରଙ୍କ ଲୁକରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ତାଙ୍କ ଫିଲ୍ମ ପାଇଁ ବହୁତ କିଛି ପ୍ରସ୍ତୁତ କରିଛନ୍ତି । ନିକଟରେ ରଣବୀର କପୁରଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ଟ୍ରେଲରରେ ମଧ୍ୟ ଶାନଦାର ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରଣବୀର କପୁରଙ୍କ ଚଳଚ୍ଚିତ୍ର ଚାରି ବର୍ଷ ପରେ କମବ୍ୟାକ କରୁଛନ୍ତି । ଚଳିତ ବର୍ଷ ତାଙ୍କର ଫିଲ୍ମ 'ବ୍ରହ୍ମାସ୍ତ୍ର' (9 ସେପ୍ଟେମ୍ବର 2022) ମଧ୍ୟ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା ପୂର୍ବରୁ ରଣବୀର କପୁର ଚଳିତ ବର୍ଷ ଜୁଲାଇ 22ରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର 'ଶମଶେରା'ରେ ଏକ ଜବରଦସ୍ତ ଭୂମିକାରେ ନଜର ଆସିବେ । ବର୍ତ୍ତମାନ ପ୍ରଶଂସକମାନେ ରଣବୀରଙ୍କର ଏହି ଦୁଇଟି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.