ETV Bharat / entertainment

200 କୋଟି ମନି ଲଣ୍ଡରିଂ ମାମଲା: ଦିଲ୍ଲୀ ପଟିଆଲା କୋର୍ଟରେ ପୁଣି ହାଜର ହେଲେ ନୋରା

author img

By

Published : Jul 31, 2023, 12:48 PM IST

200 କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହି ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପୁଣି ହାଜର ହୋଇଛନ୍ତି । ଅଧିକ ପଢନ୍ତୁ,

200 କୋଟି ମନି ଲଣ୍ଡରିଂ ମାମଲା, ଦିଲ୍ଲୀ ପଟିଆଲା କୋର୍ଟରେ ପୁଣି ହାଜର ହେଲେ ନୋରା
200 କୋଟି ମନି ଲଣ୍ଡରିଂ ମାମଲା, ଦିଲ୍ଲୀ ପଟିଆଲା କୋର୍ଟରେ ପୁଣି ହାଜର ହେଲେ ନୋରା

ହାଇଦ୍ରାବାଦ: ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ 200 କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ ଡ୍ୟାନ୍ସ କୁଇନ୍‌ ନୋରା ଫତେହି ଆଜି ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି । ଏହି ପ୍ରସଙ୍ଗରେ ପୋଲିସ ନୋରା ଫତେହିଙ୍କୁ ଅନେକ ଥର ପଚରାଉଚରା କରିଛି । ମନି ଲଣ୍ଡରିଂ ମାମଲାରେ ନୋରା ଫତେହି ଇଡି ଟାର୍ଗେଟରେ ଅଛନ୍ତି । ଏହାପୂର୍ବରୁ ନୋରା ନିଜେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍‌ରେ ପହଞ୍ଚି ଏହି ମାମଲାରେ ନିଜ ବୟାନ ରେକର୍ଡ କରାଇଥିଲେ । ତେବେ ଆଜି ପୁଣି ହାଜର ହୋଇଛନ୍ତି ନୋରା ।

  • #WATCH | Actor-dancer Nora Fatehi reaches Patiala House Court in Delhi in connection with Rs 200 Crore money laundering case linked to conman Sukesh Chandrasekhar. pic.twitter.com/OqpvzWtuNk

    — ANI (@ANI) July 31, 2023 " class="align-text-top noRightClick twitterSection" data=" ">

ବହୁ ବଡ଼ ବଡ଼ ବଲିଉଡ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖର ମାମଲା ଏବଂ 200 କୋଟି ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇଛନ୍ତି । ନୋରା ଫତେହିଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ନାମ ମଧ୍ୟ ଏଥିରେ ସାମିଲ ହୋଇଛି । ନୋରା ଫତେହି ମଧ୍ୟ ସୁକେଶଠାରୁ ମହଙ୍ଗା ଉପହାର ନେଇଥିବା ଅଭିଯୋଗ ହୋଇଛି । ଏହା ମଧ୍ୟ କୁହାଯାଉଛି ଯେ, ଅନେକ ବଲିଉଡ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଗାଯୋଗରେ ଥିଲେ । ଏଥିପାଇଁ ନୋରାଙ୍କୁ ବାରମ୍ବାର ପଚରାଉଚରା କରୁଛି ଇଡି । ମାମଲାରେ ଆଜି ପୁଣି ପଟିଆଲା ହାଉସ କୋର୍ଟରେ ହାଜର ହୋଇଛନ୍ତି ନୋରା । ଏହି ସମୟରେ ସେ ବ୍ଲାକ୍‌ ଆଉଟଫିଟ୍‌ରେ ନଜର ଆସିଥିଲେ ।

ସୂଚନା ଥାଉ କି, ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ ମଧ୍ୟ ଅନେକ ଥର ପଚରାଉଚରା କରାଯାଇଥିଲା, ଏହି ସମୟରେ ନୋରା ପ୍ରକାଶ କରିଥିଲେ ଯେ ସୁକେଶ ଚନ୍ଦ୍ରଶେଖର ତାଙ୍କ ଜ୍ବାଇଁ ବବିଙ୍କୁ ପ୍ରାୟ 65 ଲକ୍ଷ ଟଙ୍କାର BMW କାରକୁ ଉପହାର ଦେଇଥିଲେ । ଅଭିନେତ୍ରୀଙ୍କ କହିବାନୁସାରେ, ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କ ଦ୍ବାରା ଚେନ୍ନାଇରେ ନିର୍ମିତ ଏକ ଷ୍ଟୁଡିଓର କାର୍ଯ୍ୟକ୍ରମରେ ସେ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରିବର୍ତ୍ତେ ସୁକେଶ ଫି' ବଦଳରେ ବିଏମଡବ୍ଲୁ ଭଳି ବିଳାସପୂର୍ଣ୍ଣ କାରକୁ ନୋରାକୁ ଉପହାର ଦେଇଥିଲେ। ଅଭିନେତ୍ରୀଙ୍କ କହିବାନୁସାରେ, ସେ ହ୍ୱାଟ୍ସଆପ୍ ଜରିଆରେ ସୁକେଶଙ୍କ ସହିତ କଥାବାର୍ତ୍ତା କରୁଥିଲେ, କିନ୍ତୁ ପରେ ନୋରାଙ୍କୁ ବାରମ୍ବାର ହଇରାଣ କରିବା ପରେ ସୁକେଶଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲେ ।

ଏନେଇ ନୋରା ପୂର୍ବରୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଖଲ କରିଥିଲେ । ଏହା ସହିତ ଏହି ପ୍ରସଙ୍ଗରେ ଅନେକ ମିଡିଆ ହାଉସ ବିରୋଧରେ ମାନହାନି ମାମଲା ଦାଖଲ କରିଥିଲେ ଅଭିନେତ୍ରୀ । ନୋରା ଫତେହି ଅଭିଯୋଗ କରିଛନ୍ତି ଯେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ 200 କୋଟି ମନି ଲଣ୍ଡରିଂ ମାମଲାରେ ତାଙ୍କ ନାମ ଜବରଦସ୍ତ ବ୍ୟବହାର କରାଯାଉଛି । ଅଭିନେତ୍ରୀ କହିଛନ୍ତି ଯେ, ସୁକେଶଙ୍କ ସହ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ । ନୋରା ସୁକେଶ ଚନ୍ଦ୍ରଶେଖରଙ୍କଠାରୁ ଉପହାର ନେବାକୁ ମନା କରି ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଇଡି କାର୍ଯ୍ୟାଳୟରେ ନୋରା ଫତେହି, ଚାଲିଛି ତନାଘନା

ପୁରା ମାମଲା କ'ଣ?

200 କୋଟି ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖର ମୁଖ୍ୟ ଅଭିଯୁକ୍ତ ଏବଂ ସେ ବର୍ତ୍ତମାନ ଦିଲ୍ଲୀ ଜେଲରେ ରହିଛି । ସୁକେଶ ବଲିଉଡ ଅଭିନେତ୍ରୀମାନଙ୍କୁ ମହଙ୍ଗା ଉପହାର ଏବଂ ବିଳାସପୂର୍ଣ୍ଣ ଜିନିଷ ଦେଉଥିଲା । ସୁକେଶ ଅନେକ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଛି । ଅଗଷ୍ଟ 17ରେ, ଇଡି ଏକ ଚାର୍ଜସିଟ୍ ଦାଖଲ କରିଥିଲା ​​ଯେଉଁଥିରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ମଧ୍ୟ 200 କୋଟି ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ହୋଇଥିଲେ । ପରେ ଜ୍ୟାକଲିନ ଏହି ମାମଲାରେ ଜାମିନ ପାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.