ETV Bharat / entertainment

Money Laundering Case: ଇଡି କାର୍ଯ୍ୟାଳୟରେ ନୋରା ଫତେହି, ଚାଲିଛି ତନାଘନା

author img

By

Published : Dec 2, 2022, 6:23 PM IST

200 କୋଟି ଠକେଇ ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ପଚରାଉଚରା ପାଇଁ ନୋରା ଫତେହି ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ଇଡି ପଞ୍ଚମ ଥର ପାଇଁ ନୋରାଙ୍କୁ ପଚରାଉଚରା କରୁଛି । ଅଧିକ ପଢନ୍ତୁ

ଇଡି କାର୍ଯ୍ୟାଳୟରେ ନୋରା ଫତେହି, ଚାଲିଛି ତନାଘନା
ଇଡି କାର୍ଯ୍ୟାଳୟରେ ନୋରା ଫତେହି, ଚାଲିଛି ତନାଘନା

ହାଇଦ୍ରାବାଦ: 200 କୋଟି ଠକେଇ ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ପଚରାଉଚରା ପାଇଁ ନୋରା ଫତେହି ଦିଲ୍ଲୀର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା । ଇଡି ପଞ୍ଚମ ଥର ପାଇଁ ନୋରାଙ୍କୁ ପଚରାଉଚରା କରୁଛି । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧିକ ଶାଖାର ଏହି ମାମଲା ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିଛି । ନିକଟରେ ସୁକେଶଙ୍କ ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଗିରଫ କରିଥିଲା ।

  • #WATCH दिल्ली: कॉनमैन सुकेश चंद्रशेखर से जुड़े 200 करोड़ रुपए के मनी लॉन्ड्रिंग मामले में पूछताछ के लिए अभिनेत्री नोरा फतेही दिल्ली में प्रवर्तन निदेशालय कार्यालय पहुंचीं। pic.twitter.com/cStDlQUbsU

    — ANI_HindiNews (@AHindinews) December 2, 2022 " class="align-text-top noRightClick twitterSection" data=" ">

ଆଜି ପୁଣି ଥରେ ନୋରା ଫତେହିଙ୍କୁ ପଚରାଉଚରା କରାଯିବ । ପ୍ରଥମ ଥର ପାଇଁ ଦିଲ୍ଲୀ ପୋଲିସ ନୋରାଙ୍କୁ ପ୍ରାୟ ଚାରି ଘଣ୍ଟା ଏବଂ ଦ୍ୱିତୀୟ ଥର ପ୍ରାୟ ସାତ ଘଣ୍ଟା ଧରି ପଚରାଉଚରା କରିଥିଲା । ଯଦି ଉତ୍ସଗୁଡିକ ବିଶ୍ବାସ କରାଯାଏ, ଏହି ସମୟରେ ନୋରାଙ୍କୁ ପ୍ରାୟ 50 ଟି ପ୍ରଶ୍ନ ପଚରାଯାଇଥିଲା ।

ଏହା ବି ପଢନ୍ତୁ: Sukesh Chandrasekhar Case: ଇଭେଣ୍ଟ ମ୍ୟାନେଜର ପିଙ୍କି ଇରାନୀ ଗିରଫ

ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପ୍ରଶ୍ନ କରାଯାଇଛି । ପ୍ରାୟ ଆଠ ଘଣ୍ଟା ଧରି ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧିକ ଶାଖା ଦ୍ୱାରା ଜ୍ୟାକଲିନଙ୍କୁ ପଚରାଉଚରା କରାଯାଇଥିଲା । ସ୍ପେଶାଲ ସିପି କ୍ରାଇମ ରବିନ୍ଦ୍ର ଯାଦବଙ୍କ ଅନୁଯାୟୀ, ଏହି ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ନୋରା ଫତେହି ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କର କୌଣସି ସିଧା କନେକ୍ସନ ନଥିଲା ।

ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ନୋରା ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ସହିତ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଏବେ ଏହା ଦେଖିବାକୁ ପଡ଼ିବ ଯେ ପୋଲିସ ତଦନ୍ତ କେତେ ଦୂର ପର୍ଯ୍ୟନ୍ତ ପହଂଚିଛି । ଏହି ପ୍ରସଙ୍ଗରେ ପୋଲିସର ବିବୃତ୍ତି କ’ଣ ଆସୁଛି ... ଏହି ପ୍ରସଙ୍ଗରେ ନୋରାଙ୍କୁ ପୁଣି ପଚରାଯିବ ନା ଏହି ଅନୁସନ୍ଧାନ ଏକ ମୋଡ଼ରେ ପହଞ୍ଚିବ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.