ETV Bharat / entertainment

National Road Safety Mission, ବିଗ୍‌ ବିଙ୍କୁ ଭେଟି ସହାୟତା ଲୋଡିଲେ ଗଡକରୀ

author img

By

Published : Aug 19, 2022, 12:38 PM IST

ବିଗ୍‌ ବିଙ୍କୁ ଭେଟିଲେ ନିତିନ ଗଡକରୀ, ଜାତୀୟ ସଡକ ସୁରକ୍ଷା ମିଶନ ପାଇଁ ଲୋଡିଲେ ସହାୟତା
ବିଗ୍‌ ବିଙ୍କୁ ଭେଟିଲେ ନିତିନ ଗଡକରୀ, ଜାତୀୟ ସଡକ ସୁରକ୍ଷା ମିଶନ ପାଇଁ ଲୋଡିଲେ ସହାୟତା

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amitabh Bacchanଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇରେ ଭେଟିଛନ୍ତି । ଭାରତରେ ଜାତୀୟ ସଡକ ସୁରକ୍ଷା ମିଶନକୁ ସମର୍ଥନ କରିବା ପାଇଁ ଗଡକରୀ ବଚ୍ଚନଙ୍କ ସମର୍ଥନ ଲୋଡିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ (Nitin Gadkari) ବଲିଉଡ ଅଭିନେତା ଅମିତାଭ ବଚ୍ଚନ(Amitabh Bacchan) ଏବଂ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି । ଭାରତରେ ଜାତୀୟ ସଡକ ସୁରକ୍ଷା ମିଶନକୁ ସମର୍ଥନ କରିବା ପାଇଁ ଗଡକରୀ ବଚ୍ଚନଙ୍କ ସମର୍ଥନ ଲୋଡିଛନ୍ତି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଭାରତରେ ପ୍ରତିବର୍ଷ ପ୍ରାୟ ୮୦,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି, ଯାହା ସମଗ୍ର ବିଶ୍ୱରେ ମୋଟ ମୃତ୍ୟୁର ୧୩ ପ୍ରତିଶତ ଅଟେ । ଅଧିକାଂଶ କ୍ଷେତ୍ରରେ ଅବହେଳା କିମ୍ବା ସଡକ ସୁରକ୍ଷା ସଚେତନତା ଅଭାବରୁ ଦୁର୍ଘଟଣା ଘଟିଥାଏ ।

  • Maharashtra | Union Minister Nitin Gadkari called on veteran actor Amitabh Bachchan in Mumbai today.

    Union Minister Gadkari sought the support of Bachchan to champion the cause of the National Road Safety Mission in India, stated his office. pic.twitter.com/Mnv1gd5Umc

    — ANI (@ANI) August 18, 2022 " class="align-text-top noRightClick twitterSection" data=" ">

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ଉଦ୍ଦେଶ୍ୟ, ବର୍ତ୍ତମାନ ଏବଂ ସମ୍ଭାବିତ ସଡ଼କ ବ୍ୟବହାରକାରୀଙ୍କ ମଧ୍ୟରେ ସୁରକ୍ଷିତ ଯାତ୍ରା ଆଚରଣକୁ ପ୍ରୋତ୍ସାହିତ କରିବା ଏବଂ ପ୍ରତିବର୍ଷ ରାସ୍ତାରେ ମୃତ୍ୟୁ ଓ ଆହତଙ୍କ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଡକ ସୁରକ୍ଷା ସୂଚନା ପ୍ରଦାନ(Support For National Road Safety Mission) କରିବା । ଅମିତାଭ ଖୋଦ୍‌ ନିଜେ ଅନେକ ସାମାଜିକ କାର୍ଯ୍ୟ ସହ ଜଡିତ ଅଛନ୍ତି, ଯେଉଁଥିରେ ପୋଲିଓ ୟୁନିସେଫ୍ ଅଭିଯାନ, ବାଳିକାଙ୍କ ପାଇଁ ଜାତିସଂଘର ରାଷ୍ଟ୍ରଦୂତ ତଥା ସ୍ବଚ୍ଛ ଭାରତ ମିଶନ ଅଭିଯାନ ସାମିଲ ରହିଛି ।

  • Union Minister Shri @nitin_gadkari Ji called on Shri @SrBachchan Ji in Mumbai today.

    Shri Gadkari Ji seeked the support of Shri Bachchan to Champion the cause of National Road Safety Mission (सड़क सुरक्षा अभियान) in India. pic.twitter.com/9AHVqRa9Mo

    — Office Of Nitin Gadkari (@OfficeOfNG) August 18, 2022 " class="align-text-top noRightClick twitterSection" data=" ">

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଅମିତାଭଙ୍କୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସହ ଅୟାନ ମୁଖାର୍ଜୀଙ୍କ 'ବ୍ରହ୍ମାସ୍ତ୍ର'ରେ ଦେଖିବାକୁ ମିଳିବ। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । 'ବ୍ରହ୍ମାସ୍ତ୍ର' ପରେ ଅମିତାଭ ବଚ୍ଚନ ବିକାଶ ବହଲଙ୍କ 'ଗୁଡ ବାଇ'ରେ ରଶ୍ମିକା ମନ୍ଦନା, ନୀନା ଗୁପ୍ତା ଏବଂ ପାଭେଲ ଗୁଲାଟିଙ୍କ ସହ ନଜର ଆସିବେ ।

ବିଗ୍‌ ବିଙ୍କୁ ଭେଟିଲେ ନିତିନ ଗଡକରୀ
ବିଗ୍‌ ବିଙ୍କୁ ଭେଟିଲେ ନିତିନ ଗଡକରୀ

ନିକଟରେ ଫିଲ୍ମର ନିର୍ମାତାମାନେ ୨୦୨୨ ଅକ୍ଟୋବର ୭ରେ ରିଲିଜ୍ ତାରିଖ ଘୋଷଣା କରିଥିଲେ । ଏହି ଦୁଇଟି ଚଳଚ୍ଚିତ୍ର ବ୍ୟତୀତ ବିଗ୍ ବି ପରିନୀତି ଚୋପ୍ରା, ଅନୁପମ ଖେର ଏବଂ ବୋମନ୍ ଇରାନୀଙ୍କ ଅଭିନୀତ ତାଙ୍କର ଆଗାମୀ ପ୍ରୋଜେକ୍ଟ 'ଉଚାଇ'ର ସୁଟିଂ ମଧ୍ୟ ଶେଷ କରିଛନ୍ତି । ଫିଲ୍ମର ରିଲିଜ୍ ତାରିଖକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.