ETV Bharat / entertainment

Toronto Film Festivalରେ କପିଲ ଶର୍ମା, ନିର୍ଦ୍ଦେଶକ ନନ୍ଦିତା ଦାସଙ୍କ ସହ ସାମ୍ନାକୁ ଆସିଲା ଫଟୋ

author img

By

Published : Sep 17, 2022, 11:00 AM IST

Toronto Film Festival ରେ କପିଲ ଶର୍ମା, ନିର୍ଦ୍ଦେଶକ ନନ୍ଦିତା ଦାସଙ୍କ ସହ ସାମ୍ନାକୁ ଆସିଲା ଫଟୋ
Toronto Film Festival ରେ କପିଲ ଶର୍ମା, ନିର୍ଦ୍ଦେଶକ ନନ୍ଦିତା ଦାସଙ୍କ ସହ ସାମ୍ନାକୁ ଆସିଲା ଫଟୋ

Toronto International Film Festival ରୁ ଜଣାଶୁଣା ବଲିଉଡ ଫିଲ୍ମ ନିର୍ମାତା, ନିର୍ଦ୍ଦେଶିକା ଓଡିଆ ଝିଅ ନନ୍ଦିତା ଦାସ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଜଣାଶୁଣା ବଲିଉଡ ଫିଲ୍ମ ନିର୍ମାତା, ନିର୍ଦ୍ଦେଶିକା ଓଡିଆ ଝିଅ ନନ୍ଦିତା ଦାସ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ଫଟୋ ସେୟାର କରିଛନ୍ତି । 47 ତମ ଆନ୍ତର୍ଜାତୀୟ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲ (Toronto International Film Festival 2022) ରୁ ସେୟାର ହୋଇଥିବା ଫଟୋରେ ନନ୍ଦିତାଙ୍କ ସହ ନିର୍ମାତା ଦୀପା ମେହେଟ୍ଟାଙ୍କ ମଧ୍ୟ ସହ ଅଛନ୍ତି । ଏହି ଫେଷ୍ଟିଭାଲରେ ନନ୍ଦିତାଙ୍କ ଫିଲ୍ମ 'ଜ୍ବିଗାଟୋ'ର (zwigato) ସ୍କ୍ରିନି ପ୍ରଦର୍ଶିତ ହୋଇଛି।

Toronto Film Festival
Toronto Film Festival

ଏହି ଫଟୋଗୁଡ଼ିକରେ ଆପଣ ଦେଖିପାରିବେ ଯେ, କପିଲ ଶର୍ମା ଏବଂ ନନ୍ଦିତା ଦାସ ପରସ୍ପର ସହିତ ରେଡ କାର୍ପେଟରେ ନଜର ଆସିଛନ୍ତି । ଅଭିନେତ୍ରୀ ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି - 'ଦୁଃଖିତ ... ମୋ ପାଖରେ ସ୍କ୍ରିନିଂରୁ କେବଳ ଏତିକି ଅଛି, ଆଶା କରୁଛି ଯେଉଁମାନେ ସ୍କ୍ରିନିଂ ସମୟରେ ଥିଲେ ସେମାନେ ଆହୁରି ଅଧିକା ଫଟୋ ସେୟାର କରିବେ । ଆପଣ ଆପଣଙ୍କ ବଡ ଦିନରେ, କେବଳ ଏହା ଭାବୁଛ ଯେ ଫିଲ୍ମ ଦର୍ଶକଙ୍କ ସହ ଯୋଡି ହେବା ଉଚିତ । ଏଥିରୁ ଜଣାପଡୁଛି ଯେ ଏହା ହିଁ ଘଟିଛି । ମୁଁ ଏହାଠାରୁ ଅଧିକ କିଛି ଚାହେଁ ନାହିଁ । ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ, କାରଣ ସେମାନେ କାମ କରିଛନ୍ତି। '

ଉଲ୍ଲେଖନୀୟ ଯେ, କପିଲ ଶର୍ମାଙ୍କ ଫିଲ୍ମ 'ଜ୍ବିଗାଟୋ' ଏକ ଫୁଡ ଡେଲିଭରୀ ବୟ ଉପରେ ଆଧାରିତ ଏକ କାହାଣୀ, ଯେଉଁଥିରେ କପିଲ ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି । କୋରୋନା ସଙ୍କଟ ପରେ ସମୟକୁ ଲକ୍ଷ୍ୟ କରି ନିର୍ମିତ ଏହି ସୁନ୍ଦର କାହାଣୀରେ ଅଭିନେତ୍ରୀ ଶାହାନା ଗୋସ୍ୱାମୀ ତାଙ୍କ ପତ୍ନୀଙ୍କ ଭୂମିକାରେ ନଜର ଆସିବେ । ଭୁବନେଶ୍ୱରରେ ସୁଟିଂ ହୋଇଥିବା ଏହି ଚଳଚ୍ଚିତ୍ରରେ ସାଧାରଣ ପରିବାରର ସଂଘର୍ଷକୁ ଦର୍ଶାଯାଇଛି ।

ସୂଚନାଯୋଗ୍ୟ ଯେ, ନିକଟରେ କପିଲ ଶର୍ମାଙ୍କ ଫିଲ୍ମ 'ଜ୍ବିଗାଟୋ'ର ସୁଟିଂର ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ କପିଲ ଏକ ବାଇକରେ ବସିଥିବାର ନଜର ଆସିଥିଲେ। ତାଙ୍କ ପିଠିରେ ଏକ ବ୍ୟାଗ ଥିଲା, ଯେଉଁଥିରେ ଖାଦ୍ୟ ଥିଲେ । ଏହାସହିତ ସେ ଟ୍ରାଫିକରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ​​। କପିଲଙ୍କ ପ୍ରଶଂସକମାନେ ତାଙ୍କୁ ଦେଖି ବହୁତ ଖୁସି ହୋଇଯାଇଥିଲେ । ଏଥି ସହିତ କପିଲଙ୍କ ଫିଲ୍ମ 'ଜ୍ବିଗାଟୋ' ମଧ୍ୟ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.