ETV Bharat / entertainment

ଆଲୋକମାଳାରେ ଝଲସିଲା ଆଣ୍ଟିଲିଆ, ନାତି ସହ ସ୍ୱାଧୀନତା ଦିବସ ପାଳିଲେ ଅମ୍ବାନୀ

author img

By

Published : Aug 15, 2022, 1:13 PM IST

ଆଲୋକମାଳାରେ ଝଲସିଲା ମୁକେଶ ଅମ୍ବାନୀଙ୍କ ଘର, ନାତି ପୃଥୀଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ
ଆଲୋକମାଳାରେ ଝଲସିଲା ମୁକେଶ ଅମ୍ବାନୀଙ୍କ ଘର, ନାତି ପୃଥୀଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ

ଅମ୍ବାନୀ ପରିବାରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ସହ ସ୍ୱାଧୀନତା ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଆଜି ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । କଶ୍ମୀରଠୁ କନ୍ୟାକୁମାରୀ ସବୁଠୁ ଫର୍‌ ଫର୍‌ ଉଡୁଛି ତ୍ରିରଙ୍ଗା । ପିଲାଠୁ ବୁଢା ପ୍ରତ୍ୟେକଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି । ଗରିବ ହେଉ କି ଧନୀ ସମସ୍ତେ ଏହି ବିଶେଷ ଦିନକୁ ନିଜ ନିଜ ଢଙ୍ଗରେ ପାଳନ କରୁଛନ୍ତି । ଏହି ସମୟରେ ଦେଶର ଏକ ଧନୀ ପରିବାର ମଧ୍ୟରୁ ଅମ୍ବାନୀ ପରିବାରର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ କିଛି କର୍ମଚାରୀଙ୍କ ସହ ସ୍ୱାଧୀନତା ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି ।

ମୁକେଶ ଅମ୍ବାନୀଙ୍କ ଘର

ଆଜି ପୂରା ଅମ୍ବାନୀ ପରିବାର ସ୍ୱାଧୀନତା ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ମୁକେଶ ଅମ୍ବାନୀ ମୁମ୍ବାଇର ବିଳାସପୂର୍ଣ୍ଣ ବଙ୍ଗଳା 'ଆଣ୍ଟିଲିଆ'କୁ ଏକ ତ୍ରିରଙ୍ଗାରେ ସଜାଇଛନ୍ତି । ଆଲୋକମାଳାରେ ଝଲସୁଥିବା ଅମ୍ବାନୀଙ୍କ ଏହି ବଙ୍ଗଳା ଦେଖିବାକୁ ଲୋକମାନେ ଦୂରଦୂରାନ୍ତରୁ ଆସୁଛନ୍ତି । ବଙ୍ଗଳାକୁ ବହୁତ ସୁନ୍ଦର ଭାବେ ସଜାଯାଇଛି । ସୋସିଆଲ ମିଡିଆରେ ଏହାର ଫଟୋ ଏବଂ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ମୁକେଶ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଘର ଆଣ୍ଟିଲିଆର ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.